ରାଜଧାନୀରେ କିଛି ଠିପି ଖୋଲା ବେଆଇନ୍ ମଦ ଦୋକାନ ଓ ବାର୍ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ରାତିଅଧ ଯାଏ ବାର୍ ଖୋଲା ରହିବାରୁ ଗଣ୍ଡଗୋଳ ଘଟୁଛି।
ବନ୍ଧା ହେଲେ କୋଟିପତି ଯନ୍ତ୍ରୀ। R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି DSP ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ରହିଥିଲେ ।
ଶିକ୍ଷକ ଲଲାଟ ଚନ୍ଦ୍ର ବେହେରା ୨୦୨୨ରେ ବିଦ୍ୟାଳୟରେ ଯୋଗ ଦେବା ପରେ ବଦଳି ଯାଇଛି ସ୍କୁଲର ରୂପ ଓ ଶିକ୍ଷା ବ୍ୟବସ୍ଥା ।
ସହରରେ ଅଳିଆ ଆବର୍ଜନା ପଡ଼ି ରହିଥିବାରୁ ମଶାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମଶାଙ୍କ ଦାଉରେ ସହରବାସୀ ରାତିରେ ଟିକେ ଶାନ୍ତିରେ ଶୋଇ ପାରୁନାହାନ୍ତି ।
ଗତବର୍ଷ ଶେଷ ସୁଦ୍ଧା ପାଖାପାଖି ୪୮୪ଟି ମାମଲା ବିଚାର ନହୋଇ ପଡିରହିଥିଲା । ସେହିପରି ଏବର୍ଷ ସ୍ଥାୟୀ ଅଧ୍ୟକ୍ଷ ଏବଂ ସଦସ୍ୟ ନଥିବାରୁ ଆଜି ଯାଏ ପ୍ରାୟ ୪୧୭ଟି କେସ୍ ଯୋଡି ହୋଇସାରିଲାଣି ।
ଗାଁରେ ମେଡିକାଲ ଟିମ୍ ରହି ଚିକିତ୍ସା ଜାରି ରଖିଛନ୍ତି। ବର୍ତ୍ତମାନ ୨ ଜଣ ଚିକିତ୍ସିତ ହେଉଛନ୍ତି l ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।
ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୮ମୀ ଦିବା ୦୯.୩୧ ଗତେ ୯ମୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
୩୪ତମ ସ୍ଥାନରେ ୫୭.୦୪% ସ୍କୋର୍ ସହ NIT ରାଉରକେଲା ରହିଛି।
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ଘରୁ ମିଳିଲା ଦେଢ଼ କେଜିର ସୁନା ଅଳଙ୍କାର । ଦାମୀ ଗାଡ଼ି ଓ ଫ୍ଲାଟ୍ ସଂଖ୍ୟା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ।
ନୂଆ MLAଙ୍କ କ୍ଲାସ୍ ନେବେ ନଡ୍ଡା, ଦେବେ ପଲିଟିକାଲ୍ ସକ୍ସେସ ମନ୍ତ୍ର । ଆସନ୍ତା ୧୭ ଓ ୧୮ ଦୁଇଦିନ ଧରି ଚାଲିବ ବିଧାନସଭାରେ ବିଧାୟକଙ୍କ ତାଲିମ୍ କର୍ମଶାଳା ।
ଭବାନୀପାଟଣା ପରେ ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା । ଯୁବ-ବରିଷ୍ଠଙ୍କୁ ଏକାଠି କଲାବେଳକୁ ଘାଇଲା କରୁଛି ଗୋଷ୍ଠୀ କନ୍ଦଳ ।
ଭୁବନେଶ୍ବର AIIMSରେ ୪୨ ବର୍ଷରେ କ୍ୟାନସରରେ ମୃତ୍ୟୁ । ୨୦୦୬ରେ ଜର୍ମାନ୍ ସହପାଠିନୀଙ୍କୁ ଦୁଷ୍କର୍ମ ମାମଲାରେ ହୋଇଥିଲା ଜେଲ୍ ।
ଶତାଧିକ ଜୀବନହାନୀ ସହ ରୁଜୁ ହେଲାଣି ୨୦୫ ହିଂସାତ୍ମକ ମାମଲା । ବିଶ୍ୱବ୍ୟାପୀ ଚିନ୍ତା, ଭାରତରେ ବି ତେଜିଲା ପ୍ରତିବାଦର ସ୍ୱର ।
ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ । ଆସନ୍ତା ୧୫ ତାରିଖରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଇତି ମଧ୍ୟରେ କ୍ଷମତାରେ ଦୁଇ ମାସ ପୂର୍ଣ୍ଣ କରିବା ପାଇଁ ଯାଉଛି । ଏହା ମଧ୍ୟରେ ଦଳ ନିର୍ବାଚନ ପୂର୍ବରୁ ଦେଇଥିବା କିଛି ପ୍ରମୂଖ ପ୍ରତିଶ୍ରୁତି ପାଳନ କରିସାରିଛି ଏବଂ ଆଉ କିଛି ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ନିଷ୍ପତି ନେଇସାରିଛି ।
ପୂର୍ବରୁ ୪୩ କୋଟି ଟଙ୍କା ବ୍ୟୟରେ ଖଲ୍ଲିକୋଟ ବେଲଗୁଣ୍ଠା ରାସ୍ତା ଉନ୍ନତି କରଣ ନାମରେ ଏଠି କାର୍ଯ୍ୟ ମଧ୍ୟ ହୋଇଥିବା ବେଳେ ଗୋଟିଏ ସ୍ଥାନରେ କିଛି ବର୍ଷ ମଧ୍ୟରେ ବାରମ୍ବାର ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ l
ମମତା ମହାନ୍ତ ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ଏବଂ ବିଜେପିରେ ମିଶି ସମସ୍ତଙ୍କୁ ‘ସର୍ପ୍ରାଇଜ୍’ ଦେଇଛନ୍ତି। ସେହିଭଳି ନିର୍ବାଚନ ପରେ ଅଚାନକ ନବୀନଙ୍କ ଆକ୍ଟିଭ୍ନେସ୍ ମଧ୍ୟ ଆଣିଛି ସର୍ପ୍ରାଇଜ୍ ! ଏହା ଛଡା ଆହୁରି ନୂଆ ନୂଆ ସର୍ପ୍ରାଇଜ୍ ସାମ୍ନାକୁ ଆସୁଛି!
ବାଂଲାଦେଶୀ ସନ୍ଦେହରେ ବେଙ୍ଗଲ ଶ୍ରମିକଙ୍କ ଉପରେ ଅତ୍ୟାଚାର ଅଭିଯୋଗ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ୍ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
୨୦୦୬ରେ ଚର୍ଚ୍ଚାରେ ଥିଲେ ବିତ୍ତିହୋତ୍ର ମହାନ୍ତି । ବିତ୍ତିହୋତ୍ରଙ୍କ ନାଁରେ ଜଣେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା ।
କାନ୍ଧରେ ପଡ଼ିଛି ପାଣିଗଡ଼ୁ । ଚାଲିବାକୁ ପାଦରେ ବଳ ନାହିଁ । ଦୁଇ ହାତରେ ଆଶାବାଡ଼ିକୁ ସାହାରା କରି ଚାଲିଚାଲି ଯିବାକୁ ବାକି ଅଛି ୩୫ କିଲୋମିଟର ।
ସୁନ୍ଦର ପ୍ରୟାସ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶିକ୍ଷକ ବିଭୀଷଣ ବାରିକ । ପିଲାଦିନୁ ଇଚ୍ଛା ଥିଲା ଯେଉଁଠି କର୍ମମୟ ଜୀବନ ଆରମ୍ଭ କରିବେ ସେଠି କିଛି ନୂଆକରି ଦେଖାଇବେ । ଆଉ ଆଜି ତାହା ବାସ୍ତବ ରୂପ ନେଇଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।
ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୫୫ ପର୍ଯ୍ୟନ୍ତ, ପରେ ଦିବା ୦୮.୩୨ ଗତେ ୧। ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।