• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯୁଗ ଆସି କେଉଁଠି ପହଞ୍ଚିଲାଣି । ସ୍ମାର୍ଟ ଫୋନ୍ ୪ଜିରୁ ୫ଜି ହୋଇଗଲାଣି । ତଥାପି ଆଜିଯାଏଁ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପହଞ୍ଚି ପାରିନି ବିଜୁଳି । ଗଞ୍ଜାମ ଗଜପତି ସୀମାନ୍ତ ଦୁଇଟି ଗାଁରେ ପହଞ୍ଚି ପାରିନି ବିଦ୍ୟୁତ । ଯାହାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସଞ୍ଜ ନଇଁଲେ ଗାଁରେ ପଡ଼ୁଛି ତାଟି କବାଟ । ଘର ଭିତରେ ଗରମରେ ଦହଗଞ୍ଜ ହୋଉଛନ୍ତି ଲୋକେ । ଡିବିରୀ ଆଲୁଅରେ ପାଠପଢ଼ା ଚାଲିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁରର ମଙ୍ଗଳାନଗର ଏବଂ ମାଧବ ନଗର ଦୁଇଟି ଗାଁରେ ଏବେ ସୁଦ୍ଧା ପହଞ୍ଚି ପାରି ନାହିଁ ବିଦ୍ୟୁତ୍ ସେବା ।

ପ୍ରାୟ ଦଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଏହି ଅଞ୍ଚଳରେ ଦୁଇ ଗାଁର ଲୋକେ ବସବାସ କରୁଛନ୍ତି । ତେବେ ସେମାନଙ୍କ ପାଇଁ ବିଦ୍ୟୁତ୍ ସେବା ସାତ ସପନ ହୋଇଛି । ଘରେ ଅଛି ନା ଲାଇଟ୍ ଅଛି ନା ଫ୍ୟାନ୍ । ଡିବିରୀ ମହମବତୀ ଆଲୁଅରେ ଚାଲୁଛି ଘର । ସନ୍ଧ୍ୟା ହେଲେ ମାଡ଼ି ଆସୁଛି ସାପ, ଜନ୍ତୁ ଭୟ । ଅସହ୍ୟ ଗରମରେ ଛଟପଟ ହେଉଛି ଜୀବନ । ଏନେଇ ପ୍ରଶାସନ ଠାରୁ ଆରମ୍ବ କରି ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନାହିଁ ।

ଆଜିର ଯୁଗରେ ବିଜୁଳି ବିନା ବଞ୍ଚିବା କେତେ ଯେ ଦୂରୁହ ବ୍ୟାପାର, ତାହା କେବଳ ଅନୁଭବୀ ହିଁ ଜାଣେ । ସରକାର ଏବଂ ପ୍ରଶାସନଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ । ସେପଟେ ଟି.ଗୋବିନ୍ଦପୁର ସରପଞ୍ଚ କହିଛନ୍ତି ପୂର୍ବ ସରକାରଙ୍କୁ ଜଣାଇ ଜଣାଇ ଥକିଗଲୁ କେହି ଶୁଣିଲେ ନାହିଁ । ଏବେ ନୂଆ ସରକାର ହୋଇଛି । ଏଣୁ ଦୁଃଖ ଦୂର କରିବାକୁ ସେ ଆକୁଳ ନିବେଦନ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now