ଜ୍ବରରେ ଆକ୍ରାନ୍ତ ଶ୍ରୀଜିଉ ମାନଙ୍କୁ ଲାଗି ହେବ ଦଶମୂଳ ମୋଦକ। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଏହାକୁ ସେବନ ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି।
କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି।
ବଡ଼ଦେଉଳର ଚାରିଦ୍ୱାର ଖୋଲିବା ପରେ ପୁରୀରେ ବଢୁଛି ଭକ୍ତଙ୍କ ଭିଡ଼ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ।
ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭରେ ଅବସ୍ଥିତ ପ୍ରମୋଦ ଉଦ୍ୟାନର ପରିବେଶ ବଦଳି ଯାଇଛି। ପୂର୍ବପରି ଆଉ ଜଙ୍ଗଲ ଭରା ପରିବେଶ ନାହିଁ। କୋଇଲିର ଶବ୍ଦ ଶୁଭୁ ନାହିଁ କି ଶୁଆ,ସାରିଙ୍କ ବସା ନାହିଁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି।