Advertisment

ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ଦାୟୀ : ଆକ୍ରମଣ ପରେ ନବୀନଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ

ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା । ମହିଳା ସାଂସଦ ଭାବରେ ମୋତେ କାର୍ଯ୍ୟ କରିବାରୁ ସୁଯୋଗ ଦିଆଯାଉ। ମୁଁ କାଲି ଠାରୁ ବୁଲି ବୁଲି ଲୋକଙ୍କ ପାଖକୁ ଯାଇ କାମ କରିବି। ମୋତେ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କର କାର୍ଯ୍ୟ। ଗତକାଲିର ଘଟଣା ନେଇ ପୋଲିସ ପ୍ରଶାସନକୁ ଅବଗତ କରିଛି: ସାଂସଦ ଅପରାଜିତା ଷଡ଼ଙ୍ଗୀ

author-image
Prangyan Parimita
ଅଦ୍ୟତନ ହୋଇଛି
Aparajita

Aparajita

ଭୁବନେଶ୍ୱର : ମୁଁ ଜଣେ ମହିଳା ସାଂସଦ, ମୁଁ ସୁରକ୍ଷିତ ନୁହେଁ । ରାଜଧାନରୀ ରାସ୍ତାରେ ଆକ୍ରମଣ ପରେ ନିଜକୁ ଅସୁରକ୍ଷିତ ମଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜଣେ ମହିଳା ସାଂସଦ ଭାବେ ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି । ଏହାସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ସମସ୍ତ ଘଟଣା ପାଇଁ ଘରର ମୁରବୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । କୌଣସି ବ୍ୟକ୍ତିଗତ ଆକ୍ଷେପ ନକରି ଆସନ୍ତା ୨୪ ଘଣ୍ଟା ଭିତରେ ଘଟଣାରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଗିରଫ ଲାଗି ଦାବି କରିଛନ୍ତି ଅପରାଜିତା । ଏହାଛଡ଼ା ଏ ଘଟଣା ସେ ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ।

Advertisment

ରାଜ୍ୟରେ ସୃଷ୍ଟି ହେଉଥିବା ଗୁଣ୍ଡାଗର୍ଦ୍ଦି, ଅରାଜକତା, ଅଶାନ୍ତି ସମ୍ପର୍କରେ ନବୀନ ବାବୁ ଅବଗତ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ଘର ଠାରୁ ମୋ ଘର ଦୁଇ କିଲୋମିଟର । ରାଜଧାନୀରେ ମୋତେ ଆକ୍ରମଣ ହୋଇଥିବା କଥା ସେ ଜାଣିଛନ୍ତି ତ ?ଯଦି ଜାଣି ନାହାନ୍ତି ତେବେ ରାଜ୍ୟର ଜନତା ଓ ମହିଳାଙ୍କ ପାଇଁ ଏହା ବଡ଼ ଦୁର୍ଭାଗ୍ୟ । ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି । ଏନସିଆରବି ରିପୋର୍ଟ ଅନୁସାରେ ମହିଳାଙ୍କ ପ୍ରତି ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ହେଲେ ରାଜ୍ୟ ସରକାର ଏଭଳି ଘଟଣାକୁ ପ୍ରୋତ୍ସାହନ ଦେଇ ଓଡ଼ିଶାକୁ ୧ ନମ୍ବର କରିବା ଲାଗି ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି । ଓଡ଼ିଶାରେ ଏବେ ପଶ୍ଚିମବଙ୍ଗ ପଥ ଅନୁସରଣ କରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି କୁହାଯାଉଛି । ଆଜି ଅସୁରକ୍ଷିତ ରାଜଧାନୀରେ ଭୁବନେଶ୍ୱରର ସାଂସଦ ହୋଇ ବି ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅପରାଜିତା କହିଛନ୍ତି । ଗତକାଲି ରାତିରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମହିଳା ସାଂସଦ ହୋଇଥିବାରୁ ରାଜ୍ୟ ସରକାର ତାଙ୍କୁ କାମ କରାଇବାକୁ ଦେଉନାହାନ୍ତି ।

Advertisment

ଏପରିକି ସେ ଯାଉଥିବା କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ଉଦ୍ୟମ ହେଉଥିବା ସେ କହିଛନ୍ତି । ଆଚାର୍ଯ୍ୟ ବିହାର କାର୍ଯ୍ୟକ୍ରମର ଆୟୋଜକଙ୍କୁ ଧମକ ଦିଆଯାଇଥିଲା ।  କେବଳ ଏତିକି ନୁହେଁ ଏହି କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ ନ କରିବାକୁ ଆୟୋଜକଙ୍କ ଉପରେ ଚାପ ପକାଯାଇଥିଲା ।  ବୈଠକ ସମୟରେ ବାହାରେ କିଛି ଲୋକ ହୋହାଲ୍ଲା କରିଥିଲେ ।  ବିରୋଧ ଓ ସମର୍ଥନକୁ ସ୍ୱାଗତ କରେ ବୋଲି ସେ କହିଛନ୍ତି । ହେଲେ ପ୍ରତ୍ୟେକ ବିରୋଧକୁ ଶାଳୀନତାର ସହ କରାଯିବା ଆବଶ୍ୟକ  । ମୋତେ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କର କାର୍ଯ୍ୟ । ଗତକାଲିର ଘଟଣା ନେଇ ପୋଲିସ ପ୍ରଶାସନକୁ ଅବଗତ କରିଛି ବୋଲି କହିଛନ୍ତି ଅପରାଜିତା । 

Egg Attack Attack On Aparjita Sarangi MP Aparajita BJD BJD Clash
Advertisment
Advertisment