ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ୫ ହଜାର ୩୧୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି । ୨୦୧୯ରେ ୫ ହଜାର ୩୩୩ ଏବଂ ୨୦୨୦ରେ ସଡ଼କ ଦୁର୍ଘଟଣାରେ ଯାଇଛି ୪ ହଜାର ୭୩୮ ଜଣଙ୍କ ଜୀବନ ।
କାୟା ବିସ୍ତାର କରୁଚି କରୋନା ଭାଇରସ୍ର ନୂଆ ଭାରିଆଣ୍ଟ୍ ଓମିକ୍ରନ୍। ରାଜ୍ୟରେ ଦିନକ ଆଗରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ବଢ଼ିଛି ଚିନ୍ତା।
ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ପଂଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନ ବି ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଢିଙ୍କିଆର ମାହଳ ଗାଁ ଲୋକେ ନୂଆ ରାଜସ୍ୱ ଗ୍ରାମ ପ୍ରସ୍ତାବକୁ ବିରୋଧ କରି ଆସୁଛନ୍ତି । JSW ପ୍ରକଳ୍ପ ପାଇଁ ପଥ ସୁଗମ କରିବା ଲାଗି ମାହଳକୁ ଆଉ ଏକ ରାଜସ୍ୱ ଗ୍ରାମ କରିବାକୁ ପ୍ରଶାସନ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି ।
ମୃତ ନାରାୟଣଙ୍କ ଭାଇ ସୁଧୀର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ ।
ଏପ୍ରିଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ସ୍ୱଚ୍ଛତା ନେଇ ରହିଛି ଅନେକ ପ୍ରଶ୍ନବାଚୀ ।
ଦୁଇ ମନ୍ତ୍ରୀ ଓ ପାୱାର କରିଡରର ସବୁଠୁ ଆଗଧାଡ଼ିର ନେତା ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ମଧ୍ୟ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି ।
ଖବରକାଗଜ ହକରଙ୍କ ଲାଗି ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିସି ମାଧ୍ୟମରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି ।
କୋର୍ଟଙ୍କ ରାୟ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି OBCଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ସଂରକ୍ଷଣ ରଖାନଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି ।
ତପସ୍ୱିନୀଙ୍କ ଓକିଲ ଏବେ ଏନେଇ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି ।
ଯେତେବେଳେ ବାତ୍ୟା ଆସିଛି ଢେଙ୍କାନାଳ ସହର ପାଇଁ ଢାଲ ହୋଇ ଛିଡା ହୋଇଛି ପାଣିଓହଳା ପାହାଡ । ଏହି ଜଙ୍ଗଲର ସୁରକ୍ଷା ପାଇଁ ଦିନ ଓ ରାତିକୁ ଏକ କରିଦେଇଛନ୍ତି କିଛି ସ୍ୱେଚ୍ଛାସେବୀ । ଗଛ ଲଗାଉଛନ୍ତି, ନିଆଁ ଲିଭାଉଛନ୍ତି । ଠେଙ୍ଗାବାଡି ଧରି ଜଗୁଛନ୍ତି ଜଙ୍ଗଲ ।
କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ । ଆଜି ସକାଳେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି । ସକାଳେ ୱେବସାଇଟ୍ ଖୋଲିବା ପରେ ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା । ତେବେ ୱେବସାଇଟ୍କୁ ରିଷ୍ଟୋର କରିବା ଲାଗି ପଦକ୍ଷେପ ନିଆ ଯାଇଥିବା ସୂଚନା ମିଳିଛି ।
ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ଆଉ ୧୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କ୍ୱାରେଣ୍ଟିନ୍ରୁ ୯୧, ଲୋକାଲ୍ କେସ୍ ୬୪ ଚିହ୍ନଟ ହୋଇଛନ୍ତି।
ଶୀତଦିନରେ ଗରମ ଗରମ ସୁପ୍ ପିଇବାର ମଜା ନିଆରା । ସୁପ୍ ପାଟିକୁ ଯେତେ ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ଏକ ସୁଆଦିଆ ସୁପ୍ । ଯାହାର ନାଁ ହେଉଛି ‘ସୁଇଟ୍ କର୍ନ ସୁପ୍’ ।
ଶୀତ ବଢିବା ସହ ବାଲେଶ୍ୱର ନୀଳଗିରିକୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ । ପଞ୍ଚଲିଙ୍ଗେଶ୍ୱର ସହ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର, କୁଲଡିହା ଅଭୟାରଣ୍ୟ ଏବଂ ଖୁମକୁଟ୍ ଡ୍ୟାମ ଭଳି ଅନେକ ପର୍ଯ୍ୟଟନସ୍ଥଳୀ ପର୍ଜ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ପର୍ଯ୍ୟଟନ ଋତୁରେ ଏଭଳି ଏକ ଡେଷ୍ଟିନେସନ୍ ବୁଲିବା ସହ ସୁନ୍ଦର ଅନୁଭୂତି ନେଇ ଫେରୁଛନ୍ତି ପର୍ଯ୍ୟଟକ ।
ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଆଗକୁ ରାଜ୍ୟରେ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ । ସକାଳ ୬ଟା ରୁ ରାତି ୧୨ଟା ପଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ ।
ଧନ ଲାଭ ହେବାରୁ ମନଖୁସି ରହିବ ଓ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବା ସହ ବିଦ୍ୟାରେ ଯଥେଷ୍ଟ ଉନ୍ନତି ହେବ।
ଗତକାଲି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ପୂର୍ବରୁ ଭୁବନେଶ୍ୱରରେ ୨୦୧୮ରେ ସର୍ବକାଳୀନ ସର୍ବନିମ୍ନ ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ବଲାଙ୍ଗିରରୁ ବାଲେଶ୍ୱର । ବାରିପଦାରୁ ବ୍ରହ୍ମପୁର । ରାଉରକେଲା, କଟକ, ଆଉ ରାଜଧାନୀ ଭୁବନେଶ୍ୱର । ଶୀତୁଆ ରାତିରେ ସବୁଠି ପ୍ରାୟ ଏକା ଦୃଶ୍ୟ, ଏକା ଦୁର୍ଦ୍ଦଶା ।
ଯୁକ୍ତ ୩ ପଢିଛନ୍ତି ବେବି । ହେଲେ ନିଯୁକ୍ତି ସୁଯୋଗ ଏବଂ ଲୋକଙ୍କ ସହଯୋଗ ନପାଇବାରୁ ରୋଜଗାର ପାଇଁ କୋରାପୁଟରୁ ଆସିଗଲେ ଭୁବନେଶ୍ୱର ।
ଏବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ । ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ସହ ଆଜି ସାନି ବିଜ୍ଞପ୍ତି ଜାରି ପାଇଁ ସରକାର ହାଇକୋର୍ଟକୁ ଜଣାଇଥିବାରୁ ନିର୍ବାଚନ ତାରିଖ ଘୋଷଣା ସାମାନ୍ୟ ବିଳମ୍ବ ହେବ । ଏହି ପ୍ରସଙ୍ଗରେ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଥିଲା ।
ଗତକାଲି ୱାର୍ ରୁମ୍ ସଜାଗ ରଖିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏହାପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି ବୈଠକରେ ମୋଟ୍ ୫ଟି ବିଷୟରେ ଗୁରୁତ୍ୱ ଦିଆଯାଇଛି ।