ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ନିଜ ପକ୍ଷ ରଖି ଏହି ଆବେଦନ କରିଛି ଆନ୍ଧ୍ର । ତେବେ ନିଷ୍କର୍ଷ ନ ବାହାରିବା ଯାଏ ମାମଲା ଚାଲିବ । ଜାନୁଆରି ପ୍ରଥମ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।
କାଳ ହେଲା ମହାନଦୀରେ ଗାଧୋଇବା। ଘରୁ ସାଇକେଲ୍ରେ ସ୍କୁଲ୍ ବାହାରି ଯାଇଥିଲେ ୪ ଛାତ୍ର। ହେଲେ ଆଉ ଘରକୁ ଫେରିନଥିଲେ। ଶେଷରେ ମହାନଦୀରୁ ମିଳିଲା ମୃତଦେହ।
ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା । ମହିଳା ସାଂସଦ ଭାବରେ ମୋତେ କାର୍ଯ୍ୟ କରିବାରୁ ସୁଯୋଗ ଦିଆଯାଉ। ମୁଁ କାଲି ଠାରୁ ବୁଲି ବୁଲି ଲୋକଙ୍କ ପାଖକୁ ଯାଇ କାମ କରିବି। ମୋତେ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କର କାର୍ଯ୍ୟ। ଗତକାଲିର ଘଟଣା ନେଇ ପୋଲିସ ପ୍ରଶାସନକୁ ଅବଗତ କରିଛି: ସାଂସଦ ଅପରାଜିତା ଷଡ଼ଙ୍ଗୀ
ଅସହାୟ ସେବନୀ ଶବରଙ୍କ ଦୁଃଖ କହିଲେ ନସରେ । ପିଲାଙ୍କୁ ଧରି ଅତି ଦୁଃଖରେ ଦିନ କାଟୁଛନ୍ତି । ଏଯାଏଁ ଘର ଖଣ୍ଡେ ମଧ୍ୟ ମିଳିନାହଁ। ସେବନି ପର ଘରେ ମଜୁରୀ କଲେ ଖାଇବାକୁ ମିଳେ, ନହେଲେ ଭୋକରେ ରହିବାକୁ ପଡ଼େ ।
୨୦୨୧ ମସିହା, ନଭେମ୍ବର ମାସ ୨୬ ତାରିଖ, ଶୁକ୍ରବାର, ବିଛା ୧୧ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ସପ୍ତମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ....
୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍ ଭିଡିଓ ମଧ୍ୟ କରିଥିଲେ। ହତ୍ୟାର ଛାତିଥରା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏକର ଏକର ଫସଲରେ ଚକଡା ପୋକ ଲାଗି ନଷ୍ଟ ହେଉଛି ଧାନ ଫସଲ । ଦିନେ ଦୁଇଦିନ ମଧ୍ୟରେ ଏହି ପୋକ ସଂପୂର୍ଣ୍ଣ କିଆରିକୁ ଗ୍ରା ନଷ୍ଟ କରୁଛି।
ଗୋଟିଏ ପଟେ ସୁବର୍ଣ୍ଣପୁରରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ବିରୋଧୀ ଦଳ କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଛି।
ମହାନଦୀରୁ ଗତକାଲି ଉଦ୍ଧାର ହୋଇଥିବା ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ୩ ଜଣ ଛାତ୍ର ନିଖୋଜ ଅଛନ୍ତି। ଗତକାଲି ୪ ଛାତ୍ର ସାଇକେଲ୍ରେ ସ୍କୁଲ୍ ଯାଇଥିଲେ। ହେଲେ ଘରକୁ ଆଉ ଫେରି ନଥିଲେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରେ ନାହିଁ। ଡିସିପିଙ୍କୁ ଭେଟି ଏନେଇ ଆଲୋଚନା କରିବି ବୋଲି ସାଂସଦ କହିଛନ୍ତି।
କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି ।
ଅଭୟ ମହାନ୍ତିଙ୍କ କଟକ ସ୍ଥିତ ଘରକୁ ଚିଠି ପଠାଯାଇଥିବା ବେଳେ କନ୍ଦରପୁର କଲେଜର ଅଧ୍ୟକ୍ଷଙ୍କୁ ବି ଆବଶ୍ୟକ ପଦକ୍ଷେପ ନେବାକୁ ବି ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ମାଓବାଦୀଙ୍କ ନାଲି ଆଖି ହେଉ କି ଅଧିକ ଆୟର ଲୋଭ, ଗଂଜେଇ ଚାଷ ସମ୍ପୂର୍ଣ୍ଣ ବେଆଇନ୍ ଜାଣିବା ସତ୍ତ୍ୱେ ୟା ସପକ୍ଷରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି।
ଏହିପରି ଘଟଣା କେବଳ ସିନେମାରେ ଦେଖିବାକୁ ମିଳିଥିଲା, କିନ୍ତୁ ଏହା ସତରେ ଦେଖିବାକୁ ମିଳିଛି, ଯାହା ସାରା ରାଜ୍ୟ ଓ ଦେଶରେ ପ୍ରଥମ ଘଟଣା ବୋଲି କହିଛନ୍ତି।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସଂପଦ, ଶକ୍ତି, ବିଦ୍ୟାଳୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରହିଛନ୍ତି ।
ଯେବେଠାରୁ ମମିତା ଇସ୍ୟୁ ସାମ୍ନାକୁ ଆସିଛି, ସେବେଠାରୁ ବିରୋଧୀ ଶାସକ ମଧ୍ୟରେ ବଢ଼ଛି ଆଟାକ୍-କାଉଣ୍ଟର ଆଟାକ୍।
ଚାରି ଦିନ ହେଲା ଥମୁନି ଚର୍ଚ୍ଚା। ବ୍ରହ୍ମପୁର ବ୍ରହ୍ମାନଗରରେ ଶ୍ୱଶୁର ଘର ଆଗରେ ସେମିତି ଧାରଣାରେ ବସିଛନ୍ତି ତପସ୍ୱିନୀ। ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ଥିବା ବେଳେ ଘର ଆଗରେ ମାଣ ବସାଇ ପୂଜା କରିଛନ୍ତି ତପସ୍ୱିନୀ। ସେପଟେ ଆପୋଷ ବୁଝାମଣା କରି ସ୍ୱାମୀ-ସ୍ତ୍ରୀ ଏକାଠି ରୁହନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।
୨୨ରୁ ୨୪ ଯାଏ ଗ୍ୟାସ୍ ଦର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିଥିଲା। ତଥାପି କେନ୍ଦ୍ରର ନିଦ ଭାଙ୍ଗୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି।
ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଅଧା ରାସ୍ତାରେ ପଡୁଥିବା ମାଲଡା ନଦୀରେ ନିର୍ମାଣଧୀନ ପୋଲ ଅଧଖଣ୍ଡିଆ ଅବସ୍ଥାରେ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରି ନଥିଲା । ଫଳରେ ଗର୍ଭବତୀ ସୀତାଙ୍କୁ ତାଙ୍କ ପରିବାର ଲୋକେ ଷ୍ଟ୍ରେଚରରେ ବୋହି ବୋହି ୩ କିଲୋମୋଟର ଆଣି ମାଲଡା ନଦୀ ପାର କରିଥିଲେ ।
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ବେରୋଜଗାର ସହିତ ରନ୍ଧନ ଗ୍ୟାସ ଓ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା।
ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସେ । ତାଙ୍କ ଆଗରେ ବୟସ ହାର୍ ମାନିଛି ,ଯିଏ ୮୦ ବର୍ଷ ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି । ସେ ହେଲେ ବଲାଙ୍ଗିରର ଯୋଗ ମଣିଷ ହରିବୋଲ ହୋତା । ତାଙ୍କୁ ଭେଟିଥିଲେ ଆମ ବଲାଙ୍ଗିର ପ୍ରତିନିଧି ଘଟେଶ୍ୱର ମିଶ୍ର।
ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଗତ ୪ ଦିନ ହେଲା ଥଣ୍ଡା, କାକର ସହି ଧାରଣା ଦେଇଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ଓରଫ ଡିମ୍ପଲ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। କରୋନା ଏହାର ଲକ୍ଷଣ ବଦଳାଉ ଥିବାବେଳେ ଲୋକେ ବାହାରେ କଟକଣା ମାନୁ ନାହାନ୍ତି। ଯାହାକି ଏହା ଆଗକୁ ବିପଦ ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ ବୋଲି ସୂଚନ ଦିଆଯାଇଛି ।