Advertisment

ଜରାଜୀର୍ଣ୍ଣ ନୀଳମାଧବ ମହାବିଦ୍ୟାଳୟ ଛାତ୍ରୀନିବାସ, ଖତ ଖାଉଛି ୪୦ ଲକ୍ଷର କୋଠା

କବାଟ, ଝରକା ନଷ୍ଟ ହୋଇଗଲାଣି। ବିଦ୍ୟୁତ୍ ସଂଯୋଗ, ଜଳ ଯୋଗାଣ ବ୍ୟବସ୍ଥା ନ ହେବା ସହ ଦୀର୍ଘଦିନ ହେଲା ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Nilamadhav College Ladies Hostel

Nilamadhav College Ladies Hostel

ନଷ୍ଟ ହେଉଛି ୪୦ ଲକ୍ଷରେ ନିର୍ମିତ କୋଠା । ନୟାଗଡ଼ ଜିଲ୍ଲାର କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ଛାତ୍ରୀନିବାସ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ ନ ହୋଇ ଭୂତ କୋଠିରେ ପରିଣତ ହୋଇଛି। କୋଠା ନିର୍ମାଣକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେଉନଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Advertisment

୨୦୧୧ ମସିହାରେ ୟୁଜିସି ପକ୍ଷରୁ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ପୋଲିସ ହାଉସିଂ ବିଭାଗକୁ ଦିଆଯାଇଥିଲା। ୧୦ଟି କୋଠରି ସହିତ ଶୌଚାଳୟ ବ୍ୟବସ୍ଥା ଆଦି ସୁବିଧା ସହିତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଠିକା ସଂସ୍ଥାର ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ବର୍ତ୍ତମାନ କୋଠାରେ ଫାଟ ପଡ଼ିଲାଣି । ଏହାସହ କବାଟ, ଝରକା ନଷ୍ଟ ହୋଇଗଲାଣି। ବିଦ୍ୟୁତ୍ ସଂଯୋଗ, ଜଳ ଯୋଗାଣ ବ୍ୟବସ୍ଥା ନ ହେବା ସହ ଦୀର୍ଘଦିନ ହେଲା ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି ।

କେହି ଯିବା ଆସିବା ନକରିବାରୁ ଛାତ୍ରୀ ନିବାସରେ ଲଗାଯାଇଥିବା କବାଟ, ବିଦ୍ୟୁତ ଉପକରଣ, ଶୌଚାଳୟ ଓ ଅନ୍ୟ ଯନ୍ତ୍ରାଂଶ ଗୁଡ଼ିକ ଚୋର ତାଡ଼ି ନେଲେଣି । ୟୁଜିସି ଗାଇଡ୍‌ଲାଇନ୍ ପାଳନ ହେଉ ନଥିବାରୁ ଏବଂ ଠିକ୍ ଢଙ୍ଗରେ ଛାତ୍ରୀନିବାସ କରାଯାଇ ନଥିବାରୁ କଲେଜ ବିନିଯୋଗ ରାଶି ସୁଧ ସହିତ ଫେରାଉ ବୋଲି ଚିଠି ଆସିଥିବା ଜଣାପଡ଼ିଛି । ଏଭଳି ବିବାଦ ସୃଷ୍ଟି ହେବା ସହ ୪୦ ଲକ୍ଷ ବ୍ୟୟରେ ନିର୍ମିତ ଏହି କୋଠା ନଷ୍ଟ ହେବାକୁ ବସିଛି ।

Advertisment

କଲେଜର ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୧୮୦୦ ଟପିଥିବା ବେଳେ କଣ୍ଟିଲୋ ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ନୀଳମାଧବ କଲେଜରେ ଶିକ୍ଷାଲାଭ କରିଥାନ୍ତି । ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀଙ୍କ ପାଇଁ ଛାତ୍ରୀନିବାସ ନିହାତି ଆବଶ୍ୟକ । ଏପରିକି ପରୀକ୍ଷା ସମୟରେ ପିଲାମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏପଟେ ୟୁସି ଦାଖଲ ହୋଇନଥିବାରୁ କଲେଜର ଉନ୍ନତି ପାଇଁ ୟୁଜିସି, ରୁସା ଅନୁଦାନ ଆସିପାରୁନାହିଁ । ଫଳରେ ନାକ୍ ମାନ୍ୟତାପ୍ରାପ୍ତ ମହାବିଦ୍ୟାଳୟ ନାକ୍ ମାନ୍ୟତାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ କଲେଜ ପ୍ରଶାସନର ଆନ୍ତରିକତା ନଥିବା ପରି ମନେହେଉଛି।

(ରିପୋର୍ଟ-ରାକେଶ ପାଢ଼ୀ, ଖଣ୍ଡପଡ଼ା)

Ladies Hostel
Advertisment
Advertisment