• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଗତସିଂହପୁର: ଜଗତସିଂହପୁରରେ ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ ଜିଲ୍ଲା ଏସପିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ସଂଖ୍ୟାର jsw ବିରୋଧୀ ଏକତ୍ରିତ ହୋଇ କୁଶପୁତ୍ତଳିକା ଦାହ କରିଛନ୍ତି । ଉପସ୍ଥିତ ଲୋକମାନେ jsw ଓ ପୁଲିସ ବିରୋଧୀ ସ୍ଲୋଗାନ ଦେଇଥିଲେ । ଏଥିରେ ଢିଙ୍କିଆ, ମାହଳ, ପାଟଣା, ତ୍ରିଲୋଚନପୁରର ମହିଳା ପୁରୁଷ ସାମିଲ ହୋଇଥିଲେ ।

ଢିଙ୍କିଆର ମାହଳ ଗାଁ ଲୋକେ ନୂଆ ରାଜସ୍ୱ ଗ୍ରାମ ପ୍ରସ୍ତାବକୁ ବିରୋଧ କରି ଆସୁଛନ୍ତି । JSW ପ୍ରକଳ୍ପ ପାଇଁ ପଥ ସୁଗମ କରିବା ଲାଗି ମାହଳକୁ ଆଉ ଏକ ରାଜସ୍ୱ ଗ୍ରାମ କରିବାକୁ ପ୍ରଶାସନ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି । ଦୁଇ ଦୁଇ ଥର ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ ଲାଗି ଉଦ୍ୟମ ହୋଇଥିଲେ ବି ଲୋକେ ଏହାକୁ ବିରୋଧ କରିଥିଲେ । ଫଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।