Advertisment

Four Marks Missing: ପୁଣି ବିବାଦରେ ମାଟ୍ରିକ ପରୀକ୍ଷା; ପ୍ରଶ୍ନପତ୍ରରୁ ଗାଏବ ହୋଇଯାଇଛି ମାର୍କ

ପ୍ରଶ୍ନପତ୍ରରେ ଏତେ ବଡ଼ ତ୍ରୁଟିକୁ ମାନିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସ୍ୱୀକାର କରିଛନ୍ତି, ଭୁଲ୍‌ ହୋଇଛି। ତେବେ ପରୀକ୍ଷାର୍ଥୀଙ୍କ ଯେମିତି କୌଣସି କ୍ଷତି ହେବନି, ସେନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି।

author-image
Manoranjan Sial
undefined

Matric

ପୁଣି ବିବାଦରେ ମାଟ୍ରିକ ପରୀକ୍ଷା। ଏଥର ପ୍ରଶ୍ନପତ୍ରରୁ ଗାଏବ ହୋଇଯାଇଛି ମାର୍କ। ବିଜ୍ଞାନ ସବଜେକ୍ଟିଭ ସି-ସେଟ୍ ପ୍ରଶ୍ନପତ୍ରରେ ୪ ମାର୍କର କ୍ୟୋଶ୍ଚିନ୍ ମୁଦ୍ରଣ ହୋଇନି। ଯାହାଫଳରେ ପିଲାମାନେ ୪୬ ମାର୍କର ପରୀକ୍ଷା ଦେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଏପରି ଭୟଙ୍କର ତ୍ରୁଟିକୁ ବୋର୍ଡ ସଭାପତି ସ୍ୱୀକାର କରିବା ସହ ମୂଲ୍ୟାୟନ ବେଳେ କମିଟି ଏହା ଉପରେ ନଜର ଦେବ ବୋଲି କହିଛନ୍ତି।

Advertisment

ମାଟ୍ରିକ ପରୀକ୍ଷାର ଚତୁର୍ଥ ଦିନରେ ଆଜି ଥିଲା ବିଜ୍ଞାନ ପରୀକ୍ଷା। ପିଲାମାନେ ପରୀକ୍ଷା ଦେଇ ସାଢେ ୧୧ଟାରେ କେନ୍ଦ୍ରରୁ ବାହାରିବା ପରେ ପଦାକୁ ଆସିଥିଲା ବୋର୍ଡର ଖାମଖିଆଲି। ପ୍ରଶ୍ନପତ୍ରରେ ମାର୍କ ମିସିଂ ଥିବା ଜଣାପଡିଥିଲା। ବିଜ୍ଞାନ ସବଜେକ୍ଟିଭ୍ C- ସେଟ୍‌ରୁ ହଜିଯାଇଥିଲା ୪ ମାର୍କର ପ୍ରଶ୍ନ। ପ୍ରଶ୍ନପତ୍ରର A, B, C, D ସେଟ୍ ମଧ୍ୟରୁ କେବଳ C- ସେଟରେ ଏହି ତ୍ରୁଟି ସାମ୍ନାକୁ ଆସିଥିଲା। ଫଳରେ ପିଲାମାନେ ୪୬ ମାର୍କର ଦେଇଛନ୍ତି ପରୀକ୍ଷା। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଯେତିକି, ତାଠୁ ଅଧିକ ଦ୍ୱନ୍ଦ୍ୱ ଆଉ ପ୍ରଶ୍ନ। ମାର୍କ କେତେ ମିଳିବ ? ଖରାପ ହୋଇଯିବନି ତ ବର୍ଷକର ପରିଶ୍ରମ ?

ପ୍ରଶ୍ନପତ୍ରରେ ଏତେ ବଡ଼ ତ୍ରୁଟିକୁ ମାନିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସ୍ୱୀକାର କରିଛନ୍ତି, ଭୁଲ୍‌ ହୋଇଛି। ତେବେ ପରୀକ୍ଷାର୍ଥୀଙ୍କ ଯେମିତି କୌଣସି କ୍ଷତି ହେବନି, ସେନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି। ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ ଓ ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

Advertisment

ଅଧିକ ପଢ଼ନ୍ତୁ: କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା?

ତେବେ ଏଠି ପ୍ରଶ୍ନ ଉଠୁଛି, ମୁଦ୍ରଣ ଜନିତ ମିସ୍‌ ପ୍ରିଣ୍ଟ ହେଲା କେମିତି ? ପ୍ରଶ୍ନପତ୍ର ଅନୁଧ୍ୟାନ କମିଟି ଭୁଲ୍ ଜାଣିପାରିଲେନି କେମିତି ? ଭୁଲ୍ ପ୍ରଶ୍ନପତ୍ରକୁ କିପରି ଅନୁମତି ଦିଆଗଲା ? ଗ୍ରେସ୍‌ ମାର୍କ ମିଳିଲେ କିଛି ନିର୍ଦ୍ଦିଷ୍ଟ ପିଲାଙ୍କ ଲାଭ ହେବ। ହେଲେ ଅନ୍ୟମାନେ ଆପତ୍ତି ଉଠାଇବେନି ତ? ପ୍ରଶ୍ନପତ୍ରକୁ ନେଇ ପିଲାଙ୍କ ମନରେ ଆଶଙ୍କା ରହିବନି ତ? ପିଲାଙ୍କ ମାନସିକ ଅବସ୍ଥା ଉପରେ ପଡିବନି ତ ପ୍ରଭାବ? ଚାପମୁକ୍ତ ହୋଇ ପିଲା ପରବର୍ତ୍ତୀ ପରୀକ୍ଷା ଦେବେ ତ? ପିଲାଙ୍କ ଏତେ ବଡ଼ ସମ୍ବେଦନଶୀଳ ପରୀକ୍ଷାରେ ବୋର୍ଡ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ନ ଥିଲା କି?

କେତେବେଳେ ପ୍ରଶ୍ନପତ୍ର ଲିକ୍‌ ତ କେତେବେଳେ କପି। ବିବାଦରେ ଘାଣ୍ଟି ହେଉଥିବା ବୋର୍ଡ ଏଥର ବିଭ୍ରାଟ ରୋକିବାକୁ ପ୍ରଶ୍ନ ପତ୍ରରେ କ୍ୟୁ ଆର୍‌ କୋଡ୍ ବ୍ୟବସ୍ଥା କରିଥିଲା। ହେଲେ ଗଣିତ ପରୀକ୍ଷାରେ କପି ଦେବାକୁ କିଭଳି ସ୍କୁଲ ଭିତରେ ଲୋକେ ପଶିଗଲେ ଆଉ ସେଣ୍ଟର ଭିତରେ ହାଉଜାଉ ହେଲେ, ତାହା ବୋର୍ଡର ପାରିବା ପଣିଆକୁ ସାମନାକୁ ଆଣିଥିଲା। ଏବେ ପ୍ରଶ୍ନପତ୍ରରେ ତ୍ରୁଟିକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ।

Odisha Matric Exam Matric Exam
Advertisment
Advertisment