ସମସ୍ତ କ୍ୱାର୍ଟର ଫାଇନାଲ୍ ମଧ୍ୟରୁ ସମସ୍ତଙ୍କ ନଜର ରହିଛି ଭାରତ ଓ ବେଜିୟମ ଉପରେ। ଜୁନିୟର ବିଶ୍ୱକପର ସେମିଫାଇନାଲ୍ ଟିକଟ ପାଇଁ ହେବ କଡା ଟକ୍କର। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆଗରେ ରହିଛି ବେଲଜିୟମ।
ଚାଷୀଙ୍କ ମାସିକ ଆୟରେ ସାରା ଦେଶରେ ଓଡ଼ିଶା ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଅଛି। ଓଡ଼ିଶା ତଳକୁ କେବଳ ଝାଡ଼ଖଣ୍ଡ ରହିଛି।
୯ ଦିନ ହେଲା ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ସେ କହିଛନ୍ତି, ‘ଯେତେବେଳେ ସ୍ତ୍ରୀ ରାସ୍ତାରେ ଧୂଳିମାଟିରେ ଶୋଉଛି, ଏପରିକି କୁକୁର ଆସି ପାଖରେ ଶୋଉଛି, ତାଙ୍କୁ(ସ୍ୱାମୀ) କ’ଣ ଏସବୁ ଦେଖିକି ଦୟା ଲାଗୁନି ? ଏସବୁ ଦେଖି ବାହାର ଲୋକଙ୍କ ଆଖିରୁ ଲୁହ ଆସି ଯାଉଛି, ହେଲେ ତାଙ୍କ ଆଖିରୁ କ’ଣ ଲୁହ ଆସୁନି ?’
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରରେ ପହଞ୍ଚିପାରେ ଲଘୁଚାପ କ୍ଷେତ୍ର। ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଡିସେମ୍ବର ୪ ତାରିଖ ସକାଳେ ଏହା ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ଓଡ଼ିଶା ଓ ଏହାର ନିକଟସ୍ଥ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ।
୪ ତାରିଖରେ ବାତ୍ୟା । ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ସକାଳ ସୁଦ୍ଧା ବାତ୍ୟା ଉପକୂଳରେ ପହଞ୍ଚିବ ବୋଲି ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ କହିଛନ୍ତି ।
ଖଚରରେ ବୁଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ସରକାରୀ ଅଧିକାରୀ। ଦୁର୍ଗମ ଅଞ୍ଚଳରେ ପାଦ ଚଲା ରାସ୍ତା ଥିବାରୁ ଖଚରରେ ଗଲେ ଅଧିକାରୀ
କାଲିଠୁ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି । ଡିଜିପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପରେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।
ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଡିସେମ୍ବର ୨ ଓ ୩ ତାରିଖରେ ଲଗାଣ ବର୍ଷା ହୋଇପାରେ।
ସ୍ମାର୍ଟ ସ୍କୁଲ କାମ ଶେଷ ହୋଇନି , କିନ୍ତୁ ନେତାମନ୍ତ୍ରୀ ଆସି ଉଦଘାଟନ କରି ଚାଲିଗଲେ । ଜିଲ୍ଳା ଆର.ଉଦୟଗିରି ଛେଳିଗଡ ସ୍ମାର୍ଟ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ଆଜି ଠାରୁ ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ । ରେଡ୍ ଟିମ୍ ଏବଂ ବ୍ଲୁ ଟିମ୍ ଭାବରେ ଦୁଇ ଭାଗ ହୋଇ ଆତଙ୍କବାଦୀ ସର୍ଚ୍ଚ ଅପରେସନର ମକଡ୍ରିଲ କରାଯାଉଛି । ଆତଙ୍କୀ ଛଦ୍ମବେଶରେ ରେଡ୍ ଟିମ୍ ଜଳପଥରୁ ସ୍ଥଳପଥକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବାବେଳେ ବ୍ଲୁ ଟିମ୍ ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରଖିଛି ।
ରାସନକାର୍ଡ ହଜିଗଲା ବୋଲି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା। ଏ କଥା ସ୍ତ୍ରୀଙ୍କୁ ଏତେ ବାଧିଲା ଯେ, ଶେଷରେ ସେ ନିଜର ଜୀବନ ହାରିଦେଲେ।
ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମାଲବାହୀ ଟ୍ରକ ଆସୁଛି ଆଉ ଚାଷୀଙ୍କ ଅସୁବିଧାର ସୁଯୋଗ ଉଠାଇ ଧାନ ନେଇଯାଉଛି । ଗୋଟିଏ ପଟେ ପ୍ରକୃତିର ଦାଉ ଅନ୍ୟପଟେ ପ୍ରଶାସନିକ ଅବହେଳାରେ ପେଶି ହେଉଛନ୍ତି ସାଧାରଣ ଚାଷୀ ।
ପୁଣି ଜେରାର ସମ୍ମୁଖୀନ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି଼ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୯ ଘଣ୍ଟା ଧରି ବିଭିନ୍ନ ପ୍ରକାର ପ୍ରଶ୍ନ କରିଛି।
ପାଗ ପରିବର୍ତ୍ତନକୁ ଦେଖି ଚିନ୍ତାରେ ଚାଷୀ । ବର୍ଷଯାକର ପରିଶ୍ରମ ଜମିରେ ପଡ଼ିଛି । କିପରି ହେବ ଅମଳ ?
ପଦ୍ମଶୀ ନନ୍ଦକିଶୋର ପୃଷ୍ଟି କରୋନା ଆକ୍ରାନ୍ତ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଜଣେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ?
ଶୀତ ଦିନିଆ ପରିବେଶ ଥଣ୍ଡା, ହେଲେ ପଲିଟିକାଲ୍ ମାହୋଲ୍ ଗରମ । ତାତିବ ବିଧାନସଭାର ଶୀତ ଅଧିବେଶନ । ଯାହାର ଝଲକ୍ ଦେଖିବାକୁ ମିଳିଛି ଅଧିବେଶନ ପୂର୍ବର ସର୍ବଦଳୀୟ ବୈଠକରେ ।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ଏହି ୧୫ ଜଣିଆ କୋର୍ ଟିମ ଗଠନ କରିଛି ।
ସକାଳେ ମୁଣ୍ଡ ବୁଲାଇ ତଳେ ପଡିଯିବା ପରେ ତାଙ୍କୁ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଇଞ୍ଜେକସନ ଓ ସାଲାଇନ୍ ଦେବା ପରେ ଉନ୍ନତି ନହେବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ବ୍ୟାଙ୍କର ଗୋଲ୍ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଗୋଲ୍ଡ ଲୋନ୍ କରାଇ ଦେଇଥିଲେ ।
ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଣ୍ଡରେ ହାତ ଦେଲାଣି ଚାଷୀ । ଆରମ୍ଭରୁ କରୋନା, ପରେ ପରେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପଡ଼ିଥିଲା । ହେଲେ ଏହାରି ଭିତରେ ଦୁଃଖ କଷ୍ଟରେ ଧିରେ ଧିରେ ଚାଷକୁ ଆଗେଇ ନେଇଥିଲେ ଚାଷୀ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଲୋକେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟର ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି ।