Advertisment

ଶ୍ୱଶୁର ଘର ଆଗରେ ମାଣ ବସାଇଲେ, କହିଲେ- “ମା’ ଲୋ, ଶାଶୂ ଘର ଲୋକଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ”

ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଗତ ୪ ଦିନ ହେଲା ଥଣ୍ଡା, କାକର ସହି ଧାରଣା ଦେଇଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ଓରଫ ଡିମ୍ପଲ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Observes Manabasa Gurubar Outside In-Laws House

Woman Observes Manabasa Gurubar Outside In-Laws House

ବ୍ରହ୍ମପୁର: ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଗତ ୪ ଦିନ ହେଲା ଥଣ୍ଡା, କାକର ସହି ଧାରଣା ଦେଇଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ଓରଫ ଡିମ୍ପଲ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି। ବ୍ରହ୍ମପୁର ସହରର ବ୍ରହ୍ମାନଗରର ପ୍ରମୋଦ ସାହୁଙ୍କ ଘର ଆଗରେ ଡିମ୍ପଲ ଗତ ଚାରି ଦିନ ହେଲା ଧାରଣାରେ ବସିଥିବା ବେଳେ ଆଜି ସକାଳୁ ସେ ଶ୍ୱଶୁର ଘର ଆଗରେ ପୂଜା କରିବା ସହ ମାଣ ବସାଇଥିଲେ ।

Advertisment

ସକାଳୁ ସକାଳୁ ଲିପା ପୋଛା କରି ମା’ଙ୍କ ଫଟୋ ସମ୍ମୁଖରେ ଭୋଗ, ଦୀପ, ଧୂପ ସଜାଡ଼ି ରଖି ପୂଜାର୍ଚ୍ଚନା କରିଥିଲେ। ଏହାପରେ ମା’ଙ୍କ ଫଟୋ ସମ୍ମୁଖରେ ବସି ବହି ମଧ୍ୟ ପଢ଼ିଥିଲେ। ଏନେଇ ଡିମ୍ପଲ କହିଛନ୍ତି, ‘ମାଙ୍କୁ ବାହାରେ ବସାଇଛି, ମୋତେ ଖରାପ ଲାଗୁଛି। ହେଲେ ମୁଁ କ’ଣ କରିବି ? ଯେହେତୁ ମୁଁ ଘରର ଗୋଟିଏ ବୋଲି ବୋହୂ ତେଣୁ ମୋତେ ଏସବୁ କରିବାକୁ ପଡ଼ିବ। ମା’ଙ୍କୁ ବାହାରେ ବସାଇଛି, ତେଣୁ ମା’ ମୋତେ କ୍ଷମା କରନ୍ତୁ। ଶାଶୂ ଘର ଲୋକଙ୍କୁ ମା’ ସଦ୍‌ବୁଦ୍ଧି ଦିଅନ୍ତୁ। ମୁଁ ମୋ ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁଛି।’

ପ୍ରମୋଦଙ୍କ ପରିବାର ବିରୋଧରେ ଅଭିଯୋଗ ଆଣି ଡିମ୍ପଲ କହିଛନ୍ତି, ତାଙ୍କ(ପ୍ରମୋଦ ସାହୁ)ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି ବୋଲି ଡିମ୍ପଲ କହିଛନ୍ତି।

Advertisment
Marriage Woman Holding Dharna Bride Groom Court Marriage
Advertisment
Advertisment