/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719577877.jpg)
9 Children Dead in 10 Days
କୋରାପୁଟ ବନ୍ଧୁଗାଁ ଓ ନାରାୟଣପାଟଣାରେ ୧୦ ଦିନରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ହେଉଛନ୍ତି ୧୦ ବର୍ଷ ଓ ତାଠୁ କମ ବୟସର ଶିଶୁ । ଦୁଇ ଜଣ ଶିଶୁଙ୍କ ବ୍ୟତିତ ଅନ୍ୟ ସମସ୍ତେ ସିକଲ୍ ସେଲ୍ ଓ ସିଭିୟର୍ ଏନିମିଆ ଯୋଗୁଁ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଡିପଥେରିଆରେ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ନମୁନା ଯାଞ୍ଚ ଚାଲିଛି । ମୃତ ଶିଶୁଙ୍କ ପରିବାରର ମଧ୍ୟ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ୭୦ ପରିବାରକୁ କଣ୍ଟାକ୍ଟ ଡୋଜ୍ ଦିଆଯାଇଥିବା ବେଳେ ୫୬ ଜଣଙ୍କୁ ଚିହ୍ନଟ କରାଯାଇ ପୁନଃ ଭ୍ୟାକ୍ସିନ୍ ଦିଆଯାଇଛି ।
ସ୍ଥିତିରେ ସୁଧାର ନ ଆସିବା ଯାଏ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛି । ସେପଟେ ଡିପଥେରିଆ କି ନୁହେଁ ସେ ନେଇ ଏବେ କହିହେବନି, ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେପଟେ ଡିପଥେରିଆ ପରେ ଡରାଉଛି ଜଣ୍ତିସ । ସମ୍ବଲପୁରରେ ବଢିଚାଲିଛି ଜଣ୍ଡିସ ସଂକ୍ରମିତଙ୍କ ସଂଖ୍ୟା ।
ବିଶେଷ କରି ସହରର କୁମ୍ଭାରପଡା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ସଂକ୍ରମଣ ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । କେଉଁଭଳି ସଂକ୍ରମଣକୁ ରୋକାଯାଇପାରିବ ସେ ବାବଦରେ ସଚେତନ କରୁଛନ୍ତି । ରକ୍ତ ନମୁନା ବି ସଂଗ୍ରହ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ ।
ଜଣ୍ଡିସ ସ୍ଥିତି ଅନୁଧ୍ୟାନ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱରରୁ ରାପିଡ୍ ରେସପନ୍ସ ଟିମର ୨ ଜଣିଆ ପ୍ରତିନିଧି ମଣ୍ଡଳୀ ସମ୍ବଲପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି, ଛୋଟ ପିଲାମାନେ ଆଇସକ୍ରିମ ଚୁସକି ଖାଇବା କାରଣରୁ ଜଣ୍ଡିସ୍ ବ୍ୟାପିଥିବା ପ୍ରାଥମିକ ସ୍ତରରୁ ଜଣାପଡ଼ିଛି ।
ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଜିଲ୍ଲାପାଳ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି । କହିଛନ୍ତି କିଭଳି ଲୋକଙ୍କ ପାଖରେ ଭଲ ପାଣି ପହଞ୍ଚିବ ସେଥିପାଇଁ ସମ୍ବଲପୁର ମୁନସିପାଲଟିକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ନିୟନ୍ତ୍ରଣରେ ରହିଛି ଡିପ୍ଥେରିଆ । ସମସ୍ତଙ୍କୁ ଟିକାକରଣ କରାଯାଉଛି । ଘରକୁ ଘର ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟ ସୀମାରେ ଡିପଥେରିଆ ସ୍ଥିତି ସମୀକ୍ଷା ପରେ ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରୋଗ ପ୍ରତିରୋଧକ ଶକ୍ତି କମିଲେ ଏଭଳି ରୋଗ ମାଡ଼େ । ଏହାର ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉଛି । ସେହିପରି ଅପହଞ୍ଚ ଥିବା ଗାଁକୁ ରାସ୍ତା ସଂଯୋଗ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୁହାଯାଇଛି । ସେହିପରି ଜାପାନିଜ୍ ଏନ୍ ସେଫାଲାଇଟିସ୍ ଓ ଜଣ୍ଡିସ୍ ମୁକାବିଲାର ବି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)