ଜେଏନୟୁରେ ପାଠ ପଢ଼ୁଥିବା ସମୟରେ ଟୁକଡ଼େ ଟକୁଡ଼େ ଗ୍ୟାଙ୍ଗର ସଦସ୍ୟ ଥିଲେ କହ୍ନେୟା କୁମାର । ତାଙ୍କ ନାଁରେ ଦେଶକୁ ଭାଗ ଭାଗ କରିବା ପାଇଁ ସେ ଚେଷ୍ଟା କରୁଥିବାର ଅଭିଯୋଗ ରହିଛି । ନବରଙ୍ଗପୁର ଆସିଥିଲେ କଂଗ୍ରେସ ନେତା କହ୍ନେୟା କୁମାର । ତାଙ୍କୁ ବିରୋଧ କରି ଦୁଇ ଜଣ ଯୁବକ ତାଙ୍କ ସଭାସ୍ଥଳକୁ ଗଙ୍ଗା ପାଣି ଛିଞ୍ଚି ଶୁଦ୍ଧିକରଣ କରିଛନ୍ତି ।
ଯଦି କରୋନାର ତୃତୀୟ ଲହର ଆସେ, ତା’ ହେଲେ ଖୁବ୍ଶୀଘ୍ର ଏହା ଓଡ଼ିଶାକୁ ଆସିପାରେ। ଫେବୃଆରୀ ମାସ ଶେଷ ବେଳକୁ ଏହା ପିକ୍ ସ୍ତରରେ ପହଞ୍ଚିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
କୁମ୍ଭୀର ଗଣନା ସମୟରେ ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ, ନାଳ ଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କରାଯିବ।
HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଆମ୍ବୁଲାନ୍ସ ନ ଦେବାରୁ ପ୍ରସୂତିଙ୍କୁ ପରିବାର ଲୋକେ ବାଇକ୍ରେ ଆଣିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଗାମୀ ୪ ଦିନ ଯାଏ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବା ସମ୍ଭାବନା ରହିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । ରାତି ହେଲେ ଚାଲୁଛି ଶହ ଶହ ଟ୍ରକ୍ ବାଲି ଚୋରା ଚାଲାଣ । ସରକାରୀ ବାବୁ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ଚାଲିଥିବା ଅଭିଯୋଗ ସ୍ଥାନୀୟ ବାସିନ୍ଦା କରିଛନ୍ତି ।
କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ହେବା ପରେ ସିଏମସି ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି ।
ଉଦ୍ବେଗଜନକ କଥା ହେଉଛି, ଭୁବନେଶ୍ୱରରେ ଏହି ବର୍ଷ, ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ । ଫାଶି ଲଗାଇ ସର୍ବାଧିକ ୯୪ ଜଣ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୪୧ ।
ସ୍ପେଶାଲ୍ ଏନଫୋର୍ସମେଂଟ୍ ଟିମ୍ ଗଠନ କରି କଟକର ବିଭିନ୍ନ ଗୁଡି ଦୋକାନରେ ଚଢାଉ କରାଯାଇଛି । ତେବେ ପ୍ରଶ୍ନ ଉଠିଛି ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ଯଦି ହାଇକୋର୍ଟ ବ୍ୟାନ ଲଗାଇଥିଲେ, ତା ହେଲେ ବେଧଡ଼କ ବ୍ୟବହାର ଚାଲିଛି କେମିତି ? କ’ଣ କରୁଛି ପୋଲିସ ?
ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।
ମୃତ୍ୟୁ ନା ସେ ଜାଣିଛି ମମତାର ବନ୍ଧନକୁ, ନା ସେ ବୁଝିଛି ମାତୃତ୍ୱର ଆବେଗକୁ । କଅଁଳ ବୟସରେ ମମତାର ପଣତକାନି ଛିଡ଼ାଇ ଦେଇଛି କାଳ । ୫ବର୍ଷର ଅବୋଧ ଶିଶୁକନ୍ୟାଟି ଆଜି ହୋଇଯାଇଛି ଅନାଥ । ତଥାପି ଭାବୁଛି ତା ମାଆ ଶୋଇଛି ।
ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସ ରୁମରେ ମୋବାଇଲରେ ବ୍ୟକ୍ତିଗତ କଥା ହୋଇପାରିବେନି ବୋଲି ଗାଇଡ୍ଲାଇନ୍ ଜାରି ହୋଇଛି ।
ଆମ୍ବ, କାଜୁ, ନଡ଼ିଆ ଓ ପାନ ଆଦି ଫସଲ ପାଇଁ ହେକ୍ଟରକୁ ୧୮ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ । ଏଥିସହ ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡି ଭାବେ ସର୍ବନିମ୍ନ ୨୦୦୦ଟଙ୍କା ମିଳିବ ।
ଅନୁଭବ-ବର୍ଷା କଳି ଯାଇ ପହଞ୍ଚିଛି ଲୋକସଭାରେ । ଅଦାଲତରେ ଏହାର ବିଚାର ଚାଲିଥିବା ବେଳେ ସାଂସଦ ଅନୁଭବ ମହାନ୍ତି ଲୋକସଭାକୁ ଏହି ବିବାଦକୁ ନେଇଛନ୍ତି । ବର୍ଷାଙ୍କୁ ପରୋକ୍ଷରେ ଧମକ ଦେଇ କହିଛନ୍ତି, ଏହାର ତଦନ୍ତ ଚାଲିଛି ।
୨୦୧୫ରୁ ଏଯାଏଁ କଟକରେ ମାଞ୍ଜା ସୂତାରେ କଟି ୪ ଜଣଙ୍କ ଜୀବନ ଯାଇଛି । ୧୪ରୁ ଅଧିକ ଆହତ ହୋଇଛନ୍ତି । ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ବ୍ୟାନ ଲଗାଇଥିଲେ ହାଇକୋର୍ଟ । ତଥାପି ସାହି ଗଳିରେ ମାଞ୍ଜା ସୂତା ଲଗାଇ ଚାଲିଛି ବେଧ଼ଡକ ଗୁଡି ଉଡ଼ା ।
ନବରଙ୍ଗପୁରରେ ଆୟୋଜିତ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ କହ୍ନେୟା କୁମାର କହିଛନ୍ତି, ଓଡ଼ିଶାରେ ବିଜେପିର ବି ଟିମ୍ ବିଜେଡି ନୁହେଁ । ଓଡ଼ିଶାରେ ବିଜେପିର ଡି ଟିମ୍ ହେଉଛି ବିଜେଡି । ଏଠି ଜନ ପ୍ରତିନିଧୀ କିଛି ନୁହନ୍ତି, ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ।
ଭିଡ଼ ଏଡ଼ାଇବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ଆବଶ୍ୟକତା ଦେଖି କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ କହିବା ସହିତ ନିୟମ ଖିଲାପକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ବି ପରାମର୍ଶ ଦେଇଛନ୍ତି ।
ଜଣେ ସାଧାରଣ ମଣିଷ ଚାହିଁଲେ ଅସାଧାରଣ କାମଟିଏ କରିପାରିବେ। ଏହିପରି ଜଣେ ମହିଳା ହେଲେ ସୁନ୍ଦରଗଡ଼ ଜିଲ୍ଲା ମାୟାଦେବୀ। ବୟସ୍କା ମହିଳାଙ୍କର ଦୁଇ ଦିନ ତଳେ ଦେହାନ୍ତ ହୋଇଛି। କିନ୍ତୁ ଯିବା ଆଗରୁ ସେ ଦୁଇଜଣଙ୍କୁ ଦୁନିଆର ଆଲୋକ ଦେଖିବାର ଶକ୍ତି ଦେଇଯାଇଛନ୍ତି।
ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି । ଓବିସିଙ୍କୁ ସାମ୍ୱିଧାନିକ ଅଧିକାର ନଦେଇ ବିଜେଡି କେବଳ ରାଜନୀତି କରୁଛି ବୋଲି ସେ କହିଛନ୍ତି ।
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଗରିବୀ କମାଇବା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଛ ବୋଲି କହିଛି ବିଜେପି ।
ଓଡ଼ିଆ ଘରେ ବାର ମାସରେ ତେର ପର୍ବ , ଆଉ ଏହି ପର୍ବପର୍ବାଣୀରେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଏକ ପାରମ୍ପରିକ ପିଠା ପ୍ରସ୍ତୁତ କରିବୁ । ଏହି ପିଠା ରେସିପିର ନାଁ ହେଉଛି ‘ସାତପୁରୀ ପଠା’ । ଏହି ପିଠାର ବିଶେଷ୍ୱତ ହେଉଛି ସାତଟି ପୁରୀରେ ଏହା ପ୍ରସ୍ତୁତ କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଚା' ଦିଆସିଲି ମାରିଦେଲେ । ପେଟ୍ରୋଲ ପମ୍ପ ନିକଟରେ ଥିବା ସ୍କୁଟିରେ ଲାଗିଗଲା ନିଆଁ । ଜଣେ କର୍ମଚାରୀ ଆଗକୁ ବାହାରି ଆସି ଲିଭାଇଦେଲେ ନିଆଁ । ତାଙ୍କର ଉପସ୍ଥିତ ବୁଦ୍ଧି ଏକ ବଡ ଧରଣର ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିଦେଲା । ନଚେତ୍ ଅଗ୍ନିକାଣ୍ଡ ଘଟି ହୁଏତ ବଡ଼ ବିସ୍ଫୋରଣ ହୋଇଥାନ୍ତା। ହେଲେ ସୌଭାଗ୍ୟବଶତଃ, ଏପରି ହୋଇନାହିଁ।
ଯୌତୁକ ଜୁଇରେ ଜଳିଗଲା ଦୁଇ ବଧୂଙ୍କ ଜୀବନ। ଯୌତୁକ ନଦେଇପାରିବାରୁ ଜୀବନ ନେଇଗଲେ ଶ୍ୱଶୁର ଘର ଲୋକେ। ଯୌତୁକ ପାଇଁ କଟକ ଓ ଭଦ୍ରକ ଜିଲ୍ଲାରେ ୨ ମହିଳାଙ୍କ ଜୀବନ ଚାଲି ଯାଇଛି।