• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁର: ତପସ୍ୱିନୀଙ୍କୁ ଲାଗିଲା ଝଟ୍‌କା । କୋର୍ଟ ଦେଲେ ବଡ଼ ଝଟ୍‌କା । ଆଉ ଶ୍ୱଶୁର ଘରେ ରହିପାରିବେନି ତପସ୍ୱିନୀ । ବ୍ରହ୍ମାନଗରର ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ତପସ୍ୱିନୀଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଲେ ଏସ୍‌ଡିଜେଏମ୍ । ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ଏସ୍‌ଡିଜେଏମ୍ ଅଗ୍ରାହ୍ୟ କରି ଦେଇଛନ୍ତି । ଫଳରେ ତପସ୍ୱିନୀଙ୍କ ଓକିଲ ଏବେ ଏନେଇ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି । ଅନ୍ୟପକ୍ଷରେ ସୁମିତଙ୍କ ଛୁଟି ଅବଧି ଶେଷ ହୋଇଛି । ଏହାସତ୍ତ୍ୱେ ସୁମିତ ଏବେ ସୁଦ୍ଧା ବାଲିସିରା ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇନଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମାସେରୁ ଅଧିକ ଦିନ ହେବ ତପସ୍ୱିନୀ-ସୁମିତ ବିବାଦ ଲାଗି ରହିଥିବା ବେଳେ ଫିଟି ପାରୁନି ସମାଧାନର ବାଟ । ସ୍ୱାମୀ ଅବହେଳିତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିବା ବେଳେ ଶ୍ୱଶୁର ଘରେ ରହିବା ନିମନ୍ତେ ଅନୁମତି ଦେବାକୁ ତପସ୍ୱିନୀ ଗତ ୧୭ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ପିଟିସିନ ଦାଖଲ କରିଥିଲେ । ହେଲେ ଏହାକୁ ଏସ୍‌ଡିଜେଏମ୍‌ କୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ତପସ୍ୱିନୀଙ୍କୁ ଶକ୍ତ ଧକ୍କା ଲାଗିଛି । ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଜିଲ୍ଲା ଜଜ୍‌ କୋର୍ଟରେ ଆବେଦନ କରିଛନ୍ତି ।

ଦୀପକ ପଟ୍ଟନାୟକ କହିଛନ୍ତି, ତପସ୍ୱିନୀଙ୍କୁ ଘର ଭଡ଼ା ନେଇ ରଖିବା ସହ ତାଙ୍କର ସମସ୍ତ ଦାୟିତ୍ୱ ତୁଲାଇବା ନିମନ୍ତେ ଗତ ୯ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟ ଡାକ୍ତର ସୁମିତଙ୍କୁ ଆଦେଶ ଦେଇଥିଲେ । କିନ୍ତୁ ୧୦ ତାରିଖରେ ସୁମିତ, ପତ୍ନୀଙ୍କୁ ଅବହେଳିତ ଅବସ୍ଥାରେ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ଛାଡ଼ି ପଳାଇଥିଲେ । ଏନେଇ ୧୩ ତାରିଖରେ ତପସ୍ୱିନୀ ଆସିକା ଥାନାରେ ସ୍ୱାମୀ ନିଖୋଜ ନେଇ ଅଭିଯୋଗ କଲେ । କିନ୍ତୁ ପୋଲିସ୍‌ କୌଣସି ପଦକ୍ଷେପ ଗ୍ରହଣ କଲାନି ।

ଏହାପରେ ୧୭ ତାରିଖରେ ଆଉ ଏକ ପିଟିସନ ଫାଇଲା କରି ତପସ୍ୱିନୀ ଶ୍ୱଶୁର ଘରେ ରହିବାକୁ ଅନୁମତି ମାଗିଥିଲେ। ଏସ୍‌ଡିଜେଏମ୍‌ କୋର୍ଟ ଏହାକୁ ଖାରଜ କରି ପୁରୁଣା ଆଦେଶ ଦୋହରାଇଥିଲେ, ଯେଉଁଥିରେ ଡାକ୍ତର ସୁମିତିଙ୍କୁ ତପସ୍ୱିନୀଙ୍କ ଦାୟିତ୍ୱ ନେବାକୁ କୁହାଯାଇଛି । କିନ୍ତୁ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଆଦେଶକୁ ଡାକ୍ତର ସୁମିତ ଅବମାନନା କରି ଆସୁଛନ୍ତି ।

ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀ ଜିଲ୍ଲା ଜଜ୍‌ କୋର୍ଟରେ ଅପିଲ୍ କରିଥିବା ବେଳେ ସୁମିତ ମଧ୍ୟ ଜିଲ୍ଲା ଜଜ୍‌ କୋର୍ଟରେ ପିଟିସନ ଫାଇଲ କରିଛନ୍ତି । ଆସନ୍ତା ୨୭ ତାରିଖରେ ଉଭୟ ପକ୍ଷଙ୍କ ଶୁଣାଣି ରହିଛି ।