• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଛକରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କଳା ପତାକା ପ୍ରଦର୍ଶନ ସହ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ସାଂସଦ ଅପରାଜିତା ଯାଉଥିବାବେଳେ ଛାତ୍ର କଂଗ୍ରେସ କର୍ମୀମାନେ ରାସ୍ତା ଉପରେ ତାଙ୍କ ଗାଡ଼ି ସାମନାରେ କଳା ପତାକା ଦେଖାଇଥିଲେ । ଏହାସହ ଅଣ୍ଡା ମାଡ଼ କରିଥିଲେ ।

ବେରୋଜଗାରୀ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରି ସାଂସଦ ଅପରାଜିତାଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ କହିଛନ୍ତି ।  ବିଜେପି ଦେଶର ବେକାର ଯୁବକଯୁବତୀ ମାନଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିଲା । କିନ୍ତୁ କାହାକୁ ଚାକିରି ଦିଆଗଲା ନାହିଁ । ବରଂ ପୂର୍ବ ତୁଳନାରେ ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ଦିନକୁ ଦିନ  ବଢ଼ିବାରେ ଲାଗିଛି ।

ପୁଣି ଯେଉଁମାନେ ଚାକିରି କରୁଥିଲେ, ସେମାନଙ୍କୁ ଛଟେଇ କରାଯାଉଛି । ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରର ସାଂସଦ ହେଲେ । କିନ୍ତୁ ଏଠାକାର ପିଲାଙ୍କୁ ଚାକିରି ଦେଇ ପାରିଲେ ନାହିଁ ।  ସେ ତାଙ୍କ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଯୁବକ ତଥା ସାଧାରଣ ଲୋକଙ୍କ ବିଷୟରେ ସେ ଆଦୌ ଚିନ୍ତା କରୁ ନାହାନ୍ତି । କେବଳ ଏତିକି ନୁହେଁ ବିଜେପି ମନ୍ତ୍ରୀଙ୍କୁ ଆଗାମୀ ଦିନରେ ରାଜ୍ୟରେ ପୂରେଇ ଦିଆଯିବ ନାହିଁ ବୋଲି ୟାସିର କହିଛନ୍ତି । ତେବେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରି ନାହିଁ ।