/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719631337.jpg)
Crime in Odisha
ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ । ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ରାମଚନ୍ଦ୍ରପୁର ଗାଁରୁ । ଡେଲାଙ୍ଗ ବଜାରରେ ସାଇକେଲ ରିପ୍ୟାରିଂ ଦୋକାନ କରିଥିବା ନରେନ୍ଦ୍ର ମଲ୍ଲିକଙ୍କୁ ତାଙ୍କ ବଡ଼ ଶଢୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା ।
ଅଭିଯୋଗ ଅନୁଯାୟୀ , ହାଟ ଡେଲାଙ୍ଗ ଲୁଣା ବ୍ରିଜ ଉପରେ ନରେନ୍ଦ୍ରଙ୍କୁ ଗୁଳି କରିଥିଲା ବଡ଼ ଶଢ଼ୁ ଦୀପକ କୁମାର ସିଂ । ଗୁଳିକାଣ୍ଡ ପରେ ନରେନ୍ଦ୍ରଙ୍କୁ ପ୍ରଥମେ ଡେଲାଙ୍ଗ ହସ୍ପିଟାଲ ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କିନ୍ତୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ଏହାପରେ ମୃତଦେହ ପହଞ୍ଚିବା ପରେ ଉତ୍ତେଜନା ଉପୁଜିଥିଲା ଡେଲାଙ୍ଗରେ । ଉତ୍ତ୍ୟକ୍ତ ଲୋକେ ବିଧବା ପତ୍ନୀ ଓ ଛୋଟ ଶିଶୁକନ୍ୟାକୁ ଥଇଥାନ ଏବଂ ସହାୟତା ଦାବି କରିବା ସହ ମରଶରୀରକୁ ଧରି ରାସ୍ତାରୋକ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା ।
ଘଟଣାସ୍ଥଳରେ ପୋଲିସ ଏବଂ ବିଧାୟକ ଆଶ୍ରିତ ପଟ୍ଟନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନ କରିଥିଲେ । ଶେଷରେ ସହାୟତାର ପ୍ରତିଶ୍ରୁତି ପରେ ହଟିଥିଲା ରାସ୍ତାରୋକ । ହତ୍ୟାକାଣ୍ଡ ପଛରେ ପାରିବାରିକ ବିବାଦ ବୋଲି କୁହାଯାଉଛି । ଏହି ଘଟଣାରେ ଡେଲାଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ଖୋଳତାଡ଼ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)