/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719639016.jpg)
Balle Balle Hotel
କାଲି ପ୍ରଶାସନ ଲଗାଇଥିଲା ଲଟକା । ଆଜି ଖାଲି କରାଯାଉଛି ଢାବା । ଯାଜପୁର ନେଉଳପୁର ସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ବଲେ ବଲେ ଢାବା ଖାଲି କରାଯାଉଛି । ଗତକାଲି ଢାବା ଖାଲି କରିବା ପାଇଁ ନୋଟିସ୍ ଜାରି ହୋଇଥିଲା । ହୋଟେଲ ଚଳାଉଥିବା ମାଲିକ ଆଜି କର୍ମଚାରୀଙ୍କୁ ଲଗାଇ ହୋଟେଲ୍ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ।
ବଲେ ବଲେ ଢାବା ଓ ଲଜ୍ରେ ସାଂସଦ ଓ ବିଧାୟକ ପାଣ୍ଠି ବିନିଯୋଗ ହୋଇଥିବା ଅଭିଯୋଗ ହୋଇଛି । ବିନା କାଗଜପତ୍ରରେ ଏହି ଢାବାକୁ ଜଣେ ବିଜେଡି ନେତ୍ରୀଙ୍କୁ ଲିଜ୍ରେ ଦିଆଯାଇଥିଲା । ଆଉ ପ୍ରଚ୍ଛଦପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହିମାଂଶୁ ସାହୁ ନିଜେ ସମୀକ୍ଷା କରି ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଥିଲେ ।
ବିଧାୟକଙ୍କ ସମୀକ୍ଷା ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ । ଢାବାରେ ଲଟ୍କା ଲଗାଇଥିଲା । ତିନି ଦିନ ଭିତରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଭିଯୋଗ ଉପରେ ପ୍ରଣବ ବଳବନ୍ତରାୟ କି ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ରାଜଧାନୀରେ ବବିଙ୍କ ସରକାରୀ କ୍ୱାର୍ଟରକୁ ବିଳାସପୂର୍ଣ୍ଣ ବାସଭବନରେ ପରିଣତ କରାଯିବାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଯାଜପୁରରେ ଜିତୁଙ୍କ ଲିଙ୍କରେ ବଲେ ବଲେ ଢାବାକୁ ନେଇ ଝଡ଼ ସୃଷ୍ଟି ହୋଇଛି ।
ସାଂସଦ ଓ ବିଧାୟକ ପାଣ୍ଠିରେ କେମିତି କାହିଁକି ତିଆରି ହୋଇଥିଲା ଢାବା, ବ୍ଲକ୍ ସମୀକ୍ଷା ବେଳେ ତାକୁ ଧରିଛନ୍ତି ନବନିର୍ବାଚିତ ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ସାହୁ । ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିବାବେଳେ ସମସ୍ତଙ୍କୁ ଚକିତ କରିଛି ଧର୍ମଶାଳାର ବଲେ ବଲେ ଢାବା । ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହିମାଂଶୁ ସାହୁ ନିଜେ ସମୀକ୍ଷା କରି ପାଇଛନ୍ତି ଏଭଳି ଆଖି ଖୋସିଲା ଭଳି ତଥ୍ୟ ।
ଧର୍ମଶାଳା ବିଧାୟକ ଆହୁରି ମଧ୍ୟ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ସେହି ଢାବାରେ ଟଙ୍କା କାରବାର ଚାଲୁଥିଲା । ପୂର୍ବତନ ବିଧାୟକ ଏହି ଢାବାରେ ରଙ୍ଗୀନ କାର୍ଯ୍ୟକ୍ରମ କରୁଥିଲେ । ଧର୍ମଶାଳାରେ ୩୦ ବର୍ଷ ଧରି ଏକ ପାରିବାରିକ ରାଜନୀତି ଚାଲିଥିଲା । ଖଣି ପାଣିଠୁ ନେଇ ଏକାଧିକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛନ୍ତି ହିମାଂଶୁ ।
ଅନ୍ୟପଟେ ବିଧାୟକଙ୍କ ସମୀକ୍ଷା ପରେ ଗତକାଲି ତତ୍ପରତା ପ୍ରକାଶ କରି ଜିଲ୍ଲା ପ୍ରଶାସନ ଢାବାରେ ଲଟ୍କା ଲଗାଇଥିଲା । ତିନି ଦିନ ଭିତରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । ବିନା କାଗଜପତ୍ରରେ ଏହି ଢାବାକୁ ଜଣେ ବିଜେଡି ନେତ୍ରୀଙ୍କୁ ଲିଜ୍ରେ ଦିଆଯାଇଥିଲା । ଆଉ ପ୍ରଚ୍ଛଦପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ବିଜେଡି ଶାସନ କାଳରେ ଏଭଳି ଭାବେ ଚାଲିଥିଲା କ୍ଷମତାର ଅପବ୍ୟବହାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)