Advertisment

ଲାଭ ଦାୟକ ଫସଲରୁ ମୁହଁ ମୋଡୁଛନ୍ତି ଚାଷୀ; କାଜୁ ଛାଡ଼ି କରୁଛନ୍ତି ମକା ଓ ପନି ପରିବା ଚାଷ

ଯେଉଁଠି ଦିନେ କାଜୁ ଫସଲ କରି ଭଲ ଦି ପଇସା ରୋଜଗାର କରୁଥିଲେ ଚାଷୀ , ଆଜି ସେଠି କଟା ହୋଇ ପଡି ରହିଛି ଶହ ଶହ କାଜୁ ଗଛ । ଉଚିତ ମୂଲ୍ୟ ମିଳୁନଥିବାରୁ ମକା ଓ ପନି ପରିବା ପ୍ରତି ଆକୃଷ୍ଠ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha Cashew Farming

Cashew Farming

ଲାଭ ଦାୟକ ଫସଲ କାଜୁରୁ ମୁହଁ ମୋଡି ମକା ଓ ପନି ପରିବା ଚାଷ ପ୍ରତି ଆକୃଷ୍ଠ ହେଉଛନ୍ତି ଚାଷୀ। ମାର୍କେଟରେ କାଜୁର ଉଚିତ ମୂଲ୍ୟ ମିଳୁନାହିଁ, ତେଣୁ ଅନ୍ୟ ଫସଲ କରି ଦୁଇ ପଇସା ଅଧିକ ପାଇବା ଆଶା କରିଛନ୍ତି। ଏବେ ପରିସ୍ଥିତି ଏମିତି ହେଲାଣି କି ନବରଙ୍ଗପୁର ଉମରକୋଟରେ ଥିବା ୬ଟି କାଜୁ ଫେକ୍ଟ୍ରିରୁ ଦୁଇଟି ବନ୍ଧ ହୋଇ ପଡିଛି। 

Advertisment

ଯେଉଁଠି ଦିନେ କାଜୁ ଫସଲ କରି ଭଲ ଦି ପଇସା ରୋଜଗାର କରୁଥିଲେ ଚାଷୀ , ଆଜି ସେଠି କଟା ହୋଇ ପଡି ରହିଛି ଶହ ଶହ କାଜୁ ଗଛ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼କୁମାରୀ ଗ୍ରାମରେ ଦୀର୍ଘ ୨୦ ରୁ ୨୫ ବର୍ଷ ହେବ କାଜୁ ଚାଷ କରି ଏଠି ବେଶ ଲାଭବାନ ହେଉଥିଲେ ଚାଷୀ। ହେଲେ ଆଜି କିନ୍ତୁ କାଜୁ ଚାଷ ପ୍ରତି ବିମୂହ ହେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ କାଜୁ ଚାଷରେ ଏକର ପିଛା ୩ରୁ ୪ କ୍ବିଣ୍ଟାଲ ଉତ୍ପାଦନ ହେଉଥିଲା ଏବେ ତାହା କ୍ବିଣ୍ଟାଲରୁ ଦେଢ କ୍ବିଣ୍ଟାଲକୁ ଖସିଛି । ଏହାସହ ବଜାରରେ କାଜୁ କଞ୍ଚାରେ ୮୦ରୁ ୧୦୦ଟଙ୍କାରେ ବ୍ୟବସାୟୀ କିଣୁଛନ୍ତି, ଏଣୁ କାଜୁ ଚାଷ ପ୍ରତି ଚାଷୀ ବିମୂହ ହୋଇ, ତା ସ୍ଥାନାରେ ମକା ଏବଂ ପରିବା ଚାଷ କରୁଛନ୍ତି। 

ପୂର୍ବରୁ ବଜାରକୁ ବହୁତ ପରିମାଣରେ କାଜୁ ଆସୁଥିଲା, ଏବେ କିନ୍ତୁ ତାହା କମିଛି । ଏହାର କାରଣ କାଜୁ ଗଛର ବୟସ ୨୫ ବର୍ଷରୁ ଅଧିକ ହେବା ସହ ଆଖପାଖରେ ୟୁକାଲିପଟାସ ଗଛ ଲଗାଇବା। ଅନ୍ୟପଟେ ଏ ନେଇ କୃଷି ବୈଜ୍ଞାନିକ ଓ ଉଦ୍ୟାନ ବିଭାଗ ରଖିଛି ଭିନ୍ନ ମତ । ପୂର୍ବରୁ ସିଜିଲିଂ ପ୍ରକ୍ରିୟାରେ କାଜୁ ଚାରା କରାଯାଉଥିଲା, ଯାହାକି ୨୦ ବର୍ଷ ପରେ ଗଛର ଫତ୍ପାଦନ କ୍ଷମତା କମାଇଥାଏ। ଏଣୁ ବର୍ତ୍ତମାନ କଲମୀକରଣ ହୋଇଥିବା ଚାରାରେ କାଜୁ ଗଛ ଲଗାଇଲେ ଚାଷ ଭଲ ହେବା ସହ ଉତ୍ପାଦନ ବୃଦ୍ଧି ହେବ ବୋଲି କହିଛନ୍ତି।

Advertisment

କାଜୁ ଉତ୍ପାଦନ ଲାଗି ପ୍ରସିଦ୍ଧ ଉମରକୋଟ ବ୍ଲକରେ ପୂର୍ବରୁ ୬ଟି କାଜୁ ଫେକ୍ଟ୍ରି କାର୍ଯ୍ୟକ୍ଷମ ଥିଲା। ଏବେ ତାହା ୪ କୁ ଖସିଛି। ଏଣେ ଚାଷୀଙ୍କୁ ନୂଆ ପଦ୍ଧତିରେ ଚାଷ ସହ ସରକାର ସହଯୋଗ କଲେ କାଜୁ ଉତ୍ଦନ ବଢିବ ବୋଲି ବୈଜ୍ଞାନିକ କହିଛନ୍ତି। 

Farmers Cashew Farming
Advertisment
Advertisment