• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଟାକିଂ ମୁଡ୍ ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ନବୀନ ସରକାର ଓ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଖଣି ପାଣିଠୁ ନେଇ ବ୍ଲକରେ ଏକାଧିକ ଦୁର୍ନୀତିରେ ପୂର୍ବ ବିଧାୟକଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି ।

ବ୍ଲକରେ କାର୍ଯ୍ୟ ସମୀକ୍ଷା ପରେ ଏସବୁ କଥା ଧରାପଡ଼ିଛି । କୋଟି କୋଟି ଟଙ୍କାରେ ପ୍ରକଳ୍ପ ବିଜୁ ଜନତା ଦଳର ଜଣେ ମହିଳାଙ୍କୁ କେଉଁ ଉଦ୍ଦେଶ୍ୟରେ ଦିଆଯାଇଛି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଧର୍ମଶାଳା ଭବନ ପରିସରରେ ଏକ ଢାବାକୁ ଅନୁମତି ଦିଆଯାଇଥିଲା ।

ସେଠି ଟଙ୍କା କାରବାର ସହ ଅନ୍ୟ କେଉଁ କାମ ଚାଲୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଧର୍ମଶାଳା ବିଧାୟକଙ୍କ ଅଭିଯୋଗକୁ ନେଇ ପ୍ରଣବ ବଳବନ୍ତରାୟ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ଧର୍ମଶାଳା ବିଡିଓ କହିଛନ୍ତି ସବୁ ଘଟଣାର ତଦନ୍ତ ହେବ ।

ଏହାରି ଭିତରେ ଧର୍ମଶାଳା ଭବନ ପରିସରେ ଥିବା ‘ବଲେ ବଲେ ଢାବା’ରେ ଲଟକା ଲଗାଇଛି ବ୍ଲକ ପ୍ରଶାସନ । ୩ ଦିନ ମଧ୍ୟରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ରହିଛି । ମିଳିଥିବା ସୂଚନା ମୁତାବକ, ଜଣେ ବିଜେଡି ନେତ୍ରୀଙ୍କ ନାଁରେ ଢାବା ଦିଆଯାଇଛି ଲିଜ୍‌ରେ ।

OTV is now on Whatsapp

Join and get latest news update delivered to you via whatsapp

Join Now