Advertisment

ଦୁବାଇରେ ଓଡ଼ିଶାର 'ଆମ୍ରପଲ୍ଲି' ଆମ୍ବ; ଅନ୍ତଃରାଷ୍ଟ୍ରୀୟ ବଜାରରେ ରହିଛି ବେଶ ଚାହିଦା

ଚଳିତ ବର୍ଷ କଳାହାଣ୍ଡିରେ ୪୫ ହଜାର ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହୋଇଛି। ଆଉ କଳାହାଣ୍ଡିରୁ ପ୍ରଥମ କରି ଚାଷୀଙ୍କଠାରୁ ସିଧାସଳଖ ଅଢ଼େଇ ଟନ୍ ଆମ୍ରପଲ୍ଲି କିସମ ଆମ୍ବ ଦୁବାଇ ଯାଇଛି।

author-image
Manoranjan Behera
Mango

Mango

ଦୁବାଇରେ ଓଡ଼ିଶାର ଆମ୍ବ। ଆମ୍ବର ନାଁ ହେଉଛି ଆମ୍ରପଲ୍ଲି। ଆଉ ଏହି ଆମ୍ବର ବିଦେଶରେ ରହିଛି ବେଶ ଚାହିଦା। କଳାହାଣ୍ଡି ଜିଲ୍ଲା ଶାଡିଙ୍ଗତରା ଅଞ୍ଚଳର ଚାଷୀ ଶ୍ରଦ୍ଧାଞ୍ଚଳି ମାଝୀଙ୍କ ଫାର୍ମ। ଗଛରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ। ଆଉ ଆମ୍ବ ତୋଳି କରି ସଜେଇ ରଖୁଛନ୍ତି ଚାଷୀ। ଜୈବିକ ପଦ୍ଧତିରେ ନିଜ ଫାର୍ମରେ ବିଭିନ୍ନ କିସମର ଆମ୍ବ ଉତ୍ପାଦନ କରିଛନ୍ତି ଚାଷୀ ଶ୍ରଦ୍ଧାଞ୍ଜଳି।

Advertisment

ଚଳିତ ବର୍ଷ କଳାହାଣ୍ଡିରେ ୪୫ ହଜାର ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହୋଇଛି। ଆଉ କଳାହାଣ୍ଡିରୁ ପ୍ରଥମ କରି ଚାଷୀଙ୍କଠାରୁ ସିଧାସଳଖ ଅଢ଼େଇ ଟନ୍ ଆମ୍ରପଲ୍ଲି କିସମ ଆମ୍ବ ଦୁବାଇ ଯାଇଛି। ତାଙ୍କ ଫାର୍ମରୁ ଆମ୍ବର ଗୁଣବତ୍ତା ଅନୁସାରେ କେଜି ପିଛା ୫୫ଟଙ୍କା ଦରରେ ଅଢ଼େଇ ଟନ୍ ଆମ୍ବ ଦୁବାଇକୁ ରପ୍ତାନୀ କରାଯିବ। ଆମ୍ବ ଯେପରି ଦୀର୍ଘଦିନ ସୁରକ୍ଷିତ ରହିବ, ସେଥିଲାଗି ଗୁରୁତ୍ୱ ଦିଆଯାଇଛି। ଏକ ଶୀତତାପ ନିୟନ୍ତ୍ରୀତ ଟ୍ରକରେ କଳାହାଣ୍ଡିରୁ ଆମ୍ବ ଭୁବନେଶ୍ୱର ଯିବ। ସେଠାରୁ ପାଫ୍ ଗ୍ରୁପ ସହଯୋଗରେ ବିମାନରେ ଦୁବାଇ ପଠାଯିବ।

ଆଉ ଏ ଆମ୍ବ ବିଦେଶରେ ୨୦୦ ଟଙ୍କା ଯାଏ ବିକ୍ରି ହେବ ବୋଲି ଜଣାପଡ଼ିଛି। ଜିଲ୍ଲାରେ ୮ ହଜାର ହେକ୍ଟର ଜମିରେ ଚାଷୀ ଆମ୍ବଚାଷ କରୁଛନ୍ତି। ପ୍ରାୟ ୨୭ଶହ ହେକ୍ଟରେ ଗୁଣବତ୍ତା ଓ ଭଲ ଆମ୍ବ ଉତ୍ପାଦନ ହେଉଥିବା ଜଣାପଡ଼ିଛି। ଆଗାମୀ ଦିନରେ ଆମ୍ବଚାଷୀ ନିଜସ୍ବ ଉଦ୍ୟମରେ ଯେପରି ପ୍ୟାକିଙ୍ଗ କରିପାରିବେ ସେନେଇ ପଦକ୍ଷେପ ନିଆଯିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ।

Advertisment

ପୂର୍ବରୁ ଏହି ଆମ୍ରପଲ୍ଲି କିସମର ଆମ୍ବ କଲକତା, ଦିଲ୍ଲୀ, ରାୟପୁର ଭଳି ସ୍ଥାନରେ ବିକ୍ରି ହୋଇଛି। ବର୍ତ୍ତମାନ ପ୍ରଥମ ଥର ପାଇଁ ଦେଶ ବାହାରେ ବିକ୍ରି ହେଉଥିବାରୁ ସେ ବେଶ ଖୁସି ଅଛନ୍ତି।

Dubai
Advertisment
Advertisment