ରଥଯାତ୍ରା ୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଛୁଟି ଘୋଷଣା ହୋଇଛି । ପୁରୀରେ ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି ।
ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି ।
ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ଉପସ୍ଥିତ ରହିବେ ।
ଯେଉଁଠି ଦିନେ କାଜୁ ଫସଲ କରି ଭଲ ଦି ପଇସା ରୋଜଗାର କରୁଥିଲେ ଚାଷୀ , ଆଜି ସେଠି କଟା ହୋଇ ପଡି ରହିଛି ଶହ ଶହ କାଜୁ ଗଛ । ଉଚିତ ମୂଲ୍ୟ ମିଳୁନଥିବାରୁ ମକା ଓ ପନି ପରିବା ପ୍ରତି ଆକୃଷ୍ଠ ।
ଗଞ୍ଜାମ ଜିଲ୍ଲାର ପୁରାତନ ଗୋପାଳପୁର ବନ୍ଦର । ମାଲିକାନା ପରବର୍ତ୍ତନ ଯୋଗୁଁ ସ୍ଥିତି ଦୁର୍ବଳ ହେଉଥିବା ଅଭିଯୋଗ । ୧୮ ବର୍ଷ ଭିତରେ ପାଞ୍ଚ ପାଞ୍ଚ ଥର ପରିବର୍ତ୍ତନ ।
ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ । ଭକ୍ତଙ୍କ ସଂଖ୍ୟା ଗଣନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ଗଣନା ହେବ ।
ଜ୍ବରରେ ଆକ୍ରାନ୍ତ ଶ୍ରୀଜିଉ ମାନଙ୍କୁ ଲାଗି ହେବ ଦଶମୂଳ ମୋଦକ। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଏହାକୁ ସେବନ ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି।
ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିବ ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ଆଗାମୀ ୫ ଦିନ ଯାଏଁ ସମାନ ସ୍ଥିତି ରହିପାରେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
୩ ପ୍ଲାଟୁନ ଓ ଏସଏଏଫ୍ଙ୍କୁ ମୁତୟନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଆବେଦନ କରାଯାଇଛି । ସେପଟେ ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ । ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ ସୂଚନା ଦିଆଯିବ ।
ଆଉ ଦୀର୍ଘ ବର୍ଷ ଗଡ଼ିବନି କେସ୍, ହତାଶ କରିବନି ‘ତାରିଖ ପେ୍ ତାରିଖ’ । କେବଳ ଦଣ୍ଡବିଧାନ ନୁହେଁ, ପୂରା ବ୍ୟବସ୍ଥାରେ ଆମୂଳ ଚୂଳ ସଂସ୍କାର ।
ପ୍ରଥମ ଦିନରେ ୧୫୫୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ଟିମ୍ । ଅନ୍ ଦି ସ୍ପଷ୍ଟ ଫୈସଲା ପାଇ କୃତ୍ୟ କୃତ୍ୟ ଜନତା ।
ଗଜପତିଙ୍କ ସାକ୍ଷାତ ସମ୍ପର୍କରେ ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି- ଗଜପତି ଶୃଙ୍ଖଳିତ ନୀତିକାନ୍ତି ନେଇ ପରାମର୍ଶ ଦେଇଛନ୍ତି, ତାହା ସରକାର ପାଳନ କରିବେ।
ଆରମ୍ଭ ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ବିଭିନ୍ନ ଆଡୁ ଆସିଥିବା ଜନତାଙ୍କ ଗୁହାରି ଶୁଣିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।
ବାଟ ନପାଇଲେ ଏବେ ଆମେ ଗୁଗଲ ମ୍ୟାପ୍ ସାହାଯ୍ୟ ନେଉଛେ, ହେଲେ ସେଇ ଗୁଗୁଲ୍ ମ୍ୟାପ୍ କେମିତି ସପ୍ତଶଯ୍ୟା ଘଞ୍ଚ ଜଙ୍ଗଲ ଭିତରେ ୫ ସାଙ୍ଗଙ୍କୁ ବାଟବଣା କରିଦେଲା ଓ ୧୧ ଘଣ୍ଟା କାଳ ଫସି ରହିବା ପରେ ରାତି ଅଧରେ ଉଦ୍ଧାର ପାଇଲେ, ସେ ଘଟଣା ହୋଇଛି ବେଶ୍ ଲୋମଟାଙ୍କୁରା ।
ଯୁଗ ଆସି କେଉଁଠି ପହଞ୍ଚିଲାଣି । ସ୍ମାର୍ଟ ଫୋନ୍ ୪ଜିରୁ ୫ଜି ହୋଇଗଲାଣି । ତଥାପି ଆଜିଯାଏଁ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପହଞ୍ଚି ପାରିନି ବିଜୁଳି ।
ରାଜଧାନୀରେ ରାତି ତମାମ ଖୋଲା ରହୁଛି ବାର ଓ ପବ୍ । ରଙ୍ଗୀନ ଆଲୁଅ ଭିତରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ ।
ଖୁବ୍ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ରକୁ ନିଆଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।
ଚିତ୍ରକୋଣ୍ଡା ଜଙ୍ଗଲରୁ ଦିବ୍ୟାଙ୍ଗ ଶିଶୁ କନ୍ୟା ଉଦ୍ଧାର। ଉଦ୍ଧାର ପରେ ଶିଶୁକନ୍ୟାଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।
କୁନିପୁଅର ଆଖିକୁ ଚାହିଁ କେତେ ସ୍ୱପ୍ନ ଦେଖିଥିଲେ ବାପା-ମା’। ହେଲେ ସବୁକିଛି ହୋଇଗଲା ଓଲଟପାଲଟ, ସମୟର ସୁଅରେ ଦୁଇ ପୁଅ ସିନା ବଡ଼ ହେଲେ, କିନ୍ତୁ ହୋଇଗଲେ ଦିବ୍ୟାଙ୍ଗ ।
ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ ହେଲେ ଏବେ ନ୍ୟାୟ ପାଇବେ। ଆଗାମୀ ଦିନରେ ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ସବୁ ଜିଲ୍ଲାରେ ଲୋକଙ୍କ ଅଭିଯୋଗ ଶୁଣାଯିବ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।
ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି । ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି ।
ଯାଜପୁର ଧର୍ମଶାଳାର ବିବାଦୀୟ ଢାବା ବଲ୍ଲେ ବଲ୍ଲେକୁ ସିଲ୍ କରାଯିବ । ତିନି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନୋଟିସ୍ ଆଜି ସରିଛି।
ଆରମ୍ଭ ହେଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଅଭିଯୋଗ ପ୍ରକୋଷ୍ଠରେ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ନେଇ ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି ଶତାଧିକ ଲୋକ ।