Advertisment

ବିଜେପି କର୍ମୀଙ୍କୁ ମାଡ଼ ମାରିଲେ ବିଜେଡି କର୍ମୀ !

ଗୋଟିଏ ପଟେ ସୁବର୍ଣ୍ଣପୁରରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ବିରୋଧୀ ଦଳ କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Workers Allegedly Thrashed By BJD Workers

BJP Workers Allegedly Thrashed By BJD Workers

ଭୁବନେଶ୍ୱର: ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁରରୁ ଏଭଳି ଅଭିଯୋଗ ଆସିଛି। ଏ ନେଇ ଥାନାରେ ମାମଲା ବି ରୁଜୁ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନ ପାଇଁ ସୁବର୍ଣ୍ଣପୁର ଯାଇଥିବା ବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସୁଶାନ୍ତ ସିଂଙ୍କୁ ବଡ ବଜାର ଠାରେ ବିଜେପି ପକ୍ଷରୁ କଳା ପତାକା ଦେଖାଯାଇଥିଲା।

Advertisment

ବିଜେପିର ନଗର ସଭାପତି ଜଗତଜ୍ୟୋତି ତ୍ରିପାଠୀ, ନଗର ଯୁବ ସଭାପତି ଗଙ୍ଗାଧର ତରିଆଙ୍କ ସମେତ ଅନ୍ୟ ୪ ଜଣ ବିଜେପି କର୍ମୀ କଳା ପତାକା ପ୍ରଦର୍ଶନ କରିଥିଲେ। ତେବେ ସେହି ସମୟରେ ୧୦ରୁ ୧୫ ଜଣ ବିଜେଡି କର୍ମୀ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୋବାଇଲ୍ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ପରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା।  

ଅନ୍ୟପକ୍ଷେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୋଲିସ୍ ଛାଉଣୀରେ ପାଲଟି ଯାଇଛି ପୁରା ସହର। ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡା ମାଡ଼ ପରେ ଏବେ ସୁରକ୍ଷା ବ୍ୟବସ୍ଥା ବଢ଼ିଛି। ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ସୁରକ୍ଷା ଦାୟିତ୍ୱରେ ରହିବେ। ସଭା ସ୍ଥଳ ଓ ଚାରିପଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ।

Advertisment

ବାଲେଶ୍ୱର ଆଇଟିଆଇଠାରୁ ପୋଲିସ୍ ଲାଇନ୍ ଯାଏ ରାସ୍ତା ବ୍ଲକେଜ୍ କରାଯାଇଛି। ବିଭିନ୍ନ ସ୍ଥାନରେ ସାଧା ପୋଷାକ ଧାରି ପୋଲିସ୍ ମୁତୟନ ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ବିଶୃଙ୍ଖଳା ସୃଷ୍ଟି ଆଶଙ୍କାରେ ବିଜେପି ଓ କଂଗ୍ରେସର  ୩୨ କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଛି। 

ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱରରେ BSKY(Biju Swasthya Kalyan Yojana) ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ହିତାଧିକାରୀଙ୍କୁ ବାଣ୍ଟିବେ। ଏହା ବ୍ୟତୀତ ୧୧ ଶହ କୋଟି ଟଙ୍କା ବ୍ୟୟରେ ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ସେପଟେ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେବେନି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଦିଲ୍ଲୀରେ ଅନ୍ୟ କାର୍ଯ୍ୟକ୍ରମ ଥିବାରୁ ସେ ଆଜି ଉପସ୍ଥିତ ରହିବେନି ବୋଲି କହିଛନ୍ତି।

BJD BJP BJD Workers
Advertisment
Advertisment