4 Drown While Bathing In Mahanadi
କଟକ: କାଳ ହେଲା ମହାନଦୀରେ ଗାଧୋଇବା। ଗତକାଲି କଟକ ମହାନଦୀରେ ବୁଡ଼ି ୪ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ୪ ଛାତ୍ରୀ ହେଲେ- ଶୁଭମ୍ ସେଠୀ, ଚନ୍ଦନ ବେହେରା, ଆକାଶ ବାହାଳିଆ ଓ କ୍ଷେତ୍ରବାସୀ ବେହେରା। ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।
ଗତକାଲି କଟକ ମହାନଦୀ ଭଦିମୂଳ ଘାଟରେ ଗାଧୋଇବା ବେଳେ ୪ ଜଣ ଯାକ ଭାସି ଯାଇଥିଲେ। ତେବେ ବହୁ ଖୋଜାଖୋଜି ପରେ ଗତ ରାତିରେ କ୍ଷେତ୍ରବାସୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।
ସମସ୍ତ ଛାତ୍ରଙ୍କ ଘର କଟକ ନୂଆବଜାର ପୋତା ପୋଖରୀ ଅଞ୍ଚଳରେ ହୋଇଥିବା ବେଳେ ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ସେମାନଙ୍କ ବୟସ ୧୩ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ୪ ଛାତ୍ର ସାଇକେଲ୍ରେ ସ୍କୁଲ୍ ଯାଇଥିଲେ। ହେଲେ ଘରକୁ ଆଉ ଫେରି ନଥିଲେ। ଗତକାଲି ଖୋଜାଖୋଜି କରାଯାଇଥିଲା। ମହାନଦୀ ଭଦିମୂଳ ଘାଟ ପାଖରେ ସେମାନଙ୍କ ସାଇକେଲ୍,ଚପଲ ଓ ଡ୍ରେସ୍ ରଖାଯାଇଥିବା ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)