• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ ବୋଲି ସୂଚନ ଦିଆଯାଇଛି । ବିଧାନସଭା ସଦସ୍ୟ ମାନେ ଗୃହରେ ବସିବା ସହ ବାଚସ୍ପତି ଗ୍ୟାଲେରୀ , ପବ୍ଲିକ ଗ୍ୟାଲେରୀ ଓ ଲୋକସେବା ଭବନରୁ ମଧ୍ୟ ଯୋଗ ଦେଇପାରିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ସମସ୍ତ ବିଧାୟକ ବିଧାୟିକା,କର୍ମଚାରୀ, ପିଏସଓ , ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଆସନ୍ତା ୨୮,୨୯ ଓ ୩୦ ତାରିଖ ଏହି ଟେଷ୍ଟ କରାଯିବ । ସମସ୍ତଙ୍କ ଆଣ୍ଟିବଡି ସହ କୋଭିଡ ଟେଷ୍ଟ କରାଯିବ । ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ବିଏମସି ଅଧିକାରୀଙ୍କ ସହ ଏନେଇ ଆଲୋଚନା କରାଯାଇଛି । ବିଧାନସଭା କେତେ ସମୟ ଧରି ଚାଲିବ ସେ ନେଇ ୨୯ ତାରିଖ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ ।

ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଲୋକଙ୍କ ଚିନ୍ତାର ବିଷୟ ପାଲଟିଲାଣି। ଆଜି ରାଜ୍ୟରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ତେବେ କ୍ୱାରେଣ୍ଟିନରୁ ୧୯୭ ଜଣ ଓ ଲୋକାଲ୍ କେସ୍‌ରୁ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।