• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଯାହା ନିର୍ବାଚନରେ କୁହାଯାଇଥିଲା ତାକୁ ଗ୍ରାଉଣ୍ଡରେ କରି ଦେଖାଇବେ ସରକାର । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ତିଆରି ଚାଲିଛି, ଏହାପରେ କ୍ରିୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ । ଖୁବ୍ ଶୀଘ୍ର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ସେପଟେ ଗତ କିଛିଦିନ ତଳେ ସୁଭଦ୍ରା ଯୋଜନାକୁ ନେଇ ଲୋକଙ୍କୁ ଭ୍ରମିତ ନକରିବାକୁ କହିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କିଛି ପ୍ରମୁଖ ଗଣମାଧ୍ୟମରେ ମିଛ ଖବର ବୁଲୁଛି । ତାହା ଠିକ ନୁହେଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏପରି ମନ୍ତବ୍ୟ ଦେବା ସହ ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି କହିଥିଲେ ।

ସେ ଆହୁରି କହିଥିଲେ ଯେ, ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟରେ ଅଛି । ସରକାର ଯାହା ଯୋଜନା କରିଛନ୍ତି ତାକୁ ଦେଖାନ୍ତୁ, ଭୁଲ ଖବର ଦେଖାନ୍ତୁ ନାହିଁ । ଶହେ ଦିନ ମଧ୍ୟରେ ପୁରା ଡାଇଗ୍ରାମ ଆସିବ । ରୂପରେଖ ଯାହା ଆସିବ ସେହି ଅନୁସାରେ କାର୍ଯ୍ୟ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ଏହି ସୁଭଦ୍ରା ଯୋଜନା ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now