/odishatv-khabar/media/post_attachments/uploadimage/library/16_9/16_9_0/Helmet_1719632339.jpg)
Helmet
ବାଇକ ଚାଳନା ସମୟରେ ହେଲମେଟ୍ ନ ପିନ୍ଧିଲେ ଅଟକି ରହିବ ମାସକର ଦରମା। ଗଜପତି ଜିଲ୍ଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଏଭଳି ଏକ ନିର୍ଦ୍ଦେଶନାମାର ଚିଠି ସାମ୍ନାକୁ ଆସିବା ପରେ ଶିକ୍ଷକଙ୍କ ମଧ୍ୟରେ ହଇଚଇ।
ଗତକାଲି ଅର୍ଥାତ ୨୭ ତାରିଖରେ ଜାରି ହୋଇଥିବା ଏହି ଚିଠିରେ ଦର୍ଶାଯାଇଛି ଯେ, ମୋହନା ବ୍ଲକର ପ୍ରାଥମିକ ଶିକ୍ଷକ ମାନେ ନିଜର ସୁରକ୍ଷା ପାଇଁ ବାଇକ୍ ଚାଳନା ସମୟରେ ହେଲମେଟ୍ ପିନ୍ଧିବେ। ଯଦି ଏହାର କିଏ ଉଲଂଘନ କରିଥିବା ଦୃଷ୍ଟିକୁ ଆସେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଗୋଟିଏ ମାସର ଦରମା ବନ୍ଦ କରାଯିବ। ଏ ଦିଗରେ ବିଇଓ ଏବଂ ଏବିଇଓ ତଦାରଖ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୁହାଯାଇଛି।
ତା’ସହ ଆହୁରି ବି କୁହାଯାଉଛି, ଯଦି ଆପଣ ଏକ ମୁଣ୍ଡ ପାଇଛନ୍ତି ତେବେ ଆପଣଙ୍କ ପାଇଁ ହେଲମେଟ୍ ଜରୁରୀ। ଏଭଳି ଏକ ନିର୍ଦ୍ଦେଶନାମାକୁ ନେଇ ବର୍ତ୍ତମାନ ଗଜପତି ଜିଲ୍ଲାରେ ଚର୍ଚ୍ଚା ଲାଗିରହିଥିବା ବେଳେ ଏ ସଂପର୍କରେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)