• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୨୦୨୧ ମସିହା, ନଭେମ୍ବର ମାସ ୨୬ ତାରିଖ, ଶୁକ୍ରବାର, ବିଛା ୧୧ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ସପ୍ତମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ....

ମେଷ:- ଶାରୀରିକ ପୀଡ଼ା ଦୂରେଇ ଯାଇ ଆର୍ଥିକ ସ୍ଥିତି ମଜବୁତ୍ ହେବ। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ। ବ୍ୟବସାୟରେ କର୍ମଚାରୀଙ୍କୁ ଭରସା କଲେ ଲାଭବାନ ହୋଇପାରନ୍ତି।
ପ୍ରତିକାର:- ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ବୃଷ:- ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ। ଅଟକିଥିବା କାର୍ଯ୍ୟ କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହୋଇପାରେ। ଗଠନମୂଳକ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବେ।

ପ୍ରତିକାର- ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ମିଥୁନ:- ଶତ୍ରୁ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ। ଭାଗୀଦାରି ବ୍ୟବସାୟରେ ବିଶେଷ ଲାଭବାନ୍ ହୋଇପାରନ୍ତି। ପାରିବାରିକ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। 
ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କର୍କଟ:- ସବୁ ଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ। ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହୋଇପାରନ୍ତି। ଅଭାବ, ଅନାଟନ ଦୂର ହୋଇ ଆର୍ଥିକ ସ୍ଥିତି ଭଲ ରହିପାରେ।
ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ

ସିଂହ:- ସମସ୍ତ କାର୍ଯ୍ୟ ନିଜ ଇଛା ଅନୁସାରେ ସମ୍ପନ୍ନ କରିବେ। ଶାରୀରିକ ପୀଡ଼ା, ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ। ବିଦ୍ୟାର୍ଥୀମାନେ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ। 
ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ

କନ୍ୟା:- ମାନସିକ ବିଷାଦ, ଦାମ୍ପତ୍ୟ ଜୀବନରେ କଳହ, ଭୟ ଆଶଙ୍କା ଦୂରେଇ ଯିବ। ରାଜନେତା ମାନଙ୍କର ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ନୂତନକର୍ମ ପ୍ରାପ୍ତି ଓ କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ।
ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ତୁଳା:- ଶତ୍ରୁନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ। ରାଜନୀତିରେ ଲୋକ ସମ୍ପର୍କ ବଢ଼ିପାରେ। ଦୀର୍ଘଦିନ ଧରି ପଡି ରହିଥିବା ଯୋଜନା ସାମାନ୍ୟ ଚେଷ୍ଟାରେ ସାର୍ଥକ ହେବ। 
ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ

ବିଛା:- ଶତ୍ରୁମାନେ ସତ ଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଲାଭବାନ ହେବେ। 
ପ୍ରତିକାର:- ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ଧନୁ:- ଶିକ୍ଷା କ୍ଷେତ୍ରରେ ପ୍ରଶଂସିତ ହେବା ସହ ବ୍ୟବସାୟରେ ଆଶାତୀତ ଲାଭ ପାଇପାରନ୍ତି। କର୍ମକ୍ଷେତ୍ରରେ ପୁରୁଣା ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ। କଠିନ ପରିଶ୍ରମ ହେତୁ ଶାରୀରିକ ଓ ମାନସିକ କଷ୍ଟ ଭୋଗି ପାରନ୍ତି। 
ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମକର:- ସମସ୍ତ କାର୍ଯ୍ୟରେ ସଫଳ ହେବା ସହ ଗୃହ,ବାହାନ ପ୍ରାପ୍ତ ହୋଇପାରେ। ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣ ହେବ।  
ପ୍ରତିକାର- ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

କୁମ୍ଭ:- ସରକାରୀ କ୍ଷେତ୍ରରେ ସୁବିଧା ସୁଯୋଗ ପାଇବେ। ନିଜ ପରିଶ୍ରମ ଓ ବୁଦ୍ଧି ବଳରେ ଆୟର ସ୍ରୋତକୁ ବୃଦ୍ଧି କରି ପାରିବେ। ପାରିବାରିକ କ୍ଷେତ୍ରରେ ସ୍ନେହ, ସଦ୍‌ଭାବ ବୃଦ୍ଧି ପାଇବ। 
ପ୍ରତିକାର- ମହୁ ଖାଇ ଘରୁ ବାହାରନ୍ତୁ

ମୀନ:- ବିଦ୍ୟାକ୍ଷେତ୍ରରେ ମନ ସନ୍ତୋଷ ହେବ ଓ ପ୍ରଶଂସିତ ହେବେ। ମାଲିମୋକଦ୍ଦମାରେ ସମସ୍ୟା ସମାଧାନ ହୋଇ ମାନ ସମ୍ମାନ, ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ବ୍ୟବସାୟୀଙ୍କର କଠିନ ପରିଶ୍ରମ ଫଳରେ କାରବାର ବୃଦ୍ଧି ହେବ।
ପ୍ରତିକାର:- ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ