Advertisment

ଏଥର ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ

୩ ପ୍ଲାଟୁନ ଓ ଏସଏଏଫ୍‌ଙ୍କୁ ମୁତୟନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଆବେଦନ କରାଯାଇଛି । ସେପଟେ ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ । ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ ସୂଚନା ଦିଆଯିବ ।

author-image
Satyendu Shekher Mishra
Ratha Jatra

Ratha Jatra

ପୁରୀରେ ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ପକ୍ଷରୁ ପ୍ରାରମ୍ଭିକ ସମୀକ୍ଷା ଶେଷ । ଚଳିତ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ, ୬ ଜଣ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ, କମାଣ୍ଡାଣ୍ଟ ବା ଏସପି ପାହ୍ୟାର ୧୯ ଜଣ, ଅତିରିକ୍ତ ଏସପି ବା ଡେପୁଟି କମଣ୍ଡାଣ୍ଟ ପାହ୍ୟାର ୩୩ ଜଣ, ଆସିଷ୍ଟାଣ୍ଟ କମାଣ୍ଡର ବା ଡିଏସପି ପାହ୍ୟାର ୭୫ ଜଣ, ଇନ୍ସପେକ୍ଟର ୧୩୦ ଜଣ, ୬୭୫ ଜଣ ଏଏସଆଇ ଓ ଏସଆଇ ପାହ୍ୟାର ଅଧିକାରୀ ସୁରକ୍ଷା ଦାୟିତ୍ଵରେ ମୁତୟନ ରହିବେ ।

Advertisment

୩ ପ୍ଲାଟୁନ ଓ ଏସଏଏଫ୍‌ଙ୍କୁ ମୁତୟନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଆବେଦନ କରାଯାଇଛି । ସେପଟେ ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ । ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ ସୂଚନା ଦିଆଯିବ ।

ଅନ୍ୟପଟେ ମହାମହିମ ରାଷ୍ଟ୍ରପତି ଓ ବିଶିଷ୍ଟ ଅତିଥି ମାନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ବ୍ଲାଙ୍କେଟ ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର । ଆସନ୍ତାକାଲି ରଥଯାତ୍ରା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ସମନ୍ୱୟ ବୈଠକ ପୁରୀ ଠାରେ ଅନୁଷ୍ଠିତ ହେବା ପୂର୍ବରୁ ପୋଲିସ ଡ଼ିଜିଙ୍କ ସମୀକ୍ଷା ଗୁରୁତ୍ଵ ବହନ କରିବ। 

Advertisment

ସେହିଭଳି ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ। ଭକ୍ତଙ୍କ ସଂଖ୍ୟା ଗଣନା ନେଇ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । କହିଛନ୍ତି, ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ଗଣନା ହେବ। ହୋଟେଲ, ଧର୍ମଶାଳା ଓ ଲଜିଂରେ ମଧ୍ୟ ଯାତ୍ରୀଙ୍କ ଗଣନା ହେବ। ଏଥିସହ ବସ୍, ଅଟୋ, କାର୍ , ବାଇକରେ ଆସୁଥିବା ଯାତ୍ରୀଙ୍କୁ ମଧ୍ୟ ଏହି ଗଣନାରେ ସାମିଲ କରାଯିବ ।

Lord Jagannath Puri Temple Ratha Jatra
Advertisment
Advertisment