ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ? ନା ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ ସରକାର? ତେବେ ଗଲା ୬ମାସରେ ମନୋଜଙ୍କ କାର୍ଯ୍ୟଦକ୍ଷତା ଦେଖି ରାଜ୍ୟ ସରକାର ତାଙ୍କୁ ପୁରସ୍କୃତ କରିପାରନ୍ତି ବୋଲି ଚର୍ଚ୍ଚା । ଆଉ ଯଦି ନୂଆ ବାଛନ୍ତି, କିଏ କିଏ ତାଲିକାରେ ଅଛନ୍ତି ଆସନ୍ତୁ ଦେଖିବା ଏହି ରିପୋର୍ଟ।
ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ, ନା ନୂଆ କାହାକୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିବ? ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।
ପ୍ରଦୀପ ଜେନାଙ୍କ ପରେ ମୁଖ୍ୟ ଶାସନ ସଚିବ ଭାବେ ୧୯୯୦ ବ୍ୟାଚର ମନୋଜ ଆହୁଜା ଅଧିକାରୀଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର ।