Advertisment

ଘୁଞ୍ଚିଲା କୋଟିଆ ଶୁଣାଣି, ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଛି ଆନ୍ଧ୍ର

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ନିଜ ପକ୍ଷ ରଖି ଏହି ଆବେଦନ କରିଛି ଆନ୍ଧ୍ର । ତେବେ ନିଷ୍କର୍ଷ ନ ବାହାରିବା ଯାଏ ମାମଲା ଚାଲିବ । ଜାନୁଆରି ପ୍ରଥମ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Kotia hearing

Kotia hearing

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଯେ ପର୍ଯ୍ୟନ୍ତ ଉଭୟ ରାଜ୍ୟ ମିଶି ସମାଧାନର ରାସ୍ତା ନବାହାର କରିଛନ୍ତି ସେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଏହି ମାମଲା ଚାଲୁ ରହିବ । ଉଭୟ ରାଜ୍ୟଙ୍କୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଏହାର ପରବର୍ତ୍ତି ଶୁଣାଣି ଜାନୁଆରୀ ମାସର ପ୍ରଥମ ସପ୍ତାହ ମଧ୍ୟରେ ହେବ ।

Advertisment

ସୁପ୍ରିମକୋର୍ଟରେ ଦାୟର ହୋଇଥିବା କୋଟିଆ ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଛି ଆନ୍ଧ୍ର । ଏହାର ରାଜନୈତିକ ସମାଧାନ ପାଇଁ ଆଲୋଚନା ଚାଲିଥିବାରୁ ମାମଲାକୁ ରଦ୍ଦ କରିବାକୁ ଆନ୍ଧ୍ର ସରକାର ଅନୁରୋଧ କରିଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ନିଜ ପକ୍ଷ ରଖି ଏହି ଆବେଦନ କରିଛି ଆନ୍ଧ୍ର ।

ସେପଟେ ଓଡ଼ିଶା ସରକାର କହିଛନ୍ତି, ଦୁଇ ରାଜ୍ୟ ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଛି । ସମାଧାନ ପାଇଁ କମିଟି ଗଠନ ସହିତ ରିପୋର୍ଟ ସଂଗ୍ରହ କରାଯାଉଛି । ମାମଲା ରଦ୍ଦ ପାଇଁ ଆନ୍ଧ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି, ନିଷ୍କର୍ଷ ନ ବାହାରିବା ଯାଏ ମାମଲା ଚାଲିବ । ଜାନୁଆରି ପ୍ରଥମ ସପ୍ତାହରେ ହେବ ପରବର୍ତ୍ତୀ ଶୁଣାଣି ହେବ ।

Advertisment

ତେବେ ପୂର୍ବରୁ ଏନେଇ ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ମଧ୍ୟରେ ଭୁବନେଶ୍ୱରରେ ବୈଠକ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁସାରେ, ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବା ନେଇ ଆଲୋଚନା ହୋଇଥିଲା । ଉଭୟ ରାଜ୍ୟର ମୁଖ୍ୟ ସଚିବ ମିଳିତ ଭାବେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଉଭୟ ରାଜ୍ୟରେ ଜଳ ସମ୍ପଦ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନେ ଏହି କମିଟିରେ ରହିବା ନେଇ ଆଲୋଚନା ହୋଇଥିଲା।

Supreme Court Kotia Row Contempt Case
Advertisment
Advertisment