ପୂର୍ବତନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳା କୁରିକଣା ଠାରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି ।
ଯାଜପୁର ଧର୍ମଶାଳାର ବିବାଦୀୟ ଢାବା ବଲ୍ଲେ ବଲ୍ଲେକୁ ସିଲ୍ କରାଯିବ । ତିନି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନୋଟିସ୍ ଆଜି ସରିଛି।
ନାଁକୁ ଥିଲା ଢାବା...କିନ୍ତୁ ବିଜେଡି ନେତାଙ୍କ ସାଜିଥିଲା ମଉଜର ଠିକଣା...କିଏ କହିଲେଣି ଚାଲିଥିଲା ରଙ୍ଗଶାଳା...ଜମୁଥିଲା ମଦମାଂସର ଆସର ତ ଆଉ କିଏ କହୁଛନ୍ତି ହେଉଥିଲା ବେଆଇନ ଆର୍ଥିକ କାରବାର ।
ଏହି ଢାବା କାହାକୁ ମିଳିଥିଲା, ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ସଂଜୀବ ଜେନା । ଏହି ‘ବଲ୍ଲେ ବଲ୍ଲେ ଢାବା ଜଣେ ବିଜେଡି ନେତ୍ରୀଙ୍କ ସ୍ବାମୀଙ୍କୁ ଚଳାଇବାକୁ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
କାଲି ପ୍ରଶାସନ ଲଗାଇଥିଲା ଲଟକା । ଆଜି ଖାଲି କରାଯାଉଛି ଢାବା ।
ଯାଜପୁରର ଦୁଇ ଟାଣୁଆ ବିଜେଡି ନେତା ବବି ଆଉ ଜିତୁ । ଅଖଣ୍ଡ କ୍ଷମତାଶାଳୀ । ଆଉ କିପରି କ୍ଷମତାର ଅପବ୍ୟବହାର କରୁଥିଲେ ତାର ପ୍ରମାଣ ଏବେ ମିଳୁଛି ।
ସାଂସଦ ଓ ବିଧାୟକ ପାଣ୍ଠିରେ ତିଆରି ହୋଇଛି ଢାବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଯାଜପୁର ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍ରେ ବିନିଯୋଗ ହୋଇଛି ସାଂସଦ ଓ ବିଧାୟକ ପାଣ୍ଠି।