କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ ବୋଲି ସୂଚନ ଦିଆଯାଇଛି ।
ଘର ଖଣ୍ଡିଏ ଲାଗି ବଡ଼ ବାବୁଙ୍କୁ ଗୁହାରୀ କରି ଥକି ଗଲେ ଦିବ୍ୟାଙ୍ଗ । କେହି ଗୁହାରି ଶୁଣିଲେ ନାହିଁ, କି ଘର ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ ଆସିଲେ ବାଧ୍ୟ ହୋଇ ମୁଁ ଆତ୍ମାହୁତି ଦେବି ବୋଲି କହିଛନ୍ତି ।
ନଳକୂପରୁ ବାହାରୁଛି ଲୁଣି ପାଣି । ପାଟିରେ ପାଣି ଟୋପାଏ ଦେଇ ହେଉନି । ଦୁଇ ବର୍ଷରୁ ଅଧିକ ହେବ ଏପରି ଲୁଣି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏଥର କିନ୍ତୁ ପାଣି ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ ଦିଆଯାଇଛି ।
ଆପଣ କେବେ ‘ରାବିଡ଼ି ମାଲପୁଆ’ ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଘରେ ବନାନ୍ତୁ ସ୍ୱାଦିଷ୍ଟ 'ରାବିଡ଼ି ମାଲପୁଆ' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ବଢୁଥିବା ସଂକ୍ରମଣ ସାରା ରାଜ୍ୟରେ ଚିନ୍ତାର ବିଷୟ ପାଲଟିଲାଣି । ଆଜି ରାଜ୍ୟରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି ।
ପ୍ରତି ବର୍ଷ ମାର୍ଗଶୀର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥୀରେ କାଉପୁର ପଞ୍ଚାୟତରେ ପ୍ରଭୁ ରାମ ମାତା ସୀତାଙ୍କ ବିବାହ ଅନୁଷ୍ଠିତ ହୁଏ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ବାଜା ବାଜିବା ସହ ବିବାହ ଶୋଭାଯାତ୍ରାରେ ଗାଁ ଦାଣ୍ଡ କମ୍ଫି ଉଠିଥାଏ ।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ସଂକ୍ରମଣ କମିବା ପରେ ପୁଣିଥରେ ସଂକ୍ରମଣ ବଢ଼ୁଥବି ଦେଖିବାକୁ ମିଳିଛି।
ଉପାନ୍ତ ଅଞ୍ଚଳରେ ଇଏ ହେଉଛି ବାସ୍ତବତା । ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର । କୋରାପୁଟ ଜିଲ୍ଲାରେ ଅଛନ୍ତି ଏକ ହଜାରରୁ ଅଧିକ ମାନସିକ ରୋଗୀ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଜିଲ୍ଲାରେ ଜଣେ ହେଲେ ମାନସିକ ରୋଗ ଡାକ୍ତର ନାହାନ୍ତି । ମାନସିକ ରୋଗୀଙ୍କ କାଉନସେଲିଂ ହୋଇପାରୁନି କି ଔଷଧ ମଧ୍ୟ ଦିଆଯାଉନାହିଁ । କରୋନା ବାହାନାରେ ପ୍ରଶାସନ ରୋଗୀ ସେବାକୁ ଆଖି ବୁଜିଦେଇଛି ।
ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।
୨୦୨୧ ମସିହା, ନଭେମ୍ବର ମାସ ୨୫ ତାରିଖ, ଗୁରୁବାର, ବିଛା ୧୦ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୮ ଫେବୃୟାରୀରେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରାଯାଇଥିଲା ‘ଖୁସି’ଯୋଜନା । ଏହି ଯୋଜନା ମାଧ୍ୟମରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିଲା ମାଗଣା ସାନିଟାରୀ ନାପକିନ୍ ।
ଜୁନିଅର ବିଶ୍ୱକପ୍ ହକିରେ ଆଜି କାନ୍ନାଡାକୁ ଭେଟିବ ଟିମ୍ ଇଣ୍ଡିଆ । ଗତକାଲି ଫ୍ରାନ୍ସ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ ।
ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଥିବା ବିବାଦର ସମାଧାନ ପାଇଁ କମିଟି ଗଠନ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ପାଇଖାନା ଟାଙ୍କିକୁ ସଂଯୋଗ କରୁଥିବା ପାଇପରୁ ମିଳିଲା ଟଙ୍କା। ଗଣୁ ଗଣୁ ଜଣାପଡ଼ିଲା ପାଇପ୍ ଭିତରେ ଜେଇ ବାବୁ ଲୁଚାଇ ରଖିଥିଲେ ନଗଦ ୧୩ ଲକ୍ଷ ଟଙ୍କା।
ଯୁଗ ଯୁଗ ଧରି ଜଗନ୍ନାଥ ଭକ୍ତଙ୍କୁ ଅନନ୍ୟ ଅନୁଭୂତି ଦେବାକୁ ବିରାଟ ପଦକ୍ଷେପ। ବର୍ଣ୍ଣାଢ୍ୟ ଉତ୍ସବରେ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ।
ପୂର୍ବରୁ ୨୦୧୫ ଓ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ଅଣ୍ଡାମାଡ଼ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା। ୨୦୧୫ ଫେବୃଆରୀ ୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଗଲାବେଳେ, ଭୁବନେଶ୍ୱର ଖାରବେଳ ନଗରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ ଯୁବ କଂଗ୍ରେସ କର୍ମୀ।
ଦୁର୍ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
ଫାଷ୍ଟ ହାଫ ଶେଷ ସୁଦ୍ଧା ଉଭୟ ଦଳ ଖାତା ଖୋଲି ପାରିନଥିଲେ। ତୃତୀୟ କ୍ୱାର୍ଟର ବେଳକୁ ଆଉଏକ ରଣନୀତି ପ୍ରସ୍ତୁତ କରି ପାର୍ଶ୍ଵ ପରିବର୍ତ୍ତନ କରି ପଡିଆକୁ ଓହ୍ଲାଇଥିଲା ପୋଲାଣ୍ଡ।
ସ୍ୱାମୀ ସାଜିଥିଲା କଳିଯୁଗର କୃଷ୍ଣ। ଏକାଧିକ ମହିଳାଙ୍କ ସହ କରୁଥିଲା ରାସଲୀଳା। ଦୁଇ ପତ୍ନୀ ମିଶି ଖୋଲିଦେଲେ ସ୍ୱାମୀର ଭଦ୍ରମୁଖା।
ଜଣେ ଯୁବକ ପ୍ରଥମ ପତ୍ନୀଙ୍କ ଅଜାଣତରେ ଆଉ ଜଣକୁ ପ୍ରେମ କରି ବିବାହ କରିଥିଲେ। ସେହିପରି ଦ୍ୱିତୀୟ ପତ୍ନୀଙ୍କ ଅଜାଣତରେ ତୃତୀୟ ଝିଅକୁ ମଧ୍ୟ ପ୍ରେମ ସପର୍କ ରଖିଥିବା ଜଣାପଡିଥିଲା। ତେବେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ ଏକାଠି ହୋଇ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ଏନେଇ କଣ କହୁଛନ୍ତି ରସିକିଆ ସ୍ୱାମୀ ପଢନ୍ତୁ
ପେଟ୍ରୋଲ୍ ପମ୍ପରୁ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ପେଟ୍ରୋଲ ପମ୍ପରେ ଜଣେ ଚୋର ଦିନ ଦ୍ଵିପହରରେ ଗାଡି ଭିତରେ ଥିବା ମୋବାଇଲକୁ ଅତି ସତର୍କତାର ସହ ଚୋରି କରି ଚମ୍ପଟ ମାରୁଥିବାର ଦେଖିବାକୁ ମିଳିଛି ।
ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ଯାଏ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ କହିଛି। ଦୁର୍ନୀତି, ଭ୍ରଷ୍ଟାଚାରରେ ବିଜେଡି ବୁଡ଼ି ରହିଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଦଳ ନେବ ବୋଲି କହିଛି।
ତାଙ୍କ ହାତ ବୁଲିଲେ ଆଙ୍କି ହୋଇଯାଏ ଚିତ୍ର । ସେ ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ମୂର୍ତ୍ତି କାରିଗର, ଅଭିନେତା, ଔପନ୍ୟାସିକ, କବି ଓ ନାଟ୍ୟକାର । ସେ ଅନେକ ନାଟକ ଓ ଉପନ୍ୟାସର ସ୍ରଷ୍ଟା । ହେଲେ ପରିଣତ ବୟସରେ ତାଙ୍କ ଜୀବନ ବିତୁଛି ଚାଳଘରେ । ଚଳୁଛନ୍ତି ବହୁ କଷ୍ଟରେ । ଦୁର୍ଦ୍ଦିନରେ ପ୍ରତିଭାଧର ନାରାୟଣ ।