/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637860212.jpg)
Vigilance raid at Karnataka
ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ଘର ଡ୍ରେନ ପାଇପରୁ ବାହାରୁଛି କୋଟି କୋଟି ଟଙ୍କାର ସୁନା ଓ ଟଙ୍କା ଏବଂ ଅଳଙ୍କାର। ଘଟଣାଟି ଶୁଣିବାକୁ ଅଜବ ଲାଗୁଛି କିନ୍ତୁ ଏହାକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। ଏହିପରି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟରେ। କର୍ଣ୍ଣାଟକ ରାଜ୍ୟରେ କାର୍ଯ୍ୟରତ ଅଧିକାଂଶ ସରକାରୀ କର୍ମଚାରୀ ମାନେ ଲାଞ୍ଚ କାରବାରରେ ଲିପ୍ତ ରହିଥିବା ଅଭିଯୋଗ ବାରମ୍ବାର ବାରମ୍ବାର ଆସିବାପରେ ରାଜ୍ୟ ସରକାର ତଦନ୍ତ ପାଇଁ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଏକସଙ୍ଗେ ଦୁର୍ନୀତି ନିବାରଣ ଅଧିକାରୀମାନେ ସରକାରୀ କର୍ମଚାରୀଙ୍କ ପ୍ରାୟ ୬୦ଟି ସ୍ଥାନରେ ରେଡ କରିଥିଲେ। ଏହି ରେଡ ସମୟରେ ସନ୍ତାନ ଗୌଡ଼ ନାମକ ଜଣେ ଇଂଜିନିୟରଙ୍କ ବାସଗୃହ ଉପରେ ରେଡ କରାଯାଇଥିଲା କିନ୍ତୁ ରେଡ୍ ସମୟରେ ଅଧିକାରୀମାନଙ୍କୁ ଘର ଭିତରୁ କିଛି ମିଳିନଥିଲା କିନ୍ତୁ ଘରର ଡ୍ରେନ ପାଇପ ମଧ୍ୟରୁ ବାହାରିଥିଲା ଟଙ୍କା, ସୁନା ଓ ଅଳଙ୍କାର, ଯାହାଦେଖି ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହି ଇଂଜିନିୟର ଜଣକ ନିଜର ସମସ୍ତ ଆୟବର୍ହିଭୂତ ସମ୍ପତି ନିଜ ଘର ଡ୍ରେନ ପାଇପରେ ଲୁଚାଇ ରଖିଥିଲେ, ଡ୍ରେନ ପାଇପରୁ ଅଧିକାରୀମାନଙ୍କୁ ୫୪ ଲକ୍ଷ ଟଙ୍କା ସହ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ବିସ୍କୁଟ ସହ ଅନ୍ୟ ଅଳଙ୍କାର ମିଳିଥିଲା।
ସୂଚନା ଅନୁଯାୟୀ କର୍ଣ୍ଣାଟକରେ ୬୦ ଜାଗାରେ ମୋଟ ୪୦୦ ଜଣ ଅଧିକାରୀ ରେଡ୍ କରିଥିବା ଜଣାପଡ଼ିଛି, ଏଥିରେ ରାଜ୍ୟର ୮ ଜଣ ପୋଲିସ ଏସପିଙ୍କ ସହ ମୋଟ ୩୦୦ ପୋଲିସ କର୍ମଚାରୀ ଭାଗ ନେଇଥିଲେ। ତେବେ ଏହି ରେଡ୍ ୨ଦିନ ଧରି ଚାଲିଥିଲା। ତେବେ ଅଧିକାରୀମାନେ ଏହିପରି ଘଟଣା କେବଳ ସିନେମାରେ ଦେଖିବାକୁ ମିଳିଥିଲା, କିନ୍ତୁ ଏହା ସତରେ ଦେଖିବାକୁ ମିଳିଛି, ଯାହା ସାରା ରାଜ୍ୟ ଓ ଦେଶରେ ପ୍ରଥମ ଘଟଣା ବୋଲି କହିଛନ୍ତି। ଆଜି ପ୍ରଥମ ଦିନରେ ୧୫ ଜଣ କର୍ମଚାରୀଙ୍କ ବିରୋଧରେ ଆୟବର୍ହିଭୂତ ଠୁଳ ମାମଲା ରୁଜୁ ହେଇଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)