• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ସୁଇଟ୍‌ କର୍ନ ସୁପ୍’

ଘରେ ଆମେ ବିଭିନ୍ନ ପ୍ରକାରର ସୁଆଦିଆ ଓ ଚଟପଟା ଷ୍ଟାଟର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ସୁଆଦିଆ ‘ସୁଇଟ୍‌ କର୍ନ ସୁପ୍’ ର ରେସିପି ବନେଇବୁ । ଆପଣ ଅତି ସହଜ ଓ ସରଳ ଉପାୟରେ ଏହି ସୁପକୁ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ସୁଇଟ୍‌ କର୍ନ ସୁପ୍’ ବନେଇବା ପାଇଁ ସାମଗ୍ରୀ:

ସୁଇଟ୍‌ କର୍ନ ବା ମକା, ଲୁଣ, ଭେଜିଟେବଲ ଷ୍ଟଫ୍‌, ପିଆଜ ସଣ୍ଢା, ଗୋଲମରିଚ ଗୁଣ୍ଡ, ହ୍ୱାଇଟ୍‌ ସସ୍‌।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ସ୍ୱିଟ୍‌ କର୍ନକୁ ଭଲ ଭାବେ ଧୋଇ ଦିଅନ୍ତୁ।
  • ଏହାପରେ ସୁଇଟ କର୍ନକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ।
  • ମନେ ରଖନ୍ତୁ ଏହାକୁ ସମ୍ପୂର୍ଣ୍ଣ ଚିକ୍କଣ ନ କରି ଟିକେ ଖଦଡ଼ କରି ଗ୍ରାଇଣ୍ଡିଂ କରନ୍ତୁ।
  • ଏହାପରେ ଚୁଲିରେ କଡେଇ ବସାଇ ଅଳ୍ପ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ଏଥିରେ ଭେଜିଟେବଲ ଷ୍ଟଫ୍‌ ପକାନ୍ତୁ
  • ଏହାପରେ ଏହାକୁ ଟିକେ ଗରମ କରନ୍ତୁ।
  • ଏହାପରେ ସେଥିରେ ଆଗରୁ ଗ୍ରାଇଣ୍ଡିଂ ହୋଇଥିବା କର୍ନକୁ ପକାନ୍ତୁ ।
  • ଏହାପରେ ସେଥିରେ ଛୋଟ ଛୋଟ କଟା ପିଆଜ ସଣ୍ଢା ଓ ହ୍ୱାଇଟ୍‌ ସସ୍‌ ପକାନ୍ତୁ।
  • ଏବେ ଏହାକୁ କିଛି ସମୟ କମ୍‌ ଆଞ୍ଚରେ ଫୁଟାନ୍ତୁ ।
  • ମଝିରେ ମଝିରେ ଏହାକୁ ଧୀରେ ଧୀରେ ଗୋଳାନ୍ତୁ ନଚେତ୍‌ କଡେଇରେ ତଳ ଲାଗିଯାଇପାରେ।
  • ସୁପ୍‌ ବହଳିଆ ହୋଇ ଆସିଲେ ସେଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଓ ସୁଆଦିଆ ‘ସୁଇଟ୍‌ କର୍ନ ସୁପ୍’ । ଏହା ଉପରେ ବଜାରରେ ମିଳୁଥିବା ଓ ରେଗାନୋ ଅଳ୍ପ ଛିଞ୍ଚି ଗରମା ଗରମ ପରଷନ୍ତୁ । ଏହି ସୁପ୍ରେ ଟମାଟୋ ସସ୍ ପକାଇ ପିଇଲେ ଏହାର ସ୍ୱାଦ ଆହୁରି ବଢିଯାଇଥାଏ । କୁଣିଆ ଆସିଲେ ଏହି ସୁପ୍ ଘରେ ବନେଇ ପରଷନ୍ତୁ ।