• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ 

  • ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ରିଷ୍ଟୋର କରାଯାଇଛି

ଆଜି ସକାଳେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି ।ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ଖୋଲିବା ପରେ ତାହା ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା। ମେଡିକାଲ କଲେଜ ଓ ହସ୍ପିଟାଲର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ୱେବସାଇଟ୍‌ରେ ଥିଲା । ଟେଲି ମେଡିସିନ ସେବା ମଧ୍ୟ ଏହାଦ୍ୱାରା ଯୋଗାଇ ଦିଆଯାଉଥିଲା।

 ସୂଚନା ଅନୁସାରେ ଆଜି ସକାଳୁ ସକାଳୁ କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ୍‌ ହୋଇଯାଇଥିଲା । ତେବେ ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ଉକ୍ତ ୱେବସାଇଟ୍‌ରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ରିଷ୍ଟୋର କରି ଦିଆଯାଇଛି।  ତେବେ  ୱେବସାଇଟ୍ ହ୍ୟାକ୍ ହେବା ଦ୍ୱାରା ଚାଲୁଥିବା ଦୈନଦିନ ସେବା ବାଧାପ୍ରାପ୍ତ ହୋଇଥିଲେ ବି ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

ସାଇବର ଏକ୍ସପର୍ଟଙ୍କ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟର ପରିଶ୍ରମ ପରେ ୱେବସାଇଟ୍କୁ ରିଷ୍ଟୋର କରାଯାଇଛି। ୱେବସାଇଟ୍‌ ହ୍ୟାକ୍‌ ହେବା ଜଣାପଡ଼ିବା ପରେ ତତ୍‌କ୍ଷଣାତ ୱେବସାଇଟ୍ ରିଷ୍ଟୋର କରିବା ଲାଗି ପଦକ୍ଷେପ ନିଆଯାଇଥିଲା । ହେଲେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳିନି।