• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବମନେଶ୍ୱର: ରାଜ୍ୟରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରଠୁ ଚିନ୍ତା । ତତ୍ପର ସରକାର । ଖୋଦ୍ ମୁଖ୍ୟମନ୍ତ୍ରୀ ଦେଲେ ସତର୍କବାଣୀ । ସମସ୍ତେ ମାସ୍କ ପିନ୍ଧନ୍ତୁ, ଅତି ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ପରେ ଆକ୍ସନ ମୋଡ୍‌ରେ ସରକାର । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ଅନୁରୂପ ବ୍ୟବହାରକୁ କଡ଼ାକଡ଼ି କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିବା ବେଳେ ଉଚ୍ଚସ୍ତରୀୟ ବୈଠକରେ ୫ ସୂତ୍ରୀ ନୀତି ଆପଣେଇବାକୁ ନିଷ୍ପତ୍ତି ହୋଇଛି । ଏପରିକି ଆରଟିପିସିଆର୍ ସିଟି ଭ୍ୟାଲ୍ୟୁ କମ୍ ଥିବା ଅଧିକାଂଶଙ୍କର ମଧ୍ୟ ଜିନମ୍ ସିକ୍ୱେନ୍ସିଂ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏପଟେ ଗତକାଲି ୱାର୍ ରୁମ୍ ସଜାଗ ରଖିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏହାପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି ବୈଠକରେ ମୋଟ୍ ୫ଟି ବିଷୟରେ ଗୁରୁତ୍ୱ ଦିଆଯାଇଛି ।

ଯେମିକିତି ୧-ସରଭେଲାନ୍ସକୁ ଜୋରଦାର କରାଯିବ ।
୨. ଟିକାକରଣକୁ ଆହୁରି ବ୍ୟାପକ କରାଯିବ ।

୩. RTPCR ସିଟି ଭ୍ୟାଲୁ କମ୍ ଥିବା ପ୍ରାୟ ଅଧିକାଂଶଙ୍କର ଜିନମ୍ ସିକ୍ୱେନ୍ସିଂ ହେବ ।
୪. ନୂଆ ବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ।
୫. ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନରେ ସଂକ୍ରମିତଙ୍କ ପାଇଁ ଆଇସୋଲେସନ୍ ବ୍ୟବସ୍ଥା ।

ଏପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପଜିଟିଭିଟି ହାର ୧୦ ପ୍ରତିଶତ ଓ ୪୦ ପ୍ରତିଶତ ଅକ୍ସିଜେନ୍ ବେଡ୍ ଆବଶ୍ୟକ କରୁଥିବା ଅଞ୍ଚଳରେ କଣ୍ଟେନମେଣ୍ଟ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ ଉପରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । 

ଏପଟେ ଗତକାଲି ପୁଣିଥରେ ରାଜଧାନୀକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍‌ । ଅଧିକ ସଂଖ୍ୟକ କୋଭିଡ୍ ପଜିଟିଭ ବାହାରିବା ଯୋଗୁ ବମିଖାଲ ଜୟଦୁର୍ଗା ନଗର ଓ ଭିଏସ୍ଏସ୍ ନଗରରେ ଦୁଇଟି ଅଞ୍ଚଳକୁ ୧୪ ଦିନ ଲାଗି କଣ୍ଟେନମେଣ୍ଟ କରିଥିଲା ବିଏମ୍‌ସି । ଏହାପରେ ଆଜି ପୁଣି ଆଉ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରି ବିଏମସି । ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ୩କୁ ବୃଦ୍ଧି ପାଇଛି । କସମୋପଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ ଚିହ୍ନଟ ହେଲେ ୮ଜଣ ପଜିଟିଭ । ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ଗତକାଲି ବିଏମ୍‌ସି ଅତିରିକ୍ତ କମିଶନର କହିଛନ୍ତି, ଲୋକମାନେ କୋଭିଡ୍ ନିୟମକୁ ପାଳନ କରନ୍ତୁ । ଯେଉଁଠି ବ୍ୟତିକ୍ରମ ହେବ, କଣ୍ଟେନମେଣ୍ଟ ଭଳି ପଦକ୍ଷେପ ନେବାକୁ ପ୍ରଶାସନ ବାଧ୍ୟ ହେବ । ଏପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଆଗାମୀ ୨ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ । ଲୋକେ ଚାହିଁଲେ ହିଁ ଓମିକ୍ରନ୍‌କୁ ରୋକାଯାଇପାରିବ । ଏଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ । ଅବହେଳା କଲେ ହସ୍ପିଟାଲ ଭରିଯିବ, ଆଡ୍‌ମିଶନ ପାଇଁ ବେଡ୍ ମିଳିବନି । ତେଣୁ ଏବେଠାରୁ ବିବାହ, ବ୍ରତ, ଯାତ୍ରା, ହାଟ, ବଜାର ଆଦିକୁ ସୀମିତ କରିବାକୁ ହେବ ।