Advertisment

ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକ୍ରମକୁ ଢ଼େଲା ମାଡ଼

ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରେ ନାହିଁ। ଡିସିପିଙ୍କୁ ଭେଟି ଏନେଇ ଆଲୋଚନା କରିବି ବୋଲି  ସାଂସଦ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
ସାଂସଦ ଅପରାଜିତାଙ୍କ ଉପରକୁ ଢେଲାମାଡ଼

ସାଂସଦ ଅପରାଜିତାଙ୍କ ଉପରକୁ ଢେଲାମାଡ଼

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକ୍ରମକୁ ଅଣ୍ଡା ଓ ଢ଼େଲା ମାଡ଼। ଭୁବନେଶ୍ୱର ଆଚାର୍ଯ୍ୟବିହାରରେ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଛି। ବରିଷ୍ଠ ନାଗରିକଙ୍କୁ ନେଇ ସାଂସଦ କାର୍ଯ୍ୟକ୍ରମ କରିବା ବେଳେ ଆକ୍ରମଣ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣ ବେଳେ ବିଜେପି କର୍ମୀ ମଧ୍ୟ ପ୍ରତି ଆକ୍ରମଣ କରିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଡିସିପି ପହଞ୍ଚି ସାଂସଦଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

Advertisment

ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣାରେ ସାଂସଦ କହିଛନ୍ତି ଯେ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ସରକାର ସୁରକ୍ଷା ପ୍ରଦାନ କରନ୍ତୁ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରେ ନାହିଁ। କାଲି ଡିସିପିଙ୍କୁ ଭେଟି ଏନେଇ ଆଲୋଚନା କରିବି ବୋଲି  ସେ କହିଛନ୍ତି

ଆଜି ଦିନରେ ମଧ୍ୟ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ ହୋଇଥିଲା। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଛକରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କଳା ପତାକା ପ୍ରଦର୍ଶନ ସହ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିଲେ ଛାତ୍ର କଂଗ୍ରେସ କର୍ମୀ। ସାଂସଦ ଅପରାଜିତା ଯାଉଥିବାବେଳେ ଛାତ୍ର କଂଗ୍ରେସ କର୍ମୀମାନେ ରାସ୍ତା ଉପରେ ତାଙ୍କ ଗାଡ଼ି ସାମନାରେ କଳା ପତାକା ଦେଖାଇଥିଲେ। ଏହାସହ ଅଣ୍ଡା ମାଡ଼ କରିଥିଲେ।

Advertisment

ସେପଟେ ସୁବର୍ଣ୍ଣପୁରରେ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ବି ରୁଜୁ ହୋଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ପାଇଁ ସୁବର୍ଣ୍ଣପୁର ଆସିଥିବା ମନ୍ତ୍ରୀ ନିରଂଜନ ପୂଜାରୀ ଏବଂ ସୁଶାନ୍ତ ସିଂଙ୍କୁ ବଡ ବଜାର ଠାରେ ବିଜେପି ପକ୍ଷରୁ କଳାପତାକା ଦେଖାଯାଇଥିଲା। ବିଜେପିର ନଗର ସଭାପତି ଜଗତଜ୍ୟୋତି ତ୍ରିପାଠୀ, ନଗର ଯୁବ ସଭାପତି ଗଂଗାଧର ତରିଆଙ୍କ ସମେତ ଅନ୍ୟ ୪ ଜଣ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରିଥିଲେ। ତେବେ ସେହି ସମୟରେ ୧୦ରୁ ୧୫ ଜଣ ବିଜେଡି କର୍ମୀ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ମୋବାଇଲ୍ ଛଡାଇନେଇଥିବା ଅଭିଯୋଗ ହୋଇଛି। ପରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା   

Bhubaneswar BJD BJP MP Aparajita Sarangi MP
Advertisment
Advertisment