/odishatv-khabar/media/post_attachments/uploadimage/library/16_9/16_9_0/ss_1637900392.jpg)
Youth reportedly murdered by his friends
ବଲାଙ୍ଗିର: ମାରିଲେ, ଜାଳିଲେ ଓ LIVE ଭିଡିଓ କଲେ। ହତ୍ୟାକାରୀ ସାଜିଲା ସାଙ୍ଗ। ୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍ ଭିଡିଓ ମଧ୍ୟ କରିଥିଲେ। ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପଛ ପଟେ ଛାତ୍ର ବିଶ୍ୱଦେବ ସାହୁଙ୍କୁ ହତ୍ୟାର ଛାତିଥରା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହତ୍ୟା ଘଟଣା ଏବେ ପର୍ଦ୍ଦାଫାସ ହୋଇଛି। ୨ ଜଣ ସାଙ୍ଗ ଶୁଭମ ସିଂ ଓ ଅମିତ, ବିଶ୍ୱଦେବଙ୍କୁ ଠେଙ୍ଗାରେ ପିଟିବା ସହ ଭୁଜାଲିରେ ହାଣି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ।
ଶୁଭମ ହତ୍ୟା ସମୟର ଦୃଶ୍ୟ ନିଜ ମୋବାଇଲରେ ଲାଇଭ୍ ଭିଡିଓ କରିଥିଲେ। ଯାହାକି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଉଭୟ ହତ୍ୟାକାରୀ ଶୁଭମ ଏବଂ ଅମିତ ଅସ୍ତ୍ରଶସ୍ତ୍ର ଧରି ଧମକ ଦେଉଥିବା ଦେଖିବାକୁ ମିଳିଛି। ଏହି ଛାତିଥରା ଭିଡିଓରେ ଶୁଭମ ଅନ୍ୟ ଜଣେ କାହାକୁ, ‘ଅବ୍ ତେରି ବାରି’ କହି ଚେତାବନୀ ଦେଉଥିବା ଦେଖିବାକୁ ମିଳିଛି। ଶୁଭମ୍ କାହାକୁ ଏହି ଚେତାବନୀ ଦେଇଛନ୍ତି ? କାହା ପାଇଁ ସେ ଏହି ଲାଇଭ୍ ଭିଡିଓ କରିଥିଲେ ? ବିଶ୍ୱଦେବଙ୍କ ପରେ ଆଉ କାହାର ପାଳି,ଏସବୁକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।
ପ୍ରେମବ୍ୟାପାରକୁ ନେଇ ବିଶ୍ୱଦେବଙ୍କୁ ହତ୍ୟା କରାଯାଇଥିବା ପୋଲିସ୍ କହିଛି। ଅନ୍ୟ କେଉଁ କାରଣରୁ ଶତ୍ରୁତା ଏତେ ବଢ଼ି ଯାଇଥିଲା ଯେ, ଦୁଇ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରି ପୋଡ଼ି ଦେଲେ। ଆଉ ଲାଇଭ ଭିଡିଓ କରିବାକୁ ମଧ୍ୟ ପଛାଇ ନଥିଲେ। ଏସବୁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଥାଉ କି, ଗତ ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ୟୁନିଭର୍ସିଟି ପଛ ପଟେ ଦୁଇ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ଫିଲ୍ମ ଷ୍ଟାଇଲରେ ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ପେଟ୍ରୋଲ ଡାଳି ପୋଡି ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)