Advertisment

୮୦ ବର୍ଷରେ ବି ପୂରା ଫିଟ୍ ଯୋଗଗୁରୁ ହରିବୋଲ, ଯୁବକ ଭଳି ଡେଉଁଛନ୍ତି

ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସେ । ତାଙ୍କ ଆଗରେ ବୟସ ହାର୍ ମାନିଛି ,ଯିଏ ୮୦ ବର୍ଷ ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି । ସେ ହେଲେ ବଲାଙ୍ଗିରର ଯୋଗ ମଣିଷ ହରିବୋଲ ହୋତା । ତାଙ୍କୁ ଭେଟିଥିଲେ ଆମ ବଲାଙ୍ଗିର ପ୍ରତିନିଧି ଘଟେଶ୍ୱର ମିଶ୍ର।

author-image
Pallipuspa Samal
ଅଦ୍ୟତନ ହୋଇଛି
Yoga man

Yoga man

 ବଲାଙ୍ଗିର: ଆଜିକାଲି ୫୦ ବର୍ଷ ପାର ହେଲେ, ଆମ ଭିତରେ ଅନେକ ରୋଗ ଦେଖାଯାଉଛି। ଶାରୀରିକ ପରିଶ୍ରମ କରିବାକୁ ଆମେ କୁଣ୍ଠାବୋଧ ପ୍ରକାଶ କରିଥାଉ। ସେ ଦିଗରେ ଆଗ୍ରହ କମିଯାଏ, ଆମ ଭିତରେ ଥକାପଣ ଦେଖାଯାଏ। ତେବେ ଆଜି ଆସନ୍ତୁ ଭେଟିବା ଏମିତି ଜଣେ ବ୍ୟକ୍ତିଙ୍କୁ ଯିଏ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଯିଏ ୮୦ ବର୍ଷ ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି, ଆଉ ତାଙ୍କ ଆଗରେ ବୟସ ହାର୍ ମାନିଛି , ଯିଏ ସଂପୂର୍ଣ୍ଣ ନିରୋଗୀ ଅଛନ୍ତି । ସେ ହେଲେ ବଲାଙ୍ଗିରର ଯୋଗ ମଣିଷ ହରିବୋଲ ହୋତା। ତାଙ୍କୁ ଭେଟିଥିଲେ ଆମ ବଲାଙ୍ଗିର ପ୍ରତିନିଧି ଘଟେଶ୍ୱର ମିଶ୍ର।

Advertisment

ଓଟିଭି- ଆପଣ ଏଇ ବୟସରେ ମଧ୍ୟ କେମିତି ଏତେ ଫିଟ୍ ଅଛନ୍ତି ଓ ସବୁବେଳେ ସକାଳୁ ଯୋଗାଭ୍ୟାସ କରୁଛନ୍ତି । ତେବେ କାହାଠୁ ଆପଣ ଏ ପ୍ରେରଣା ପାଉଛନ୍ତି ? ଏହା ଆମ ପାଠକମାନଙ୍କୁ ଟିକିଏ କୁହନ୍ତୁ।

ହରିବୋଲ- ସ୍ୱଂୟ ଭଗବାନ ମୋତେ ଏହି ଦିଗଦର୍ଶନ ଦେଇଛନ୍ତି । ଭଗବାନ ନାରାୟଣ ମୋତେ ଦିଗଦର୍ଶନ ଦେଇଛନ୍ତି ଯାହାଫଳରେ ଏହି ଯୋଗାଭ୍ୟାସ ପାଇଁ ମୋତେ ପ୍ରରଣା ଓ ସାହସ ମିଳିପାରୁଛି ।

Advertisment

ଓଟିଭି- କେତେ ବର୍ଷ ହେଲା ଆପଣ ଏହି ଯୋଗଭ୍ୟାସ କରୁଛନ୍ତି ?

ହରିବୋଲ- ଦୀର୍ଘ ୪୦ ବର୍ଷ ହେବ ମୁଁ ଯୋଗାଭ୍ୟାସ କରୁଛି । ପ୍ରତିଦିନ ଯୋଗ, ପ୍ରାଣାୟମ୍,ସୂର୍ଯ୍ୟ ନମସ୍କାର ବିଭିନ୍ନ ଯୋଗାସନ କରି ଆସୁଛି , ଯାହା ଶରୀରକୁ ଦକ୍ଷ ଓ ସୁଗଠିତ କରି ରଖିପାରିବ । ଆମ ଯୁବ ସମାଜ ପ୍ରତି ଯୋଗ ନିହାତି ଆବଶ୍ୟକ ଅଟେ । ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସକାଳୁ ଉଠି ବିଭିନ୍ନ ଯୋଗାସନ,ପ୍ରାଣାୟମ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ।

ଓଟିଭି- ଆପଣ ସଂପୂର୍ଣ୍ଣ ନିରୋଗୀ କି ? ନିରୋଗୀ କିପରି ରହିବେ ?

ହରିବୋଲ- ମୁଁ ସଂପୂର୍ଣ୍ଣ ନିରୋଗୀ । ଜଣେ ମଣିଷ ସଂପୂର୍ଣ୍ଣ ନିରୋଗୀ ରହିବା ପାଇଁ ଆମ ଶରୀରର ମେରୁଦଣ୍ଡର ହାଡ଼କୁ ଆମେ ସମାନ ବ୍ୟବଧାନରେ ଆମେ ରଖିପାରିବା ତାହେଲେ ଆମେ ନିରୋଗୀ ରହିପାରିବା । ଆଉ ସେହି ମେରୁଦଣ୍ଡର ହାଡକୁ ସୁରକ୍ଷିତ ରଖିବା ପାଇଁ ସୂର୍ଯ୍ୟ ନମସ୍କାର ଭଳି ଯୋଗ କରିବା ଆବଶ୍ୟକ ଅଟେ ।

ଓଟିଭ- ଆଜିର ଯୁବ ସମାଜ ପାଇଁ ଆପଣଙ୍କର କଣ ବାର୍ତ୍ତା ରହିବ ?ଈ

ଯୁବ ସମାଜ ପାଇଁ ମୋର ଏହା ବାର୍ତ୍ତା ରହିବ ଯେ ,ପ୍ରତିଦିନ ଭୋର ସମୟରେ ବା ସକାଳୁ ଉଠନ୍ତୁ । ସକାଳୁ ଉଠି ବିଭିନ୍ନ ଯୋଗାସନ,ପ୍ରାଣୟମ ଓ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହିବ, ଏହା ଆମ ଯୁବ ସମାଜ ପାଇଁ ନିହାତି ଜରୁରୀ ଅଟେ ।

Balangir Yoga Man
Advertisment
Advertisment