Advertisment

ପୁଣି ଅଲୋଡା ଶିଶୁକନ୍ୟା; ଜଙ୍ଗଲରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଶିଶୁ ...

ଚିତ୍ରକୋଣ୍ଡା ଜଙ୍ଗଲରୁ ଦିବ୍ୟାଙ୍ଗ ଶିଶୁ କନ୍ୟା ଉଦ୍ଧାର। ଉଦ୍ଧାର ପରେ ଶିଶୁକନ୍ୟାଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Divyang Girl Rescued From Forest

Divyang Girl Rescued

ମାଲକାନଗିରି ଚିତ୍ରକୋଣ୍ଡା ଜଙ୍ଗଲରୁ ଦିବ୍ୟାଙ୍ଗ ଶିଶୁ କନ୍ୟା ଉଦ୍ଧାର। ଉଦ୍ଧାର ପରେ ଶିଶୁକନ୍ୟାଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର ଶିଶୁ କନ୍ୟା ୨/୩ ବର୍ଷର ହେବା ଅନୁମାନ କରାଯାଉଛି । ତେବେ ଏଯାବତ ଶିଶୁକନ୍ୟାର ପରିଚୟ ମିଳିପାରିନି।

Advertisment

ମାଲକାନଗିରି ସ୍ବାଭିମାନ ଅଞ୍ଚଳ ଡାଇକ୍ -୩ ନିକଟ ଜଙ୍ଗଲରେ ଶିଶୁକନ୍ୟା ଏକାକୀ ବସିଥିବା ବେଳେ, ମାଛ ଧରିବାକୁ ଯାଇଥିବା ସୁକଲଦେଇ ହନ୍ତାଲ ଓ ମଙ୍ଗୁଳି ମାଝି ତାଙ୍କୁ ଦେଖିଥିଲେ । ସେଠାରୁ ଘରକୁ ନେଇ ତାର ସେବା ଯତ୍ନ କରିବା ପରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠଙ୍କୁ ନେଇ ଯାଇଥିଲେ ।

ଅଧିକ ପଢ଼ନ୍ତୁ: ଗରିବ ଆଖିରୁ ଶୁଖୁନି ଲୁହ; ହଠାତ୍‌ ଦିବ୍ୟାଙ୍ଗ ହୋଇଗଲେ ଦୁଇ ପୁଅ...

ଆଜି ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ହେଉଥିଲା। ଏ ସମ୍ପର୍କରେ ସୁକଳଦେଈ ଓ ମଙ୍ଗୁଳି ଜାଣିପାରି ଶିଶୁ କନ୍ୟାକୁ ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚିଥିଲେ। ଆଉ ଶିଶୁ କନ୍ୟା ଉଦ୍ଧାରର ପୂରା ଘଟଣା ବର୍ଣ୍ଣନା କରିଥିଲେ। ଏହି ଘଟଣାକୁ ଜିଲ୍ଲାପାଳ ସଚିନ ପାବାର ଗୁରୁତ୍ୱର ସହ ନେଇଥିଲେ। ଶିଶୁ କନ୍ୟାଙ୍କ ରକ୍ଷଣାବେକ୍ଷଣା କରିବା ପାଇଁ ସିଡିଏମଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।

Advertisment

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ କହିବା ଅନୁସାରେ ଶିଶୁ କନ୍ୟାଙ୍କ ପରିବାର ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପିଲାଟି ଭିନ୍ନକ୍ଷମ ହୋଇଥିବାରୁ ଭିନ୍ନକ୍ଷମ ପିଲା ରହୁଥିବା ଅନୁଷ୍ଠାନରେ ରଖାଯିବ। ପରବର୍ତ୍ତୀ ସମୟରେ ସରକାରୀ ନିୟମ ଅନୁସାରେ ଆଡପ୍‌ସନ୍‌ରେ ଲିଙ୍କ କରାଯିବ। ଆଉ ତା’ର ସ୍ଥାୟୀ ଥଇଥାନ୍‌ର ବ୍ୟବସ୍ଥା କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।

Divyang Girl
Advertisment
Advertisment