• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bjp
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିବାଦ ପଲିଟିକ୍ସ : ମମିତା ମେହେର ହତ୍ୟା ମାମଲାରେ ବିଜେପିର ହଲ୍ଲାବୋଲ

ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡି ସରକାରଙ୍କୁ ଦାୟୀ କରି ଆଜି ପ୍ରତିବାଦ କରୁଛି ବିଜେଡି ।

debendra
ଖାକି ବର୍ଦ୍ଦି ଭିତରେ ଦରଦୀ ହୃଦୟ : ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି କନେଷ୍ଟବଳ ଦେବେନ୍ଦ୍ର

ପିଲା ଦିନରୁ ଶିକ୍ଷକତା ପ୍ରତି ତାଙ୍କର ଅହେତୁକ ରୁଚି ଥିଲା । ହେଲେ ଶିକ୍ଷକ ହେବାର ଇଚ୍ଛା ଥିଲେ ସୁଦ୍ଧା ନିଯୁକ୍ତି ନବାହାରିବାରୁ ଅବକାରୀ ବିଭାଗରେ କନେଷ୍ଟବଳ ଚାକିରି କରିବାକୁ ପଡ଼ିଲା ।

River Erosion Eats Into Farm Land In Odisha, Locals Demand Permanent Solution
ଦୁଃଖ ସାଜିଛି ସାଳନ୍ଦୀ ନଦୀ : ମାଟି ଖାଉଛି, ଘର ଭାଙ୍ଗୁଛି

କୂଳ ଖାଉଛି ନଦୀ ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର କାନପୁର ଗାଁ ନିକଟରେ ବହି ଯାଇଛି ଶାଳନ୍ଦୀ ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

  • Monday, 22 November 2021
  • Odisha
Jharsuguda
ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ଚାଲିପାରେ ବିମାନ

ଦିନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି।

Andhra Officials’ Deomali Visit Raises Eyebrows
କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର

ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ ।

  • Monday, 22 November 2021
bjd-bjp
ମମିତା ହତ୍ୟା ମାମଲାରେ ଆଜି ବିଜେପିର ହଲ୍ଲାବୋଲ , ସେପଟେ ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ

ଅନ୍ୟପଟେ ବିଜେପିର ଆଟାକକୁ କାଉଣ୍ଟର କରିବା ଲାଗି ବିଜେଡିର ସଜବାଜ । ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରି

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 22 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 22 November 2021
Koraput Coffee
କମୁଛି ବ୍ରାଜିଲ୍‌ କଫିର ଡିମାଣ୍ଡ, ଆମେରିକା-ଇଟାଲି ଏବେ କୋରାପୁଟ ମୁହାଁ

କଫି ଚାଷୀଙ୍କ ମତରେ ବଣ, ପାହାଡ଼ ଘେରା ପରିବେଶ ଆଉ ଉନ୍ନତ ମାଟି କୋରାପୁଟ କଫିର ଗୁଣବତ୍ତାକୁ ସମୃଦ୍ଧ କରିପାରୁଛି । ଯେଉଁଥିପାଇଁ ଏହା କର୍ଣ୍ଣାଟକର କୁର୍ଗା ହେଉ ବିଶ୍ୱର ଅନ୍ୟ ନାମୀ ବ୍ରାଣ୍ଡକୁ ଟକ୍କର ଦେଇପାରୁଛି ।

Bargarh Dhanuyatra
୨ ହଜାର ଲୋକଙ୍କୁ ଏକାଠି ପାଇଁ ଅନୁମତି, ହେଲେ ଧନୁଯାତ୍ରାରେ ତ ଲକ୍ଷ ଲକ୍ଷ ଦର୍ଶକ !

ଯାତ୍ରା, ଅର୍କେଷ୍ଟ୍ରା, ଖୋଲାମଞ୍ଚ ଆଦିରେ କଳା ପରିବେଷଣ ପାଇଁ ନୂଆ ଗାଇଡଲାଇନ୍ସରେ ରାଜ୍ୟ ସରକାରଙ୍କ ଅନୁମତି ପରେ ଏବେ କଳାକାରଙ୍କ ମନରେ ଉତ୍ସାହ ଫେରିଛି ସତ । ପ୍ରସ୍ତୁତି ବି ଆରମ୍ଭ ହୋଇଛି, ସରଞ୍ଜାମକୁ ସଜ କରାଯାଉଛି । ହେଲେ ମନରେ କିନ୍ତୁ ଖୁସି କମ୍, ଦ୍ୱନ୍ଦ୍ୱ ବେଶୀ ।

Panchayat Election
ପଞ୍ଚାୟତ ନିର୍ବାଚନ: ବିଜେଡି-ବିଜେପି-କଂଗ୍ରେସରେ ଚାଲିଲାଣି ଗୁପ୍ତ ବୈଠକ, କିଏ ଯିବ କେଉଁ ଦଳକୁ ?

ଖୋଦ୍ ମୁଖ୍ୟମନ୍ତ୍ରୀ ଜିଲ୍ଲାରୁ ଜିଲ୍ଲା ବୁଲି ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟୁଛନ୍ତି । ମନ୍ତ୍ରୀମାନେ ମଧ୍ୟ ବ୍ଲକକୁ ଯାଇ ଏଇ କାମରେ ଲାଗିଛନ୍ତି । ତେବେ ଯେଉଁ ସବୁ ସିଟ୍‌ରେ ବିଜେପିର ସାଂସଦ ଓ ବିଧାୟକ ଅଛନ୍ତି ଓ ଯେଉଁଠି ବିଜେଡିର ସଙ୍ଗଠନ ସେତେଟା ମଜଭୁତ ନାହିଁ, ତାକୁ ଫୋକସ୍‌ରେ ରଖୁଛି ଦଳ ।

Bjp-Bjd  face up
ପ୍ରଣବ ଆଇନ ବିଷୟରେ ଅଜ୍ଞ: ପୀତାମ୍ବର

ପ୍ରଣବ ସୋସିଆଲ ମିଡିଆରେ ବିରୋଧୀଙ୍କୁ ଆହ୍ୱାନ ଦେବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

Naveen Patnaik
ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଓଡ଼ିଆଙ୍କ ଭଗବାନ କହିଲେ ଉପବାଚସ୍ପତି ? ତେଜିଲା ବିବାଦ..

ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର କହି ବିବାଦରେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୁଳ ସଭାରେ ଉପବାଚସ୍ପତିଙ୍କ ଏପରି ବୟାନକୁ ନେଇ ତେଜିଛି ରାଜନୀତି ।

Sonepur Child Trafficking
ରାସ୍ତାକଡ଼ରୁ ଉଦ୍ଧାର ହେଲା ଚୋରି ଶିଶୁକନ୍ୟା, ପରିବାର ଲୋକଙ୍କ ସମ୍ପୃକ୍ତି ସନ୍ଦେହ..

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଥିଲେ ।

Mamita Murder case
ଗୋବିନ୍ଦ ସାହୁର ହ୍ୟାଣ୍ଡ ରାଇଟିଂରୁ ମିଳିବ କି ବଡ଼ ପ୍ରମାଣ ?

ମମିତା ସନସାଇନ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିଲେ। ଏହି କଥାକୁ କୋର୍ଟରେ ଠୋସ୍ ପ୍ରମାଣ ସହ ଯୁକ୍ତି ବାଢ଼ିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯିବ।

BJD & BJP
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼, ରାଜ୍ୟ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ

ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଛାତ୍ର ବିଜେଡି ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିବା ବେଳେ ଅନ୍ୟପଟେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ କରିଛନ୍ତି ବିଜେପି କର୍ମୀ।

Historic Coast Canal
ପରିଚୟ ଖୋଜୁଛି କୋଷ୍ଟ କେନାଲ

ଐତିହାସିକ କୋଷ୍ଟ କେନାଲ। ଦିନେଥିଲା ନୌବାଣିଜ୍ୟର ସ୍ୱତନ୍ତ୍ର ପରିଚୟ। ଏହି ବାଟ ଦେଇ ହେଉଥିଲା ବାଣିଜ୍ୟ କାରବାର। ଆମଦାନୀ ଠାରୁ ରପ୍ତାନୀ ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା ଏହି କୋଷ୍ଟ କେନାଲ। ବାଣିଜ୍ୟ କାରବାର ପ୍ରମୁଖ ସ୍ଥାନ ନେଇଥିଲା ଏହି କେନାଲ ଏବେ ମୃତପ୍ରାୟ। ପୂର୍ବପରି ନା ଏଇଠି ହେଉଛି ବାଣିଜ୍ୟ କାରବାର ନା ଏହି କେନାଲ ପାଖରେ ଥିବା ଜମି ଶସ୍ୟଶ୍ୟାମଳା ହୋଇପାରୁଛି। କହିବାକୁ ଗଲେ ପୁନଃଉଦ୍ଧାର ଅଭାବରୁ ଭଦ୍ରକର କୋଷ୍ଟ କେନାଲ ଏବେ ବିଲୀନ ହେବାକୁ ବସିଲାଣି।

BJD To Hold 3-Day Long Protest
ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧିର ପ୍ରତିବାଦ କରିବ ବିଜେଡି, କାଲିଠୁ ୩ ଦିନ ଯାଏ ଆନ୍ଦୋଳନ

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ବିଜେଡି ୩ ଦିନ ଧରି ଆନ୍ଦୋଳନ କରିବ। କେନ୍ଦ୍ର ସରକାର ଦାମ୍ କମ୍ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି।

Special Story | Woman Delivers In Auto-Rickshaw After Doctor Refuses To Attend Her In Ganjam
ଡାକ ଶୁଣିଲେନି ଡାକ୍ତର ବାବୁ; ଅଟୋ ଭିତରେ ପ୍ରସବ କଲେ ମହିଳା

ହଜିଗଲା ମାନବିକତା । ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ । ମେଡିକାଲ ଫାଟକ ଆଗରେ ଅନ୍ଧାର ରାତିରେ ଗର୍ଭ ଯ଼ନ୍ତ୍ରଣାରେ ଛଟପଟ ଜନନୀ । ଶେଷରେ ଅଟୋ ଭିତରେ ପ୍ରସବ କରାଇଲେ ଦିଦି ।

Two sisters drown
କାଳ ହେଲା ଡଙ୍ଗା ଗୋଟାଇବା, ଚାଲିଗଲା ୨ ଭଉଣୀଙ୍କ ଜୀବନ

କାଳ ହେଲା ପାଣି ଭିତରୁ ଡଙ୍ଗା ଗୋଟାଇବା। ଯୋରରୁ ଡଙ୍ଗା ଗୋଟାଇବା ବେଳେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। 

Special Story | Dilapidated Road In Keonjhar Poses Threat To Commuters
ଆଣ୍ଠୁଏ ଆଣ୍ଠୁଏ ପାଣି,ଶୋଚନୀୟ ଅବସ୍ଥାରେ ପଡିରହିଛି ରାସ୍ତା, ବଢିଚାଲିଛି ଦୁର୍ଘଟଣା

ଦିନେ ଏ ରାସ୍ତା ପିଚୁ ଥିଲା, ଏବେ କିନ୍ତୁ ସଂପୂର୍ଣ୍ଣ ବାଲି କାଦୁଅରେ ଭର୍ତ୍ତି। ସେଥିରେ ପୁଣି ମୁହୂର୍ତ୍ତକୁ ମୁହୂର୍ତ୍ତ ଦଉଡୁଛି ମାଳ ମାଳ ବାଲି ବୋଝେଇ ଟ୍ରକ୍। ଦୈନିକ ଘଟୁଛି ରାସ୍ତା ଦୁର୍ଘଟଣା। ଟିକିଏ ଏପଟ ସେପଟ ହେଲେ ଆକ୍ସିଡେଣ୍ଟ ନହେଲେ ଦିନ ରାତି ଧାଉଁଥିବା ଏଇ ବଡ଼ ବଡ଼ ବାଲି ବୋଝେଇ ହାଇୱା ତଳେ ଜୀବନ ଯିବ।

PM Modi & CM Naveen Patnaik
ମୋଦିଙ୍କୁ ନବୀନଙ୍କ ଚିଠି-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆହୁରି ୮ ମାସ ମାଗଣା ରାସନ୍‌ ଦିଆଯାଉ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆହୁରି ୮ ମାସ ମାଗଣା ରାସନ୍ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।  

Villagers Build Embankment On Their Own
ଜୁଆର ପାଣିରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ବନ୍ଧ ବାନ୍ଧିଲେ ଚାଷୀ

ପ୍ରତିବର୍ଷ ପାଚିଲା ଧାନ ନଷ୍ଟର କ୍ଷତି ସହି ଆସୁଥିଲେ ଚାଷୀ। ସମାଧାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ବି କିଛି ବି ହେଲା ନାହିଁ। ଶେଷରେ ଜୁଆର ମାଡରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ଗାଁଲୋକେ ଏକାଠି ହେଲେ। ନିଜେ ଶ୍ରମଦାନ କରି ବାନ୍ଧିଲେ ଏମିତି ବନ୍ଧ...

Speed Limits For Vehicles
ଜାଣନ୍ତୁ, ଏଣିକି କେତେ ସ୍ପିଡ୍‌ରେ ଚଲାଇବେ ଗାଡ଼ି ?

ଏଣିକି ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳରେ କେତେ ବେଗରେ ଯିବ ଯାନବାହନ ସେନେଇ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି। 

Bamboo Fish
ଘରେ ବନାନ୍ତୁ ‘ବାଉଁଶ ଚୁନା ମାଛ’

ଘରେ ବିଭିନ୍ନ ଦେଶୀ ଶୈଳୀରେ ଆମେ ରେସିପି ତିଆରି କରିଥାଉ । ଆଜି ଆମେ ଏକ କାଠ ଚୁଲିରେ ଏକ ଦେଶୀ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ବାଉଁଶ ଚୁନା ମାଛ’ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 21 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 21 November 2021