Advertisment

ଜୋରସୋରରେ ଚାଲିଛି ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କାମ

ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଡକାଯାଇ ବୁଦ୍ଧିଜୀବୀ, ଟ୍ରଷ୍ଟ ବୋର୍ଡ଼ କର୍ମକର୍ତ୍ତା, ସେବାୟତ, ଶାନ୍ତି କମିଟି ସଦସ୍ୟ, ଜନସାଧାରଣ ତଥା ବିଭିନ୍ନ ବିଭାଗର ସହଯୋଗ କାମନା କରାଯାଇଛି।

author-image
Manoranjan Behera
Ratha Jatra

Ratha Jatra

କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କାମ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି। ବ୍ରହ୍ମ ତାଳଧ୍ୱଜ ରଥରେ ମହାରଣା ସେବକମାନେ ରଥ ନିର୍ମାଣରେ ଦିନରାତି ଏକ କରି ଦେଇଛନ୍ତି। ଧାର୍ଯ୍ୟ ସମୟରେ ରଥ ନିର୍ମାଣ ଶେଷ ପାଇଁ ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହ ଯୋଗ କାମନା କରାଯାଇଛି।

Advertisment

ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଡକାଯାଇ ବୁଦ୍ଧିଜୀବୀ, ଟ୍ରଷ୍ଟ ବୋର୍ଡ଼ କର୍ମକର୍ତ୍ତା, ସେବାୟତ, ଶାନ୍ତି କମିଟି ସଦସ୍ୟ, ଜନସାଧାରଣ ତଥା ବିଭିନ୍ନ ବିଭାଗର ସହଯୋଗ କାମନା କରାଯାଇଛି। ରଥାରୂଢ଼ ଶ୍ରୀଜିଉଙ୍କ ସମ୍ମୁଖରେ ସେବାୟତମାନେ ଦଣ୍ଡାୟମାନ ନହେବାକୁ ବୈଠକରେ ନିବେଦନ କରାଯାଇଛି।

ବର୍ଷାଜଳର ସୁନିଷ୍କାସନ ବ୍ୟବସ୍ଥା, ବଡ଼ଦାଣ୍ଡର ପରିଚ୍ଛନ୍ନତା, ରାସ୍ତା ଉପରେ ଥିବା ବିଦ୍ୟୁତ୍ ଖୁଣ୍ଟିର ଅପସାରଣ, ରାସ୍ତାଘାଟ ମରାମତି, ଆଲୋକ ବ୍ୟବସ୍ଥା, ପାନୀୟ ଜଳଯୋଗାଣ ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବା ଜିଲ୍ଲାପାଳ କହିଛନ୍ତି। ରଥଯାତ୍ରାକୁ ଦୃଷ୍ଟିରେ ରଖି ଜୁଲାଇ ୭, ୮, ୧୬, ୧୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ମଦ ଦୋକାନ ଓ ବାର୍ ବନ୍ଦ ରହିବ।

Advertisment

ସେପଟେ ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍। ଗତ ବର୍ଷ ଅପେକ୍ଷା ଏଥର ଅଧିକ ଟ୍ରେନ୍ ଚାଲିବ। ଆଜି ଏନେଇ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Baladevjew Temple Ratha Jatra
Advertisment
Advertisment