• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆରମ୍ଭ ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ବିଭିନ୍ନ ଆଡୁ ଆସିଥିବା ଜନତାଙ୍କ ଗୁହାରି ଶୁଣିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ସେଇଭଳି ସାଧାରଣ ନିର୍ବାଚନ ପାଇଁ ଗଲା ୩ ମାସ ହେଲା ବନ୍ଦ ଥିବା ବିଭିନ୍ନ ବିଭାଗର ଅଭିଯୋଗ ଶୁଣାଣି ବି ଆରମ୍ଭ ହୋଇଛି । ଲୋକଙ୍କ ସମସ୍ୟା ଶୁଣିଛନ୍ତି ପ୍ରଶାସନିକ ଅଧିକାରୀ, ସମସ୍ୟାର ସମାଧାନ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।

ଖୋଲିଲା ଅଭିଯୋଗ ଶୁଣାଣି । ଫେରାଦ ହେବାକୁ ଲୋକଙ୍କ ଲମ୍ବା ଲାଇନ୍ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଲଙ୍ଗ୍ ଟର୍ମ, ସର୍ଟ ଟର୍ମ ଓ ଇମିଡିଏଟ୍ ଉପାୟ ଆପଣାଇବ ବିଏମସି । ଆଜିଠୁ ବିଭିନ୍ନ ବିଭାଗର ଅଭିଯୋଗ ଶୁଣାଣି ଆରମ୍ଭ ହୋଇଥିବା ବେଳେ ବିଏମସି କମିଶନରଙ୍କୁ ନିଜ ଗୁହାରୀ ଜଣାଇବାକୁ ଆସିଥିଲେ ଲୋକେ ।

ବିଗତ ଦିନ ମାନଙ୍କରେ ଡ୍ରେନ୍ ସମସ୍ୟା ଲୋକଙ୍କ ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ଆସନ୍ତା ମାସେରୁ ଦେଢମାସ ଭିତରେ ସହରର ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ୍ ପଡିବ ବୋଲି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସହରର ୨୫ଟି ସ୍ଥାନରେ ଏକ କିଲୋମିଟର ଲମ୍ବର ବାରିକେଡିଂ କାମ ଶେଷ ହୋଇଛି ।

ସେହିପରି ୧୨ଟି ପଏଣ୍ଟ ଯେଉଁଠି ପାଣି ଜମି ରହେ, ତାର ସମାଧାନ ପାଇଁ ଉପାୟ ଅବଲମ୍ବନ କରାଯାଉଛି । ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ସ୍ଥାୟୀ ସମାଧାନ ପାଇଁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ତେଣେ ନିର୍ବାଚନ ଆଚରଣ ବିଧି ଉଠିବା ପରେ କଟକ ମହାନଗର ନିଗମ ପକ୍ଷରୁ ଅଭିଯୋଗ ଶୁଣାଣି ହୋଇଛି ।

ସିଏମସି କମିଶନର ଓ ଅନ୍ୟାନ୍ୟ ମ୍ୟୁନିସିପାଲଟି ଅଧିକାରୀଙ୍କ ଉପସ୍ଥିତିରେ ଲୋକେ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ । ପ୍ରତି ସୋମବାର ୨ ଘଣ୍ଟା ଜନ ଅଭିଯୋଗ ଶୁଣାଣି ହେବ ବୋଲି କହିଛନ୍ତି ସିଏମସି କମିଶନର । ତେଣେ ବାଲେଶ୍ୱର ଜିଲ୍ଲାପାଳ ଅଫିସରେ ମଧ୍ୟ ଆରମ୍ଭ ହୋଇଛି ଅଭିଯୋଗ ଶୁଣାଣି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲୋକେ ନିଜର ଅଭିଯୋଗ ଜଣାଇଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଥିବାବେଳେ ସ୍ଥାନୀୟ ଲୋକେ ନିଜ ନିଜ ସମସ୍ୟା ପ୍ରଶାସନକୁ ଜଣାଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now