ସବୁଠି ରକ୍ଷାବନ୍ଧନର ଉଲ୍ଲାସ । ଭାଇ ହାତରେ ଭଉଣୀ ବାନ୍ଧିଲା ସମ୍ପର୍କର ଡୋରି ।
ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ । ଦୁଇ ଗୁଣା କାର୍ଯ୍ୟକର୍ତ୍ତା ପାଇଁ ଷ୍ଟ୍ରାଟେଜି । ପ୍ରତି ବୁଥରେ ୨୦୦, ଆଉ ସାରା ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଲକ୍ଷ୍ୟ ।
ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ... ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଗତ ୩ ଦିନର ଖୋଳତାଡ଼ ଭିତରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଆଉ ଆଜି ସାମ୍ନାକୁ ଆସିଛି ଝାଡ଼ଖଣ୍ଡ ଲିଙ୍କ୍ ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ବେଳେ ଆଇନ ମନ୍ତ୍ରୀ ଏହା କହିଛନ୍ତି ।
ଏ ଦୁନିଆ ପାଇଁ ସେମାନେ ଅନାଥ, ଏ ଦୁନିଆ ପାଇଁ ସେମାନେ ବେସାହାରା । ରାକ୍ଷୀ ଆସିଲେ ଆସେ ଆଖିରେ ଲୁହ । ଅନାଥଙ୍କ ମୁକ୍ତାଶ୍ରୟ କେନ୍ଦ୍ର ଏବେ ପାଲଟିଛି ସାହାରା । କାହାର ଭାଇ ନାହିଁ ତ କାହାର ଭଉଣୀ ନାହାଁନ୍ତି ।
ବାଂଲାଦେଶକୁ ଲମ୍ବିଛି ଭୁବନେଶ୍ୱରର ସିମ୍ ବକ୍ସ ଲିଙ୍କ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରାଉଚରା ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଥିବା ସେ କହିଥିଲେ ।
ଆଜି ଦିନ ବେଳା ରାକ୍ଷୀ ନପିନ୍ଧାଇବାକୁ କିଛି ମତ ଆସିବା ପରେ ଦ୍ୱନ୍ଦ୍ୱ ଦେଖା ଯାଇଥିଲା । ହେଲେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି । ଆଜି ଯେଉଁ ସମୟରେ ବି ରାକ୍ଷୀ ପିନ୍ଧା ଯାଇପାରିବ ବୋଲି ମତ ରଖିଛନ୍ତି ଅନ୍ୟ କିଛି ପଣ୍ଡିତ ।
କାହିଁକି ମରୁଛନ୍ତି ଏତେ ସଂଖ୍ୟକ କୁକୁଡା ? ତେବେ ଏ ବାର୍ଡ ଫ୍ଲୁ ନା ଅନ୍ୟ କିଛି ତାହା ଜଣାପଡ଼ିନଥିବା ବେଳେ ସ୍ଥିତି ପରଖିବା ପାଇଁ ଆନିମଲ ଡିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ଟିମ୍ ସାମ୍ପଲ ପରୀକ୍ଷା କରୁଛି ।
ବିଲ ମଝିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ । ପାଖରେ ପଡ଼ିଛି ପୁଣି ବାଇକ୍ । ତେବେ ଏବେ ପ୍ରଶ୍ନ ଉଠିଛି କେମିତି ହେଲା ମୃତ୍ୟୁ ?
କାଳିଆ ଭକ୍ତର କୋହଭରା ପ୍ରାର୍ଥନା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶ୍ରୀମନ୍ଦିର ଆଗରେ ଯେମିତି ଭକ୍ତଟିଏ ଭଗବାନଙ୍କୁ ମୁଣ୍ଡବାଡ଼େଇ ତା’ ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷକୁ ମାଗୁଛି ।
ବର୍ଷାରେ ମଇଳା ଆବର୍ଜନାରେ ବେହାଲ କୋରାପୁଟ ସହର। ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା। ବିପର୍ଯ୍ୟସ୍ତ ପରିମଳ ଥାଇ ମାସିକ ୩୫ ଲକ୍ଷ ନେଉଛି ଠିକା ସଂସ୍ଥା।
ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ନେଇ ଆଜି ପାଇଁ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
ଆଜିର ଦିନରେ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ଆଉ ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ।
ସୌର ସିଂହ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର। ଚନ୍ଦ୍ର- ମକର ସନ୍ଧ୍ୟା ୦୬.୫୯ ଗତେ କୁମ୍ଭ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଘନ ଘନ ପ୍ରଚଣ୍ଡ ବଜ୍ରପାତ । କଳାହାଣ୍ଡିଆ ମେଘ ସହ ଆସୁଛି, ଜୀବନ ନେଉଛି । ଆକାଶରେ ମେଘ ଦେଖିଲେ ମାଡୁଛି ଡର। ଢୁ ଢୁ ଶବ୍ଦରେ ଛାତିରେ ଛନକା ପଶୁଛି। କାରଣ, ଦୁଇ ଦିନରେ ୧୬ ଜୀବନ ନେଲାଣି ବଜ୍ରପାତ।
ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି ।
ସିମ୍ ବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା। ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୋଲିସ।
ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।
୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ସିମ୍ ବକ୍ସ ଠାବ ହୋଇଛି ।
ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଛି।
ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଉ ରାଜଧାନୀରେ ସ୍ଥିତି ଉଦବେଗଜନକ । ବିଶେଷ କରି ଭୁବନେଶ୍ୱର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି ।
ରାଜଧାନୀ ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହେବା ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଲା ପୋଲିସ । ୫ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ ।