ସୁମିତଙ୍କ ପିଟିସନ୍କୁ କୋର୍ଟ ଖାରଜ କରି ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶାଶୁ ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଥିଲେ ତପସ୍ୱିନୀ। ଏପଟେ ଶୀତ କାକରରେ ୪ ଦିନ ଧରି ଜରିପାଲ ଓ ମଶାରି ଟାଣି ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ବିନୀ।
ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ। ମାହାଳ ଗାଁର ସୀମା ପୁନଃନିର୍ଦ୍ଧାରଣ ପାଇଁ ପାରାଦୀପ ଏଏସପିଙ୍କ ନେତୃତ୍ୱରେ ୧୪ ପ୍ଲାଟୁନ୍ରୁ ଅଧିକ ଫୋର୍ସ ପହଞ୍ଚିଥିଲେ।
ତପସ୍ୱିନୀ-ସୁମିତ୍ କହଳ ଦିନକୁ ଦିନ ଉଗ୍ରରୂପ ଧାରଣ କଲାଣି । କେତେବେଳେ ସ୍ୱାମୀ ଲୁଚିଲୁଚି ସ୍ତ୍ରୀକୁ ଧମକ ଦେଲାଣି ତ ଆଉ କେତେବେଳେ ସ୍ତ୍ରୀ ମିଡିଆ ସାମ୍ନାରେ ସ୍ୱାମୀକୁ ଚ୍ୟାଲେଞ୍ଜ କରୁଛି । ଲୁଚିକି ରହିଥିବା ଡାକ୍ତର ସୁମିତ ଘଡ଼ିକୁ ଘଡ଼ି ଗୋଟିଏ ଗୋଟିଏ ଅଡିଓ ମେସେଜ ଛାଡ଼ୁଛନ୍ତି ।
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ। ପୁରୁଣା ଭିଡ଼ିଓକୁ ସେୟାର କରି ଦୀପିକାଙ୍କୁ କଲେ ଟ୍ୟାଗ୍, ହେଲେ କାହିଁକି?
ନାରାୟଣ ଏ ଟେକ୍ନୋ ବିଦ୍ୟାଳୟର ଦ୍ୱିତୀୟ ସ୍ପେଲ୍ବି କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଶିକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।
ପ୍ରାୟତଃ ସମସ୍ତଙ୍କୁ ରୋସଗୋଲା ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଆପଣ କେବେ ଚାଉଳରେ ପ୍ରସ୍ତୁତ ରସଗୋଲା ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚାଉଳ ରସଗୋଲା ‘। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ, ଶୀତ ଲହରି ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ
ଶୀତ କାକରକୁ ଖାତିର ନକରି ସ୍ତ୍ରୀର ହକ୍ ପାଇବା ଦାବିରେ ମାସେ ହେଲା ଲଢ଼େଇ ଲଢ଼ୁଛନ୍ତି ତପସ୍ୱିନୀ । ହେଲେ ନା ସୁମିତ୍ଙ୍କୁ ତାଙ୍କ ଉପରେ ଦୟା ଆସୁଛି ନା ଶାଶୂ ଘର ଲୋକଙ୍କୁ । ଶାଶୂଘର ଲୋକ ଘରେ କବାଟ କିଳି ରହୁଛନ୍ତି । କିନ୍ତୁ ବୋହୂକୁ ଘରକୁ ନେଉନାହାନ୍ତି । ଆଜି ଫ୍ୟାମିଲି କୋର୍ଟରେ ଶୁଣାଣି ଥିବାବେଳେ କ’ଣ ରାୟ ଆସିବ ତାହା ଦେଖିବାକୁ ବାକି ରହିଲା ।
ମହାନଦୀର ସବୁଠୁ ବଡ଼ ସେତୁର ଉଦଘାଟନ ହୋଇଛି । ଏହା ହେଉଛି ଓଡିଶାର ପ୍ରଥମ T ସେତୁ । ୩ କିଲୋମିଟର ୪ ଶହ ମିଟର ଲମ୍ବ ବିଶିଷ୍ଟ ଏହି ସେତୁକୁ ୧୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ହେବା ପରେ ବଡମ୍ୱା ସହ ବାଙ୍କୀ, ଖୋର୍ଦ୍ଧା, ନୟାଗଡ ଓ ଭୁବନେଶ୍ୱରର ଦୂରତ୍ୱ କମିଛି ।
ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ, ଜଣକୁ କାବୁ କଲା ପୋଲିସ।
ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ; କ୍ଷୟକ୍ଷତି ଜଣାପଡ଼ିନି ।
ଆମେ ଖାଦ୍ୟରେ ଧଳା ଚାଉଳ ବା ହ୍ୱାଇଟ୍ ରାଇସ୍ ଓ ବାଦାମୀ ରଙ୍ଗର ଚାଉଳ ବା ବ୍ରାଉନ ରାଇସ୍ ଖାଇଥାଉ । ବିଶେଷଜ୍ଞଙ୍କ ଅନୁଯାୟୀ ବ୍ରାଉନ ରାଇସ୍ ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ଅଟେ । ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା କେବଳ ଓଜନ ନିୟନ୍ତ୍ରଣରେ ହୋଇନଥାଏ ବରଂ ଅନେକ ଫାଇଦା ମଧ୍ୟ ମିଳିଥାଏ । ଚାଲନ୍ତୁ ଜାଣିବା ଏହାର ଫାଇଦା ।
ଆନନ୍ଦପୁର ଆରଆଇ ସୀମା ସୀମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଫିସ୍ ଭିତରେ ପଶି ଜଣେ ଯୁବକ ତାଙ୍କୁ କଟୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି ।
ନବୀନଙ୍କ ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ, ଆଜି ମହାନଦୀରେ T ସେତୁର ଉଦଘାଟନ୍
ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ଚାବି ଖୋଲୁଥିବା ଦେଖିବାକୁ ମିଳିଛି
ସୁମିତ ଏତେ ସଚ୍ଚୋଟ୍ ଓ ସତୁଆ ହେଲେ ବାହାରକୁ କାହିଁକି ଆସୁନାହାନ୍ତି । ସ୍ୱାମୀଙ୍କ ସହ ରହିବା ସହ ଶାଶୂ ଘରେ ରହିବା ପାଇଁ ଦାବି କରି ଆସୁଥିବା କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବିନି । ତାଙ୍କ ବାପା ଆମ ଦୁହିଁଙ୍କ ମଧ୍ୟ୍ୟରେ ଡିଭୋର୍ସ କରାଇବାକୁ ଚାହୁଁଥିଲେ । ଆଉ ସୁମିତଙ୍କୁ ମନ୍ତ୍ରୀଙ୍କ ଭାଣିଜୀ ସହ ବିବାହ କରାଇବା ପାଇଁ ଚାହିଁଥିଲେ ।
ତପସ୍ୱିନୀ କହିଛନ୍ତି, ଯଦି ମୋର ଟଙ୍କା ଦରକାର ଥିଲା ତେବେ ମୁଁ ଦାଣ୍ଡରେ କାହିଁକି ବସିଛି? ଟଙ୍କା ନେଇକି କୁଆଡ଼େ ପଳାଇଯାଆନ୍ତି। ସମ୍ କିମ୍ବା ହାଇଟେକ୍ରେ ପଢିବା ପାଇଁ ମୋ ବାପାଙ୍କ ପାଖରୁ ଟଙ୍କା ଆଣିଥିବା ତପସ୍ୱିନୀ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ୱଶୁର କହିଥିଲେ ପୁଅ ଡାକ୍ତର ଅଛି, ତୁମେ ବି ଏବେ ପର୍ଯ୍ୟନ୍ତ ଚାକିରି କରିନାହଁ। ତେଣୁ ପାଠ ପଢିକି ଚାକିରି କରିବା ଲାଗି ଶ୍ୱଶୁର କହିଥିଲେ ବୋଲି ତପସ୍ୱିନୀ କହିଛନ୍ତି।
ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ଡାକ୍ତରୀ ଟିମ୍ ଏୟାର ଆମ୍ବୁଲାନ୍ସରେ ଯାଇ ଜଟିଳ ରୋଗରେ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇବେ ।
ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟିର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ
ପର୍ଦ୍ଦାଫାସ ହେବ କି ଚିତ୍ତ ମୃତ୍ୟୁ ରହସ୍ୟ ? ବହୁଚର୍ଚ୍ଚିତ ପୁରୀର ଚିତ୍ତରଞ୍ଜନ ପଲେଇଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।
ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା।
ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟେନସା, କୋଇଡା ଓ କଲମଙ୍ଗ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଭିନ୍ନ ଚିକିତ୍ସାକୁ ନେଇ ସରକାରଙ୍କ ଧାର୍ଯ୍ୟ ଦେୟ ଯଥେଷ୍ଟ କମ୍ ଏବଂ ସେଥିରେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ । ବୀମାରାଶିରୁ ଅଧିକ ଦେୟ ହେଲେ ତାହାକୁ କିଏ ଭରଣା କରିବେ କିଛି ସ୍ପଷ୍ଟତା ନାହିଁ ।