Advertisment

ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଆଗକୁ ରାଜ୍ୟରେ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
omicron Variant

omicron Variant

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ILS ଅବଗତ କରିଥିବା ସୂଚନା ଦିଆଯାଇଛି। ଆଗରୁ ୨ ଜଣ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିଲେ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସ୍ପଷ୍ଟ କରିଛନ୍ତି। ଆକ୍ରାନ୍ତ ୨ ଜଣ ୧୧ ଓ ୧୫ ବର୍ଷୀୟା ନାବାଳିକା। ୧୩ରେ ବାପାମାଆଙ୍କ ସହ ୨ ଝିଅ ନାଇଜେରିଆରୁ ଫେରିଥିଲେ। ବାପାମାଆଙ୍କ ରିପୋର୍ଟ ନେଗେଟିଭ ଥିବା ବେଳେ ୨ ଝିଅ ଓମିକ୍ରନ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

Advertisment

ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। କିନ୍ତୁ ଏମାନେ ଭୁବନେଶ୍ୱରର ଓ ନାଇଜେରିଆ ଫେରନ୍ତା ବୋଲି ଜଣାପଡ଼ିଛି। ପ୍ରକୃତରେ ଏମାନେ କେବେ କେଉଁ ଦେଶରୁ ଆସିଛି, କଣ୍ଟାକ୍ଟ ଟ୍ରେସିଂ ଆଦି ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯିବ। 

ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସର୍ଭିଲାନ୍ସକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଆଗକୁ ରାଜ୍ୟରେ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଅଧିକ ଚିହ୍ନଟ ହେବା ନେଇ ସରକାରୀ ସ୍ତରରେ କୌଣସି ସୂଚନା ନାହିଁ।

Advertisment

ଗତକାଲି ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ସରକାର ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି ବୋଲି ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ। ସର୍ଭେଲାନ୍ସକୁ ଜୋରଦାର, ଟିକାକରଣକୁ ବ୍ୟାପକ କରାଯିବା, ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି କରାଯିବା, ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ ଦେବା ଓ ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଉପରେ ଆଲୋଚନା କରାଯାଇଥିଲା। 

Omicron Cases In Odisha COVID19 Omicron Variant
Advertisment
Advertisment