/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719836205.jpg)
Divyang brothers
କୋଳ ସିନା ପୂରିଛି ହେଲେ ବାପା-ମା’ଙ୍କ କାଳକ ପୂରିବ କି ନାହିଁ ସବୁ ସେଇ ଦଇବକୁ ଜଣା । ସବୁ କିଛି ଠିକ୍ ଥିଲା, ହେଲେ ଦୁଇ ଭାଇଙ୍କ ଜନ୍ମ ହେବା ପରେ ଗରିବ ପରିବାରରେ ଖେଳିଯାଇଥିଲା ଖୁସିର ଲହରୀ । କୁନିପୁଅର ଆଖିକୁ ଚାହିଁ କେତେ ସ୍ୱପ୍ନ ଦେଖିଥିଲେ ବାପା-ମା’। ହେଲେ ସବୁକିଛି ହୋଇଗଲା ଓଲଟପାଲଟ, ସମୟର ସୁଅରେ ଦୁଇ ପୁଅ ସିନା ବଡ଼ ହେଲେ, କିନ୍ତୁ ହୋଇଗଲେ ଦିବ୍ୟାଙ୍ଗ ।
କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡ଼ି ବ୍ଲକ ନିଲାକିଲୁ ଗାଁରେ ରୁହନ୍ତି ଏହି ଗରିବ ପରିବାର । ପରିବାର କହିଲେ ଦୁଇ ଦିବ୍ୟାଙ୍ଗ ପୁଅ ଆଉ ବାପା-ମା’ । ପିଲାମାନଙ୍କ ପାଇଁ ଉଭୟ ବାପା ରସାଳ ମାଝୀ ଓ ମା’ କୁନ୍ତି ମାଝୀ ଦିନରାତି ପରିଶ୍ରମ କରନ୍ତି । ବଡ଼ ପୁଅ ସିଦିକୀୟ ମାଝୀକୁ ବୟସ ୧୭ ବର୍ଷ । ସାନ ଭାଇ ରୋହିତ ମାଝୀକୁ ମଧ୍ୟ ୧୨ ବର୍ଷ ହେଲାଣି । କିନ୍ତୁ ଭଗବାନ ସେମାନଙ୍କ ପାଇଁ ଯେମିତି ନିଷ୍ଠୁର ସାଜିଛନ୍ତି ।
ବଡ଼ ପୁଅ ସିଦିକୀୟ ଅଷ୍ଟମ ଯାଏ ପାଠ ପଢ଼ିଛନ୍ତି । ହେଲେ ହଠାତ୍ ତାଙ୍କ ଶରୀର ଦୁର୍ବଳ ହୋଇପଡ଼ିବାରୁ ସ୍କୁଲରେ ପଢ଼ିବାକୁ ଆଉ ସୁଯୋଗ ମିଳିନି । ସାନଭାଇ ରୋହିତଙ୍କ ଅବସ୍ଥା ମଧ୍ୟ ସମାନ । ସେ ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କୁ ସ୍କୁଲକୁ ନେବାକୁ ବାପା-ମା’ଙ୍କୁ ବହୁତ ଅସୁବିଧା ହୋଇଛି ।
ଉଭୟ ସିଦିକୀୟ-ରୋହିତଙ୍କ ପାଠ ପଢ଼ିବାରେ ଆଗ୍ରହ ରହିଛି । ହେଲେ ଶାରୀରିକ ଅକ୍ଷମତା ସେମାନଙ୍କ ବାଟ ଓଗାଳିଛି । ଯେଉଁଥିପାଇଁ ଭାଙ୍ଗିପଡ଼ିଛି ପରିବାର । ସିଦିକୀୟ ବଡ ହୋଇ ଶିକ୍ଷକ ହେବାକୁ ଇଚ୍ଛା ରଖିଥିବାବେଳେ ରୋହିତ ମଧ୍ୟ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ଉଭୟଙ୍କ ଶାରୀରିକ ଅକ୍ଷମତା ସେମାନଙ୍କ ସବୁ ସ୍ୱପ୍ନକୁ ଭାଙ୍ଗିଦେଇଛି । ଦିବ୍ୟାଙ୍ଗ ଦୁଇ ପୁଅ ପାଠ ପଢିପାରୁନଥିବା ଯୋଗୁଁ ମନରେ ବହୁତ କଷ୍ଟ ରହିଥିବା କହିଛନ୍ତି ବାପା-ମାଆ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)