Advertisment

ପାଖେଇ ଆସୁଛି ଘୋଷଯାତ୍ରା, ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ଉପସ୍ଥିତ ରହିବେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Mohan Majhi To Review Puri Rath Yatra 2024

Mohan Majhi

ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ପୁରୀରେ ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ପୌର ସଦନରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଯୋଗଦେବେ । ରଥ ନିର୍ମାଣ ଅଗ୍ରଗତି, ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା ଭଳି ସମସ୍ତ ଦିଗକୁ ଗୋଟି ଗୋଟି କରି ଅନୁଧ୍ୟାନ କରିବେ ।

Advertisment

ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ଉପସ୍ଥିତ ରହିବେ।

ଅଧିକ ପଢ଼ନ୍ତୁ: ଗଣତି ହେବେ ରଥକୁ ଆସୁଥିବା ଭକ୍ତ; ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ହେବ ଗଣନା

Advertisment

ସେପଟେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆଗାମୀ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା ଶୃଙ୍ଖଳିତ ରଥଯାତ୍ରା ନୀତିକାନ୍ତିଠୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଲୋଚନା କରିଛନ୍ତି ଗଜପତି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ।

ଆଲୋଚନା ପରେ ଗଜପତି ମହାରାଜା କହିଛନ୍ତି- ଏଥରର ରଥଯାତ୍ରା ୧୯୭୧ ମସିହା ଭଳି ପଡୁଛି। ଗୋଟିଏ ଦିନରେ ଦୁଇ ଦିନର ନୀତିକାନ୍ତି ହେବ। ତେଣୁ ରଥଯାତ୍ରା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ସେନେଇ ଆଲୋଚନା ହେଲା। ଅପରାହ୍ନ ୫ ଟାରେ ରଥଟଣା ଯିବାକୁ ନୀତି ନିର୍ଘଣ୍ଟ ହୋଇଥିବାରୁ ସେଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ବୋଲି କହିଛନ୍ତି ଗଜପତି ।

ସେହିପରି ଘୋଷଯାତ୍ରାରେ ବ୍ଲାଙ୍କେଟ୍ ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର । ରଥଯାତ୍ରା ସୁରକ୍ଷାର ସମୀକ୍ଷା କରି ଏପରି କହିଛନ୍ତି ପୋଲିସ ଡିଜି । ଏଥର ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ଏନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଏଥିରେ ୪ ଜଣ ଅତିରିକ୍ତ ଡିଜି, ୬ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ ରହିବେ। ଏଥିସହ ୧୯ ଏସପି ବା କମାଣ୍ଡାଣ୍ଟ ପାହ୍ୟା, ୩୩ ଜଣ ଅତିରିକ୍ତ SP ବା ଡେପୁଟି କମାଣ୍ଡାଣ୍ଟ ପାହ୍ୟା, ୭୫ ଜଣ ଡିଏସପି ବା କମାଣ୍ଡର ପାହ୍ୟା, ୧୩୦ ଇନ୍ସପେକ୍ଟର, ୬୭୫ SI ଓ ASI ପାହ୍ୟା ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ।

୩ ପ୍ଲାଟୁନ OSAF ମୁତୟନ କରାଯିବା ସହିତ ୫ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଆବେଦନ କରାଯାଇଛି । ଡ୍ରୋନ୍‌ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ ଓ ସୋସିଆଲ ମିଡିଆରେ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ୍ ସୂଚନା ଦିଆଯିବ ବୋଲି କହିଛନ୍ତି ଡିଜିପି। ଏଥିସହ ରାଷ୍ଟ୍ରପତି ଓ ବିଶିଷ୍ଟ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।

ଅଧିକ ପଢ଼ନ୍ତୁ: ଏଥର ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ

Odisha CM Ratha Jatra Ratha Yatra Mohan Majhi
Advertisment
Advertisment