Advertisment

‘ଜନତା-ସରକାର ମଝିରେ ଥିଲା ଲୁହା ପାଚେରୀ, ଏବେ ହଟି ଯାଇଛି’

ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ ହେଲେ ଏବେ ନ୍ୟାୟ ପାଇବେ। ଆଗାମୀ ଦିନରେ ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ସବୁ ଜିଲ୍ଲାରେ ଲୋକଙ୍କ ଅଭିଯୋଗ ଶୁଣାଯିବ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
CM Mohan Majhi

CM Mohan Majhi

‘ଜନତା-ସରକାର ମଧ୍ୟରେ ଥିଲା ଲୌହ ପାଚେରୀ। ଏବେ ସେଇ ଲୁହା ପାଚେରୀ ହଟି ଯାଇଛି।’ ଆଜି କିଛି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ସିଧାସଳଖ ଲୋକଙ୍କ ପାଖରେ, ଲୋକଙ୍କ ସହ ଛିଡ଼ା ହୋଇ ସେମାନଙ୍କ କଥା ଶୁଣିଛନ୍ତି। ଲୋକେ ନିଜ ଅଭିଯୋଗ ପୂରଣ ହେବା ନେଇ ଆଶା କରିବେ ଓ ସମାଧାନ ବି ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ ହେଲେ ଏବେ ନ୍ୟାୟ ପାଇବେ। ଆଗାମୀ ଦିନରେ ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ସବୁ ଜିଲ୍ଲାରେ ଲୋକଙ୍କ ଅଭିଯୋଗ ଶୁଣାଯିବ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନତାଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପତ୍ର ଗ୍ରହଣ କରାଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସୁନଥିଲେ । ସରକାର ବଦଳିବା ପରେ କିନ୍ତୁ ଏହି ଧାରା ବଦଳିଛି । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜେ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ସହ ଜନତାଙ୍କ ଅଭିଯୋଗ ବ୍ୟକ୍ତିଗତ ଭାବେ ଶୁଣୁଛନ୍ତି । 

Advertisment

ଏଥିପାଇଁ ଆଜି ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରୁ ଲୋକେ ଆସି ଭିଡ଼ ଜମାଇଛନ୍ତି । କିଏ ପେନସନ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରୁଛି ତ କିଏ ପୁଣି ବାସହରା ଦୁଃଖ ନେଇ ସହାୟତା ଲୋଡୁଛନ୍ତି । ନିଜ ସମସ୍ୟା ନେଇ ଅନେକ ବୟବୃଦ୍ଧ ବ୍ୟକ୍ତି ବି ଗୁହାରି କରିବାକୁ ଆସିଛନ୍ତି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଧ୍ୟାହ୍ନ ୧୨ଟା ଯାଏ ଚାଲିଥିଲା  ଅଭିଯୋଗ ଶୁଣାଣି।

ସରକାରଙ୍କୁ...ପୋଲିସ୍‌କୁ...ପ୍ରଶାସନକୁ...ବ୍ୟବସ୍ଥାକୁ...ବୁଲି ବୁଲି ଅଭିଯୋଗ କଲେ, ଗୁହାରି କଲେ ତଥାପି କେହି ଶୁଣିଲେନି, କେହି ବୁଝିଲେନି। କେନ୍ଦ୍ରାପଡ଼ା ଜିଲ୍ଲାର ସୂର୍ଯ୍ୟକାନ୍ତ ଦାସ ଆଜି ଏଭଳି କାନ୍ଦି କାନ୍ଦି ନିଜ ଅଭିଯୋଗ ଜଣାଇଛନ୍ତି। ସେ ଅଭିଯୋଗ କରିଛନ୍ତି ପୂର୍ବତନ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀଙ୍କ ଲୋକେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ମାଡ଼ ମାରି, ଘର ଭାଙ୍ଗି ଦେଇଛନ୍ତି। ଏନେଇ ସେ ଡିଜି ପୋଲିସକୁ ବି ଜଣାଇଥିଲେ ତଥାପି କୌଣସି ସମାଧାନ ନହେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। 

BJD BJP Congress Odisha Politics General Election 2024
Advertisment
Advertisment