ସିନାପାଲି ପଂଚାୟତ ସମିତିର ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା
ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଲେ ମାତିଲଦା । ସେବା ଯାହାର ପରିଚୟ । ଜଣେ ଆଶା ଦିଦିଙ୍କ ସଫଳତାର କାହାଣୀ
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି।
୨୦୨୧ ମସିହା, ନଭେମ୍ବର ମାସ ୨୮ତାରିଖ, ରବିବାର, ବିଛା ୧୩ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ନବମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ବର୍ଷ ବର୍ଷ ଧରି ଜାଲ ରସିଦରେ ଚାଲିଥିଲା ଏଭଳି ଠକାମୀ । ଆଉ ଏହି ଠକେଇରେ ସମୂର୍ଣ୍ଣ ସହଯୋଗ କରିଥିଲେ ଶହୀଦଭବନ ଏବଂ ସିଏମସି କଲ୍ୟାଣ ମଣ୍ଡପର ପୂର୍ବତନ କେୟାର ଟେକର ପ୍ରଦୀପ ସାମଲ । ପୂର୍ବତନ ଓଏଏସ ଅଫିସରଙ୍କ ନାଁରେ ଏତଲା । ଜାଲ ବିଲ୍ କରି ୨ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ । ସିଏମସି ପକ୍ଷରୁ ପୁରୀଘାଟ ଥାନାରେ ଅଭିଯୋଗ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଚାଂୟତ ସଂସାମୁରା ଗାଁର ଅଙ୍ଗନଦୀ ମଝିରେ ପଥର ଖୋଳ ଭିତରେ ଥିବା ବାବା କାଳେଶ୍ୱରଙ୍କ ପୀଠ । ଏଠାରେ ବାବା କାଳେଶ୍ୱର କାହିଁ କେତେ ଦିନରୁ ପୂଜା ପାଇଁ ଆସୁଛନ୍ତି ।
ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ପୋଷାକର ରଙ୍ଗ ଗେରୁଆ । କିନ୍ତୁ ରାଜନୀତିରେ ତାଙ୍କର ରଙ୍ଗ ଗୋଟିଏ ନୁହେଁ । ସେ ଦିନେ କଂଗ୍ରେସରେ ଥିଲେ । ଏବେ ବିଜେଡିରେ ଅଛନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଢେର୍ ପ୍ରଶଂସା କରୁଛନ୍ତି । ବିଜେପିର ହିନ୍ଦୁତ୍ୱ ଆଭିମୁଖ୍ୟକୁ ସେ ସମର୍ଥନ କରୁଛନ୍ତି । ସେ ଆଗକୁ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ବୋଲି କହୁଛନ୍ତି ।
ଇଚ୍ଛା ମୃତ୍ୟୁ ଆବେଦନ କଲେ ଯୁବକ । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି. ରମନ୍ନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅନୀଲ୍ ଶିଖା।
ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ । ଗରିବ ବାପାମାଆଙ୍କୁ ଚଳାଇବାକୁ ଗାଈ ଚରାଉଛନ୍ତି ଓ ମୂଲ ଲାଗୁଛନ୍ତି । କିନ୍ତୁ ବିଡମ୍ୱନା ହେଉଛି, ଏଇ ଝିଅ ଜାତୀୟ ସ୍ତରର ଜଣେ କ୍ରୀଡାବିତ୍ । ତାଙ୍କ ପ୍ରତିଭାକୁ ସାରା ଦେଶ ଦେଖିଥିଲା ବେଳେ ରାଜ୍ୟ ସରକାର ଦେଖି ନ ଦେଖିଲା ପରି ହେଉଛନ୍ତି
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଏକ ଭିଡ଼ିଓକୁ ଟ୍ୱିଟ୍ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶେଷ ପଯର୍ୟାୟରେ ପହଞ୍ଚିଥିବା ଟନେଲ୍ ଖୋଳା ସମୟର ଚିତ୍ର ସେ ସେୟାର କରିଛନ୍ତି ।
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚ୍ରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି।
ଅବେଳରେ ଅକାରଣରେ ଚାଲି ଯାଉଛି ମୂଲ୍ୟବାନ ଜୀବନ । ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ରାସ୍ତା ଦୁର୍ଘଟଣା ମୃତ୍ୟୁ। ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨୭ଟି ଦୁର୍ଘଟଣା ଘଟୁଛି ଓ ୧୩ ଜଣ ପ୍ରାଣ ହରାଉଛନ୍ତି ।
ବଲାଙ୍ଗୀର ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ ।
ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍ରେ ପଶି ବୁଲାଇଦେଉଛନ୍ତି କଳାକନା।
ବୋହୂ ତପସ୍ୱିନୀ କହିଛନ୍ତି ‘ମୁଁ ସଖି କେନ୍ଦ୍ରକୁ ଯିବିନି । ମୋ ପ୍ରତି ଅନ୍ୟାୟ ହୋଇଛି । ମୁଁ ଯେଉଁଠି ବସିଥିଲି ସେଇଠି ବସିବି । ମୋତେ ବୋହୂ ହିସାବରେ ନନେବା ଯାଏ ମୁଁ ବସିବି ବୋଲି କହିଛନ୍ତି ତପସ୍ୱିନୀ ।’
୨୦୨୦-୨୧ ବର୍ଷ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ NFHS-5 ରିପୋର୍ଟରେ ଆସିଛି ଏଭଳି ଅବିଶ୍ୱସନୀୟ ତଥ୍ୟ ।
ନିତି ଆୟୋଗର ଅର୍ବାନ ଇଣ୍ଡେକ୍ସ ରିପୋର୍ଟ ୨୦୨୧-୨୨ ଅନୁଯାୟୀ ଭୁବନେଶ୍ୱରରେ ଅସୁରକ୍ଷିତ ନାବାଳିକା ଓ ମହିଳା । ରାଜଧାନୀରେ ପ୍ରତି ଲକ୍ଷେରେ ୧୭୦ରୁ ଅଧିକ ମହିଳା ବିରୋଧୀ ଅପରାଧ ଘଟୁଥିବା ବେଳେ ୫୫ ନାବାଳିକା ଯୌନ ଅପରାଧର ଶିକାର ହେଉଛନ୍ତି ।
ଗତ ୨୦୧୭ ମସିହାରେ ସ୍ୱାମୀ ମର୍ଡର କେଶରେ ସମ୍ପୃକ୍ତ ଥାଇ ଜେଲ ଯାଇଥିଲେ ଅଭିଯୁକ୍ତାଜଣକ । ଜେଲ୍ରୁ ଫେରିଲା ପରେ କେଶ ଲଢ଼ିବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ବସଷ୍ଟାଣ୍ଡମାନଙ୍କରେ ଲୋକଙ୍କୁ ଟାର୍ଗେଟ କଲେ ।
ବେଳେବେଳେ ଏ ଜୀବନ ଏମିତି ଲାଗେ ଯେ ସତେ ଯେମିତି ଏଡେ ବଡ ଦୁନିଆରେ କେହି ବି ସାହା ନାହିଁ। ଲାଗେ ସତେ ଯେମିତି ଏ ଜୀବନ ନିଃସଙ୍ଗ। ତେବେ ଆସନ୍ତୁ ସେମିତି ଏକ ଚରିତ୍ରକୁ ହେଟିବା ଗାଳ୍ପିକା ଡା. ଇପ୍ସିତା ପ୍ରଧାନଙ୍କ ଗପରେ।
ଆଜିର ଘଟଣା ବିରୋଧ ନୁହେଁ ବରଂ ଅଭିମାନ ଓ ଅଳି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ସେ ଭୁବନେଶ୍ୱରର ସାଂସଦ, ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କିଛି କାରଣ ପାଇଁ ଅଭିମାନ ରହିଛି ।
ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଫାଣ୍ଡିରୁ । ଏଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କ ବିରୋଧରେ ।
ଝିଅ ନମିଳିବାରୁ ବାପା ଉମାକାନ୍ତ ଓ ମାଆ ସସ୍ମିତା ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି । ଘଟଣାରେ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ।
ଶିକ୍ଷକଙ୍କୁ ନିଆରା ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା । ଘରେ ଘରେ ବନ୍ଦାପନା କଲେ । ୭ କିଲୋମିଟର ଶୋଭାଯାତ୍ରା କରି ନେଲେ । କେତେ ଭଲ ପାଆନ୍ତି, କାମରେ ଦେଖାଇଦେଲେ ଗ୍ରାମବାସୀ । ସେବାର ମହତ୍ତ୍ୱ ବୁଝିଛନ୍ତି ଗ୍ରାମବାସୀ । କୃତ୍ୟ କୃତ୍ୟ ହୋଇଗଲେ ମଝିଆ ସାର୍ ।
ବିରୋଧୀ ଅଭିଯୋଗ କରିଥିଲେ ଯେ, ଚାପରେ ଆସି ସୁଚନ୍ଦ୍ର ବୟାନ ବଦଳାଉଛନ୍ତି । ହେଲେ ୧୬୪ରେ ବୟାନ୍ ରେକର୍ଡ କରାଗଲା ପରେ ସମସ୍ତଙ୍କ ମୁହଁ ବନ୍ଦ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ବାରମ୍ବାର ବୟାନ ବଦଳାଉଥିବା ସୁଚନ୍ଦ୍ର ପୋଲିସ ଆଗରେ କ’ଣ କହିଛନ୍ତି ? ତେବେ ତା ଠାରୁ ଆହୁରି ବଡ କଥା ହେଉଛି, ପୋଲିସ୍ ଆଜି ପର୍ଯ୍ୟନ୍ତ ଚୁପ୍ ଥିଲା କାହିଁକି ? ୧୬୪ରେ ବୟାନ୍ ରେକର୍ଡ ଆଗରୁ କାହିଁକି କରୁନଥିଲା ?